ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଶାନ୍ତ ସ୍ଵଭାବ ପାଇଁ ଚର୍ଚ୍ଚାରେ ଭଦ୍ର ହାତୀ, ଆକ୍ରମଣ ତ ଦୂରର କଥା ବାଟୋଇଙ୍କୁ ଛାଡ଼ିଦେଉଛି ରାସ୍ତା

Published By : Rasmita Pradhan | July 3, 2025 11:52 AM

ଠାକୁରମୁଣ୍ଡା, ୦୩/୦୭ (ଶରତ ତ୍ରିପାଠୀ): ହାତୀମଣିଷ ସଂଘର୍ଷକୁ ନେଇ ସବୁବେଳେ ଚର୍ଚ୍ଚାରେ ମୟୂରଭଞ୍ଜ । ରାଜ୍ୟର ସର୍ବାଧିକ ହାତୀ ରହୁଥିବା କାରଣରୁ ଜିଲ୍ଲା ଯେତିକି ସୁନାମ ମୁଣ୍ଡାଇଛି ସେତିକି ଦୁର୍ନାମ ସାଜିଛି ସେମାନଙ୍କ ଉପଦ୍ରବ । ହାତୀ ଆତଙ୍କ ମଧ୍ୟରେ କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ବନାଞ୍ଚଳରୁ ଆସିଛି ଭିନ୍ନ ଚିତ୍ର । ତାହା ଏକ ସୁଧାର ଓ ଶାନ୍ତ ଦନ୍ତା ହାତୀକୁ ନେଇ । ଦୀର୍ଘଦିନ ଧରି ଏକତ୍ର ସହବସ୍ଥାନ ଫଳରେ ହାତୀ ପ୍ରବୃତ୍ତି ବଦଳିଯାଇଛି । ସେ ସାମାନ୍ୟତମ ହିଂସ୍ର ଆଚରଣ ପ୍ରଦର୍ଶନ କରୁନି । ହାବୁଡ଼ରେ ପଡ଼ିଲେ ଆକ୍ରମଣ ତ ଦୂରର କଥା ଓଲଟି ବାଟୋଇଙ୍କୁ ରାସ୍ତା ଛାଡ଼ିଦେଉଛି । ଏଭଳି ନମ୍ର ବ୍ୟବହାର ପାଇଁ ଦନ୍ତାକୁ ଲୋକେ ନାଁ ଦେଇଛନ୍ତି ‘ଭଦ୍ର ହାତୀ’ । 

ଠାକୁରମୁଣ୍ଡା ବଜାରଠାରୁ ୪ କିମି ଦୂର ଖେଜୁରିଆ ସଂରକ୍ଷିତ ଜଙ୍ଗଲରେ ରୁହେ ଭଦ୍ର ହାତୀ । ୬୪୦ ହେକ୍ଟର ପରିମିତ ଏହି ଜଙ୍ଗଲ ନିକଟବର୍ତ୍ତୀ ତାଳପଦା, ଚମକପୁର, ବାଉଁଶଡିହା, ଚକୁଳିଆ, ବନ୍ଧସାହି, ମୁକୁନ୍ଦିଆପଡା, ଦାନୁଆବାଲିପୋଷି, ହାଣ୍ଡିଫୁଟା ଜଙ୍ଗଲରେ ଦନ୍ତା ନିର୍ଭୟରେ ଘୂରି ବୁଲୁଛି । ହେଲେ ତାଳପଦା ନିକଟ ଖେଜୁରିଆ ଜଙ୍ଗଲ ପାଲଟିଛି ତା’ର ସୁରକ୍ଷିତ ଆଶ୍ରୟ ସ୍ଥଳ । ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା, ଜୁଆଳିକଟା (ଚମକପୁର)-ତାଳପଦା ରାସ୍ତାରେ ହାତୀଟି ଅନେକ ସମୟରେ ଡେରା ପକାଇଥିବା ଦେଖିବାକୁ ମିଳେ । କିନ୍ତୁ କାହାରିକୁ ଆକ୍ରମଣ କରିବାର ନଜିର ନାହିଁ । ପଥଚାରୀ, ସାଇକେଲ୍‌ ଚାଳକ ଏବଂ ବାଇକ୍‌ ଚାଳକଙ୍କୁ ସେ ରାସ୍ତା ଛାଡ଼ି ଦେଉଛି । 

‘ଭଦ୍ର ହାତୀ’ ଖେଜୁରିଆ ଜଙ୍ଗଲରେ ଏପ୍ରିଲରୁ ଡିସେମ୍ବର ପର୍ଯ୍ୟନ୍ତ ରୁହେ । ବର୍ଷର ଅନ୍ୟ ସମୟରେ ଶିମିଳିପାଳ ଭିତରକୁ ଚାଲିଯାଏ । ସମୟେ ସମୟେ ହାତୀଟି ବଗିଚାରେ ପଶି ଆମ୍ବ, ପଣସ ଖାଏ । କିନ୍ତୁ ବିଶେଷ କ୍ଷୟକ୍ଷତି କରିବାର ଅଭିଯୋଗ ନାହିଁ । ହାତୀଟିର ଏଭଳି ଶାନ୍ତ ଆଚରଣ ସମ୍ପର୍କରେ ବନରକ୍ଷୀ ସୁନୀଲ ସାହୁ କୁହନ୍ତି, ଗତ ୩-୪ ବର୍ଷ ମଧ୍ୟରେ ହାତୀ କାହାରିକୁ ଆକ୍ରମଣ କରିନାହିଁଁ । ହାତୀ ରାସ୍ତାରେ ଛିଡ଼ା ହୋଇଥିବାବେଳେ କେହି ଆସିଲେ ବାଟ ଛାଡ଼ି ଦେଉଛି । ହିଂସ୍ର ଆଚରଣ ପ୍ରଦର୍ଶନ କରୁ ନ ଥିବାରୁ ଲୋକେ ଖୁସିରେ ତାକୁ ଭଦ୍ର ହାତୀ ବୋଲି ଡାକୁଛନ୍ତି । ଠାକୁରମୁଣ୍ଡା ବନାଞ୍ଚଳ ଅଧିକାରୀ ଉମାକାନ୍ତ ବେହେରା କହନ୍ତି, ଅନ୍ୟ ହାତୀପଲ ବ୍ୟାପକ କ୍ଷୟକ୍ଷତି କରନ୍ତି । ହେଲେ ଭଦ୍ର ହାତୀ ଏହାର ବ୍ୟତିକ୍ରମ । ସେ କେବେ ଆମକୁ ହଇରାଣ କରେନାହିଁ । ସହକାରୀ ବନ ସଂରକ୍ଷକ ପ୍ରଭାତ କୁମାର କୁଅଁର କୁହନ୍ତି, ଖଜୁରିଆ ଜଙ୍ଗଲରେ ରହୁଥିବା ଦନ୍ତା ପାଇଁ ଆମେ କେବେ ବିଚଳିତ ହେଉନାହୁଁ । କାରଣ ସେ କେବେ ମଣିଷକୁ ଆକ୍ରମଣ କରେନାହିଁ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.