ରେମୁଣା, ୩/୭: ବୁଧବାର ବିଳମ୍ବିତ ରାତିରେ ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ନୂଆଗାଁ ଛକ ନିକଟରେ ଥିବା ପ୍ରାଣକୃଷ୍ଣ ଜୁଏଲ୍ଲରୀ ୱାର୍କସ ଦୋକାନରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରି ହୋଇଥିବାର ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ବୁଧବାର ରାତି ପ୍ରାୟ ୧.୪୦ ମିନିଟ୍ ସମୟରେ କେହି ଦୁର୍ବୁତ୍ତ ଜୁଏଲାରୀ ଦୋକାନ ଭାଙ୍ଗି ୫ କିଲୋରୁ ଅଧିକ ରୁପା ଗହଣା ଓ ମରାମତି ପାଇଁ ଥିବା ୫୦ ଗ୍ରାମ୍ ସୁନା ଗହଣାକୁ ସାମନା ପଟ କବାଟ ଭାଙ୍ଗି ଚୋରି କରି ନେଇଛନ୍ତି ।
ଖବର ପାଇ ଫାଣ୍ଡି ଅଧିକାରୀ ଜିତେନ୍ଦ୍ର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ମାଲିକ ପ୍ରାଣକୃଷ୍ଣ କମିଳା ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ହୋଇଥିବାର ଅଭିଯୋଗ କରିଥିଲେ । ଏନେଇ ୧୫୯/୨୫ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।