ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଯାଜପୁରରେ ମାଟ୍ରିକ୍ ଛାତ୍ରୀ କନ୍ୟା ସନ୍ତାନ ଜନ୍ମଦେବା ଘଟଣା, NHRC ପକ୍ଷରୁ ଏସ୍‌ପିକୁ ନୋଟିସ୍

Published By : Swapna Ray | July 3, 2025 9:58 AM

ଯାଜପୁର, ୭।୩: ଯାଜପୁର ଜିଲ୍ଲାରେ ଜଣେ ମାଟ୍ରିକ୍ ପରୀକ୍ଷା ଛାତ୍ରୀ ଗର୍ଭବତୀ ହୋଇ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଜାତୀୟ ମାନବାଧିକାର ଆୟୋଗ (NHRC) ଏହି ଘଟଣାକୁ ଗୁରୁତର ସହ ନେଇଛି । ଏହି ଘଟଣାକୁ ନେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଡଭୋକେଟ୍ ତଥା ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଦ୍ୱାରା ଅଭିଯୋଗ ଦାଖଲ କରାଯିବା ପରେ ଏନଏଚଆରସି ଯାଜପୁର ପୋଲିସ୍ ଏସପିଙ୍କୁ ଚାରି ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ କହିଛନ୍ତି । 

୨୬ ଫେବୃଆରୀ ୨୦୨୫ରେ ବରି ବ୍ଲକର ରାମପୁର ଗାଁର ପଞ୍ଚାୟତ ହାଇସ୍କୁଲ୍‌ରେ ପଢ଼ୁଥିବା ୧୦ମ ଶ୍ରେଣୀର ଜଣେ ଛାତ୍ରୀଙ୍କର ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା । ସେଠାରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଏହାପରେ ଝିଅ ଓ ନବଜାତ ଶିଶୁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । 

ଅଭିଯୋଗକାରୀ ଅଖଣ୍ଡ କହିଛନ୍ତି ଯେ, ଛାତ୍ରୀ ଜଣକ ଗର୍ଭବତୀ ଥିଲେ ବୋଲି କେହି ଜାଣି ପାରିନଥିଲେ । ଏହା ଶିକ୍ଷକ, ଅଙ୍ଗନବାଡ଼ି କର୍ମଚାରୀ ଏବଂ ସ୍ଥାନୀୟ ପ୍ରଶାସନଙ୍କ ଅବହେଳା । ସେ କହିଛନ୍ତି ଯେ, ଏହା ପୋକ୍ସୋ ଆଇନ୍ ଅନୁଯାୟୀ, ଗୁରୁତର ଅପରାଧ ଓ ଶିଶୁ ସୁରକ୍ଷା ଉଲ୍ଲଂଘନ । ଏହି ମାମଲାରେ ଏନଏଚଆରସି ଯାଜପୁର ଏସ୍‌ପିଙ୍କଠାରୁ ୪ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କରିଛନ୍ତି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ, ପୀଡ଼ିତାଙ୍କୁ କ୍ଷତିପୂରଣ ଓ ଥଇଥାନ, ରାଜ୍ୟରେ ଏଭଳି ଘଟଣା ବାରମ୍ବାର ହେଉଥିବାରୁ ଏହାକୁ ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଶ୍ରୀ ଅଖଣ୍ଡ କମିଶନଙ୍କ ନିକଟରେ ନିବେଦନ କରିଥିଲେ ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.