ପ୍ରମୂଖ ଖବର
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ତେଲୁଗୁ ନୂଆଗାଁରେ ଭାଇ-ଭଉଣୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ୫ ଗିରଫ

Published By : Rasmita Pradhan | July 2, 2025 2:24 PM

ଛତ୍ରପୁର, ୦୨/୦୭: ଗଞ୍ଜାମ ଥାନା ତେଲୁଗୁ ନୂଆଗାଁର ରିଙ୍କି ବେହେରା ଓ ଭୀମ ତରେଇଙ୍କୁ ଆକ୍ରମଣ ଘଟଣାରେ ୫ ଜଣ ଗିରଫ । ୫ ଅଭିଯୁକ୍ତଙ୍କ ମଧ୍ୟରୁ ୩ଜଣ ନାବାଳକ ରହିଛନ୍ତି। ନାବାଳକଙ୍କୁ ଜୁଭେନାଇଲ୍‌କୁ ପଠାଯାଇଥିବା ବେଳେ ୨ ସାବାଳକ ସନିଆ ଗୌଡ଼ ଏବଂ ଶିବ ନାହାକଙ୍କୁ ଛତ୍ରପୁର କୋର୍ଟ ଚାଲାଣ କରାଯାଇଛି। 

ସୂଚନାନୁଯାୟୀ, ମଙ୍ଗଳବାର ରାତିରେ ଭୀମ ତରେଇ ଏବଂ ତାଙ୍କ ସମ୍ପର୍କୀୟ ଭଉଣୀ ରିଙ୍କି ବେହେରା ତାଙ୍କ ଝିଅକୁ ମାଡ଼ ମାରିବା ଘଟଣାରେ ଥାନାରେ କେସ୍ କରିବାକୁ ଯାଇଥିଲେ। ପୁଲିସ ଅଭିଯୁକ୍ତଙ୍କୁ ଥାନାକୁ ଡାକି ତାଗିଦ୍ କରି ଛାଡ଼ିଥିଲା। ଭୀମ ତରେଇ ଏବଂ ରିଙ୍କି ବେହେରା ଘରକୁ ଫେରିବା ବେଳେ ଅଭିଯୁକ୍ତମାନେ ତାଙ୍କ ଉପରକୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଭୀମ ତରେଇ ଏବଂ ରିଙ୍କି ବେହେରା ଗୁରୁତର ହୋଇଥିଲେ। ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ଭୀମଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି।  

ଏହି ଖବରଟିକୁ ପଢନ୍ତୁ-ଅଶାନ୍ତ ଗଞ୍ଜାମ ଜିଲ୍ଲା : ଥାନାରେ କେସ୍ ଦେବାରୁ ଘରେ ପଶି ଭାଇ ଭଉଣୀଙ୍କୁ ହାଣିଲେ ଦୁର୍ବୃତ୍ତ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.