ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବିଦେଶରେ ଓଡିଆ ଯୁବକଙ୍କୁ ଅପହରଣ କଲେ ଆତଙ୍କୀ ସଂଗଠନ; ସୁରକ୍ଷିତ ଭାବେ ଉଦ୍ଧାର କରିବା ନେଇ ଅନୁରୋଧ କଲେ ନବୀନ

Published By : Bijay Swain | July 5, 2025 6:20 PM

ବ୍ରହ୍ମପୁର:  ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଥାନା ସମରଝୋଳ ଗ୍ରାମର ବିଦେଶରେ କାର୍ଯ୍ୟରତ ପି.ଭେଙ୍କଟ ରମଣ ନାମକ ଯୁବକଙ୍କୁ ଆତଙ୍କବାଦୀ ସଂଗଠନ ଅପହରଣ ଘଟଣା।  ଅପହରଣ ହୋଇଥିବା ଯୁବଙ୍କୁ ଶୀଘ୍ର ସୁରକ୍ଷିତ ଭାବେ ଉଦ୍ଧାର କରିବା ନେଇ  ବିଭାଗୀୟ କେନ୍ଦ୍ର ମନ୍ତ୍ରୀଙ୍କୁ ଟୁଇଟ ଯୋଗେ ଅନୁରୋଧ କରିଲେ ହିଞ୍ଜିଳି ବିଧାୟକ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

ସାମାଜିକ ଗଣମାଧ୍ୟମ ଏକ୍ସରେ ନବୀନ ପଟ୍ଟନାୟକ ଉଲ୍ଲେଖ କରି ଲେଖିଛନ୍ତି ଯେ “ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟ୍ ବ୍ଲକର ପଣଦ ଭେଙ୍କଟ ରମଣଙ୍କୁ ଆଫ୍ରିକୀୟ ଦେଶ ମାଲିରେ ଉଗ୍ରବାଦୀମାନେ ଅପହରଣ କରିଥିବା ଜାଣି ମୁଁ ଚିନ୍ତିତ। ସେବେଠାରୁ ସେ କୌଣସି ପ୍ରକାରର ଯୋଗାଯୋଗରେ ନାହାନ୍ତି। ଏନେଇ ତାଙ୍କ ପରିବାର ମଧ୍ୟ ଅତ୍ୟନ୍ତ ଚିନ୍ତାରେ ଅଛନ୍ତି। କେନ୍ଦ୍ରମନ୍ତ୍ରୀ (@MEABharat) ଶ୍ରୀ @DrSJaishankarଙ୍କୁ ଏହି ମାମଲାରେ ବ୍ୟକ୍ତିଗତ ଭାବରେ ହସ୍ତକ୍ଷେପ କରିବାକୁ ଏବଂ ତାଙ୍କର ଶୀଘ୍ର ଏବଂ ସୁରକ୍ଷିତ ମୁକ୍ତି ସୁନିଶ୍ଚିତ କରିବାକୁ ଅନୁରୋଧ ।“

ସୂଚନା ମୁତାବକ, ମୁମ୍ବାଇର ଏକ କମ୍ପାନୀ ତରଫରୁ ରମଣ ପଶ୍ଚିମ ଆଫ୍ରିକାର ମାଲିରେ ଥିବା ଏକ ସିମେଣ୍ଟ କାରଖାନାରେ କାର୍ଯ୍ୟ କରୁଥିଲେ। ତେବେ ତାଙ୍କୁ ଅପହରଣ କରାଯାଇଥିବା ନେଇ ରମଣଙ୍କ ମା’ ମଧ୍ୟ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.