ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ପୂର୍ବ ଶତ୍ରୁତାକୁ ନେଇ ସଂଘବଦ୍ଧ ଆକ୍ରମଣ : ଜଣେ ମୃତ, ୪ ଆହତ

Published By : Suraj Kumar | July 1, 2025 5:50 PM

ଛତ୍ରପୁର ,୧।୭ (ଆପ୍ର): ଗଞ୍ଜାମ ପୁଲିସ ଜ଼ିଲ୍ଲାରେ ୫ଘଣ୍ଟା ମଧ୍ୟରେ ଗଡିଛି ୨ଟି ମୁଣ୍ଡ l ବେଗୁନିଆପଡା ବି, ନୁଆଁ ପଲ୍ଲୀରେ ସଂଘବଦ୍ଧ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଛତ୍ରପୁର ଥାନା ଅନ୍ତର୍ଗତ ଗୋବା ଗ୍ରାମରେ ପୂର୍ବ ଶତ୍ରୁତ୍ରାକୁ ନେଇ ସଂଘବଦ୍ଧ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ତୋଫାନ ସ୍ବାଇଁ (୨୫)। ଆହତମାନେ ହେଲେ ସୁଧୀର କୁମାର ସ୍ଵାଇଁ, ନନ୍ଦ ବାରିକ, କାଳିଆ ସାହୁ ଓ ରାହୁଲ୍ ସ୍ଵାଇଁ। ସୁଧୀରଙ୍କ ଅବସ୍ଥା ଗୁରୁତର ରହିଛି।  ଘଟଣା ସ୍ଥଳରେ ଛତ୍ରପୁର ପୋଲିସ ପହଂଚି ତଦନ୍ତ ଜାରି ରଖିଛି l

ତୋଫାନ ସ୍ଵାଇଁ ତାରାତାରିଣୀ ମନ୍ଦିରରୁ ଫେରୁଥିବା ସମୟରେ ଗୋବା ଗାଁ ଛକରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ୧୫ରୁ ୧୭ ଜଣ ଦୁର୍ବୃତ୍ତ ସଂଘବଦ୍ଧ ଭାବେ ଖଣ୍ଡା, କାତି, ଡେଙ୍ଗା, ହକି ଷ୍ଟିକ୍, ଲୁହା ରଡ଼ ଆଦିରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ l ଫଳରେ ଖବର ପାଇଁ ତୋଫାନ ସ୍ଵାଇଁର କକା ପୁଅ ଭାଈ ସୁଧୀର ସ୍ୱାଇଁ ଓ ତାଙ୍କର ସମ୍ପର୍କୀୟ ଭାଇମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ l କିନ୍ତୁ ସେମାନଙ୍କୁ ମଧ୍ୟ ଛାଡ଼ି ନଥିଲେ ଦୁର୍ବୃତ୍ତ ମାନେ। ଆକ୍ରମଣରେ  ସେମାନେ ମଧ୍ୟ ଆହାତ ହୋଇଥିଲେ l ଗ୍ରାମବାସୀଙ୍କ ସହାୟତାରେ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ସମସ୍ତଙ୍କୁ  ଅଣାଯାଇଥିଲା l ସେଠାରେ ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ତୋଫାନ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ  ତାଙ୍କର ମୃତ୍ୟୁ ଘଟିଛି l ଅନ୍ୟ ପକ୍ଷେ ଛତ୍ରପୁର ପୋଲିସ ମେଡ଼ିକାଲ ଆସି ଆହତ ଙ୍କୁ ଭେଟି ପଚରାଉଚରା କରିଥିଲେ।  ଛତ୍ରପୁର ଉପଖଣ୍ଡ ପୋଲିସ ଅଧିକାରୀ ଚନ୍ଦନ ଘଢେଇଙ୍କ ନେତୃତ୍ୱରେ ଛତ୍ରପୁର ଥାନାଧିକାରୀ ଓ ତାଙ୍କ ଟିମ୍ ଗୋବା ଗ୍ରାମରେ ପହଞ୍ଚି ଜୋରଦାର ଛାନଭିନ ଆରମ୍ଭ କରିଛନ୍ତ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.