ଧରାକୋଟ,୩।୭ ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସରଧାପୁର ପଞ୍ଚାୟତ ଲକ୍ଷ୍ମୀପୁର ବାଲିଘାଟ ଋଷିକୁଲ୍ୟା ନଦୀରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ବୃଦ୍ଧ ଜଣଙ୍କ ହେଲେ ଲକ୍ଷ୍ମୀପୁର ଗ୍ରାମର ୬୯ ବର୍ଷୀୟ ସୀତାରାମ ଗୌଡ l
ବୃଦ୍ଧ ନଦୀକୁ ଗାଧୋଇବାକୁ ଯାଇଥିବା ସମୟରେ ଅଚାନକ ଗୋଡ ଖସିଯିବାରୁ ନଦୀ ପାଣିରେ ବୁଡ଼ି ଯାଇଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଛି l ଘଟଣା ବିଷୟରେ ସ୍ଥାନୀୟ ଲୋକେ ପୋଲିସ ଖବର ଦେବା ପରେ ଧରାକୋଟ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଆସିକା ମେଡିକାଲକୁ ପଠାଇଥିବା ବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି l