ଛତ୍ରପୁର, ୦୪/୦୭: ୧୧ ବର୍ଷ ପରେ ପୁଲିସକୁ ମିଳିଲା ସଫଳତା । ଗ୍ରୀନ୍ ଇଣ୍ଡିଆ ଗଞ୍ଜାମ ଜିଲ୍ଲା ମୁଖ୍ୟ ଗିରଫ । ହିଞ୍ଜିଳା ଥାନା ରାଳବ ଗାଁର ରଞ୍ଜନ ପରିଡ଼ାଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ ।
ସୂଚନା ମୁତାବକ, ଗ୍ରୀନ୍ ଇଣ୍ଡିଆ ଚିଟଫଣ୍ଡ ସଂସ୍ଥା ଲୋକଙ୍କ ଠାରୁ ଠକେଇ କରିଥିବାର ଅଭିଯୋଗ ଆସିଥିଲା । ଏହାପରେ ପୁଲିସ ତଦନ୍ତ କରି ସଂସ୍ଥା ମୁଖ୍ୟକୁ ଗିରଫ କରିଥିଲା । ହେଲେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଭାବେ କାମ କରୁଥିବା ରାଳବ ଗାଁ ରଞ୍ଜନ ପରିଡ଼ା ଫେରାର ଥିଲେ । ରଞ୍ଜନ ପରିଡାଙ୍କ ନାଁରେ ୧୦ କୋଟି ଟଙ୍କାର ଠକେଇ କରିଥିବାର ଅଭିଯୋଗ ରହିଥିଲା । ୨୦୧୪ ମସିହାରୁ ଫେରାର ଥିବା ରଞ୍ଜନ ପରିଡ଼ାକୁ ଶେଷରେ ଗିରଫ କରିଛି ପୋଲିସ । ଅଭିଯୁକ୍ତକୁ ବ୍ରହ୍ମପୁରରୁ ଗିରଫ କରିଛି ଜଗନ୍ନାଥ ପ୍ରସାଦ ପୁଲିସ । ସେହିପରି ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି ସେନେଇ ମଧ୍ୟ ତଦନ୍ତ ଜାରି ରଖିଛି ପୋଲିସ ।