ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ମାଲଗୋଦାମରୁ ଫେରୁଥିବା ବେଳେ ମାଡ଼ିଗଲା ଟ୍ରକ୍; ମହିଳା ହୋମଗାର୍ଡଙ୍କ ମୃତ୍ୟୁ

Published By : Swapna Ray | July 3, 2025 3:00 PM

କଟକ, ୩।୭: ଟ୍ରକ୍ ଧକ୍କାରେ ଜଣେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ମାଲଗୋଦାମ ଥାନାରେ କାମ କରୁଥିବା ୫୬ ବର୍ଷୀୟ ମନୋରମା ପଣ୍ଡା ବୋଲି ଜଣାପଡ଼ିଛି । ମାଲଗୋଦାମରୁ କୌଣସି କାମରେ ଯାଇ ଫେରିବା ବାଟରେ ତାଙ୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । 

ଖବର ପାଇ ଡିସିପି ଖିଲାରି ରୁଷିକେଶ, ଏସିପି ଅରୁଣ ସ୍ୱାଇଁ, ଇନ୍ସପେକ୍ଟର ରଜନୀ ଦାସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଟ୍ରକ୍ ଓ ଚାଳକକୁ ଥାନାକୁ ଆଣିଥିଲେ । କହିରଖୁ କି, ହୋମଗାର୍ଡ ମନୋରମା ପଣ୍ଡା ଜଣେ ଭଲ କର୍ମଚାରୀ ଥିଲେ । ତାଙ୍କର ଦୁଇ ପୁଅ ଅଛନ୍ତି । ସେ ତିନିଘରିଆ ଅଞ୍ଚଳରେ ପରିବାର ସହ ରହୁଥିଲେ । ତାଙ୍କ ମୃତଦେହକୁ ଏସ୍‌ସିବିରେ ବ୍ୟବଚ୍ଛେଦ କରିବା ପରେ ମାଲଗୋଦାମ ଥାନାକୁ ନିଆଯାଇଛି । ଆବଶ୍ୟକୀୟ କ୍ଷତିପୂରଣ ପାଇଁ ବିଭାଗ ପାଖରୁ ସମସ୍ତ ସହଯୋଗ ଦିଆଯିବ ବୋଲି ଡିସିପି ପ୍ରତିଶ୍ରୁତି ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.