ପ୍ରମୂଖ ଖବର
  • ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ ପରେ ଆନ୍ଦୋଳନରୁ ହଟିଲା ଓଏଏସ ସଂଘ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ
  • ||
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଲଡୁଗାଁ ବାନେର ରାସ୍ତା ଅବସ୍ଥା ଶୋଚନୀୟ, ରାସ୍ତା ନିର୍ମାଣ କେବେ ହେବ ସ୍ୱପ୍ନ ଦେଖୁଛନ୍ତି ଅଞ୍ଚଳବାସୀ

Published By : Gurupada Nath | July 3, 2025 6:00 PM

କୋକସରା,୩/୭ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁରୁ ଜୟପାଟଣା ବ୍ଲକ ବାନେରକୁ ସଂଯୋଗ କରୁଥିବା ୧୪କିମି ରାସ୍ତାର ଅବସ୍ଥା ଦୀର୍ଘ ବର୍ଷ ହେବ ଅତି ଶୋଚନୀୟ ହୋଇ ପଡ଼ିଛି । ଅଞ୍ଚଳବାସୀ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ଓ ଆନ୍ଦୋଳନ କରିଥିଲେ ମଧ୍ୟ ପ୍ରଶାସନର ପ୍ରତିଶ୍ରୁତି ତଳେ ରାସ୍ତା ନିର୍ମାଣ କାର୍ଯ୍ୟ ଅଧୁରା ହୋଇ ପଡିଛି । କୋକସରା ବ୍ଲକର ଏକ ବ୍ୟବସାୟିକ ପେଣ୍ଠସ୍ଥଳି ହେଉଛି ଲଡୁଗାଁ, ଏହି ସହର ଉପରେ ଦୈନିକ କୋକସରାର ୨୨ପଞ୍ଚାୟତ ସମେତ ଜୟପାଟଣା ବ୍ଲକର ଉଛୁଲା, ରେଙ୍ଗାଳପାଲି, ଭଇରିପାଲି,ପୁଝାରିଗୁଡା ପଞ୍ଚାୟତ ଅଞ୍ଚଳର ଅଞ୍ଚଳବାସୀ ନିର୍ଭରଶୀଳ । 

ଲଡୁଗାଁକୁ ଆସିବା ପାଇଁ ମାତ୍ର ଏହି ରାସ୍ତା ଦେଇ ଯାତାୟାତ କରୁଥିବାବେଳେ ରାସ୍ତାରେ ବଡ଼ ବଡ଼ ଖାଲଖମା ଓ ଏବେ ବର୍ଷା ଯୋଗୁଁ ରାସ୍ତା ସାରା ପାଣି କାଦୁଅ ସରସର ହୋଇ ଲୋକଙ୍କ ପାଇଁ ଦୁର୍ଦ୍ଦଶାର କାରଣ ସାଜିଛି । ପୂର୍ବରୁ ଏହି ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବାବେଳେ ଏବେ ଏହା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହୋଇଛି । ତେବେ ରାସ୍ତା ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଜନୈକ ଠିକାସଂସ୍ଥାକୁ କାର୍ଯ୍ୟାଦେଶ ମିଳିଥିବା ନେଇ ବିଭାଗୀୟ ଯନ୍ତ୍ରୀ ନବ କିଶୋର ବେହେରା ସୂଚନା ଦେଇଥିବାବେଳେ ରାସ୍ତା ନିର୍ମାଣ କାର୍ଯ୍ୟ କାହିଁକି ଆଗେଇ ପାରୁନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

ରାସ୍ତା ନିର୍ମାଣ ପାଇଁ ଅଞ୍ଚଳବାସୀ ବିଗତ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିଥିବାବେଳେ ତତ୍କାଳୀନ ଧର୍ମଗଡ଼ ଉପ ଜିଲ୍ଲାପାଳ ଧୀମାନ ଚକମା ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତେବେ ପ୍ରତିଶ୍ରୁତିର ଦୀର୍ଘ ବର୍ଷ ପରେ ମଧ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ପ୍ରଶାସନର ନାଲି ଫିତା ତଳେ ଅଟକି ରହିଛି । ରାସ୍ତା ନିର୍ମାଣ ନେଇ ପ୍ରଶାସନ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନ ନେଲେ ପୁଣି ଏକ ଜନ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଅଞ୍ଚଳର ସଚେତନ ନାଗରିକ ପ୍ରମୁଖ ଚେତାବନୀ ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.