ପ୍ରମୂଖ ଖବର
  • ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ ପରେ ଆନ୍ଦୋଳନରୁ ହଟିଲା ଓଏଏସ ସଂଘ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ
  • ||
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ମୋବାଇଲ୍ ପାଇଁ ନାବାଳକ ସାଙ୍ଗକୁ ମାରିଲା ସାଙ୍ଗ, ଜଙ୍ଗଲରୁ ମିଳିଲା ମୃତଦେହ

Published By : Gurupada Nath | July 3, 2025 7:43 PM

ହାଟଡିହି,୩/୭ : ସାଙ୍ଗକୁ ନିଜ ଭଉଣୀ ଘରକୁ ଯିବାକୁ ଡାକି ନେଇ ହତ୍ଯା କଲା ସାଙ୍ଗ । ଘଟଣାର ୪ଦିନ ପରେ ଜଙ୍ଗଲରୁ ମିଳିଲା ନାବାଳକର ମୃତଦେହ । ମୋବାଇଲ୍   ବିବାଦରୁ  ହତ୍ଯାକାଣ୍ଡ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ପରେ ଅଭିଯୁକ୍ତ ସାଙ୍ଗକୁ ଅଟକ ରଖି ପୋଲିସ୍ ଚଳାଇଛି ତଦନ୍ତ । ମୃତକ ହାଟଡିହି ବ୍ଲକ ସୋସୋ ଥାନା ରାଇଘାଟି ଗାଁ ସିଲାୟ ପୂର୍ତ୍ତିଙ୍କ ୧୪ବର୍ଷିୟ ପୁଅ ଗୁସା । ଗତ ରବିବାର ଗାଁର ପାସିଂ ହୋଙ୍କ ପୁଅ କୁଣ୍ଡିଆ ଆସି ଗୁସାକୁ ନିଜ ଭଉଣୀ ଘରକୁ ଯିବାକୁ କହି ଘରୁ ଡାକି ନେଇଥିଲା । 

ପରଦିନ କୁଣ୍ଡିଆ ଫେରିଲା ହେଲେ ଗୁସାର ଦେଖା ଦର୍ଶନ ନ ଥିଲା । ତେବେ ଗତକାଲି ଗାଁଠାରୁ ୨କିମି ଦୂରରେ ଥିବା ଜଙ୍ଗଲରେ ଗୁସାର ମୃତଦେହ ପଡ଼ିଥିବା ଦେଖି ଲୋକେ ପରିବାରକୁ ଖବର କରିଥିଲେ । ପୋଲିସ ପହଁଞ୍ଚି ମୃତଦେହ ଉଦ୍ଧାର କରି ବ୍ଯବଚ୍ଛେଦ କରାଇଛି । କିଛି ମାସ ତଳ ଉଭୟ ଗୁସା ଓ କୁଣ୍ଡିଆ ପଣ୍ଡିଚେରୀରେ କାମ କରୁଥିଲେ । ସେହି ସମୟରେ ଗୁସା ଏକ ମୋବାଇଲ୍ କିଣିଥିବାବେଳେ କୁଣ୍ଡିଆ ତାକୁ ଲୁଚାଇ ଦେଇଥିଲା । ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ଯରେ ବିବାଦ ହୋଇଥିଲା । ତେବେ ପରେ ଉଭୟ ମିଳିମିଶି ଯାଇଥିଲେ । ତେବେ ସେହି ରାଗକୁ କେନ୍ଦ୍ର କରି କୁଣ୍ଡିଆ ଗୁସାକୁ ମାରିଥିବା ସନ୍ଦେହ କରିଛନ୍ତି ବାପା ସିଲାୟ ପୂର୍ତ୍ତି । ଅଭିଯୋଗ ପରେ ପୋଲିସ୍ କୁଣ୍ଡିଆକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.