ଖୁଣ୍ଟା,୩/୭ : ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଞ୍ଚଳରେ ଜନୈକା ଆଶାକର୍ମୀଙ୍କ ବେକରୁ ଦୁର୍ବୃତ୍ତମାନେ ସୁନା ଚେନ ଲୁଟି ନେଇଥିବା ଜଣାପଡ଼ିଛି । ସେପଟେ ପୋଲିସ ପ୍ରଶାସନର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସୂଚନା ଅନୁସାରେ ଖୁଣ୍ଟା ଥାନା ଅନ୍ତର୍ଗତ ବାସିପିଠା ପଞ୍ଚାୟତ ଅଧୀନ ମୁରାଲି ଗ୍ରାମର ଜନୈକା ଆଶାକର୍ମୀ ଆଜି ଅପରାହ୍ନ ୫ଟା ବେଳେ ଜଡ଼ାବଣି ଛକରୁ ନିଜ ଘର ମୁରାଲିକୁ ଚାଲି ଚାଲି ଯାଉଥିବାବେଳେ ଗୋଟିଏ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ଜଡ଼ାବଣି ସ୍କୁଲ ନିକଟ ରାସ୍ତା ପାଖରୁ ଆଶାକର୍ମୀଙ୍କ ବେକରୁ ସୁନା ଚେନ ଟାଣି ନେଇ ଖସି ପଳାଇଥିଲେ। ତେବେ ରିପୋର୍ଟ ଲେଖା ହେବା ଯାଏଁ ଥାନାରେ ଅଭିଯୋଗ ହୋଇନଥିବା ଜଣାପଡିଛି ।
ସୂଚନା ଅନୁସାରେ, ଖୁଣ୍ଟା ଥାନା ଅଞ୍ଚଳରେ ଏଭଳି ବାରମ୍ବାର ଚୋରି, ଡକାୟତ, ରାହାଜାନୀ, ଛିନତାଇ ଘଟଣା ବଢ଼ିବାରେ ଲାଗିଥିବାବେଳେ ପୋଲିସ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏପଟେ ଅଞ୍ଚଳବାସୀଙ୍କ ପୋଲିସ ଉପରେ ଭରଷା ଦିନକୁ ଦିନ କମିବାରେ ଲାଗିଥିବାବେଳେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ଜନସାଧାଣ ।