ପ୍ରମୂଖ ଖବର
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ବାହୁଡ଼ା ଯାତ୍ରା: ଶ୍ରୀଗୁଣ୍ଡିଚା ମନ୍ଦିରରେ ଆରମ୍ଭ ହେଲା ପହଣ୍ଡି, ଧାଡ଼ି ପହଣ୍ଡିରେ ଆସି ରଥାରୂଢ଼ ହେବ ଚତୁର୍ଦ୍ଧାମୂର୍ତ୍ତି
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ସରିଲା ଆଡ଼ପମଣ୍ଡପ ଲୀଳା: ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି, ଚକ୍ରରାଜ ସୁଦର୍ଶନଙ୍କ ଚାଲିଛି ପହଣ୍ଡି
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ, ପୁରୀରେ ମଧ୍ୟମ ଧରଣର ବର୍ଷା ହୋଇପାରେ
  • ||

ଭାଲୁଗୁଡ଼ା ଝରଣା ମଳିକ ହତ୍ୟାକାଣ୍ଡ, ୨ ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ

Published By : Gurupada Nath | July 4, 2025 11:26 PM

ଭଞ୍ଜନଗର,୪/ ୭ : ଭାଲୁ ଗୁଡା ଝରଣା ମଳିକ ହତ୍ୟାକାଣ୍ଡ ଉପରୁ ଶେଷରେ ପରଦା ହଟିଛି । ୧୪ବର୍ଷର ନାବାଳିକା ଝରଣାକୁ ବିବାହର ପ୍ରତିଶ୍ରୁତି ଦେଇ ଘରୁ ଉଠାଇ ନେବା ପରେ ପରିବାର ଲୋକଙ୍କ ବିରୋଧ ଯୋଗୁଁ ଶେଷରେ ନିଜ ଭିଣୋଇ ସହ ମିଶି ଝରଣାର ଜୀବନ ନେଇଥିଲା ହତ୍ୟାକାରୀ ଲାଲକ। ଆଉ ଶୁକ୍ରବାର ଗିରଫ ହେବା ପରେ ପୁଲିସ ଉଭୟଙ୍କୁ କୋର୍ଟ ଚାଲାଣ କରିଛି।

ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା ଶୁକ୍ରବାର ଏକ ପ୍ରେସ୍ ରିଲିଜରେ ଗସମା ଜଙ୍ଗଲରୁ ମିଳିଥିବା ହାଡ କଙ୍କାଳ ଓ ଖପୁରୀ ଆଦିବାସୀ ନାବାଳିକା ଝରଣା ମଳିକ(୧୪)ଙ୍କର ବୋଲି ସ୍ପଷ୍ଟ କରିଛନ୍ତି। ଆଉ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୁକ୍ତ ପ୍ରେମିକ ଲାଲକ ମଳିକ ଓ ତାର ଭିଣୋଇ ଶିବ ଶଙ୍କର ମଳିକଙ୍କୁ ଗିରଫ କରି କୋର୍ଟଚାଲଣ କରିଛନ୍ତି। ଥାନା ଅଧିକାରୀ ଜୀବନାନନ୍ଦ ଜେନା ଦେଇଥିବା ସୂଚନା ଅନୁସାରେ ଏହି ଥାନା ଅନ୍ତର୍ଗତ ଭାଲୁଗୁଡା ଗ୍ରାମର ଜଗନ୍ନାଥ ମଳିକ ନିଜର ଝିଅ ଝରଣା ମଳିକ(୧୪) ଓ ୧୦ ବର୍ଷର ପୁଅ ଗଣେଷ ମଳିକକୁ ଘରେ ଛାଡିଦେଇ ସୋରତାରେ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲା । ଆଉ ଜୁନ୍ ୨୮ ତାରିଖରେ ସେ ଘରକୁ ଆସିବା ପରେ ଝିଅ ଘରେ ନ ଥିବା ଦେଖି ଗାଁ ଲୋକଙ୍କୁ ପଚାରି ବୁଝିଥିଲା। ଝିଅକୁ ଡିମିରିଝୋଳି ଗ୍ରାମର କନ୍ଧିଆ ମଳିକର ପୁଅ ଲାଲକ ମଳିକ ନେଇଯାଇଥିବା ଶୁଣି ସେ ସେହି ଗ୍ରାମକୁ ଗଲାବେଳେ ଲାଲକଙ୍କ ଘରେ କେହିବି ନଥିଲେ । ତେଣୁ ସେ ଏକଥା ଦେଖି ଜୁନ୍ ୨୯ ତାରିଖ ସକାଳୁ ଭଞ୍ଜନଗର ଥାନାରେ ଝିଅ ନିଖୋଜ ଥିବା ଓ ତାକୁ ଲାଲକ ନେଇ ପଳାଇଥିବା ଏତଲା ଦେଇଥିଲେ। ଆଉ ପୁଲିସ ଏତଲାକୁ ଆଧାର କରି ତଦନ୍ତ ଆରମ୍ଭ କରିଥିବାବେଳେ ଖୋଦ୍ ଜଗନ୍ନାଥ ଗସମା ଜଙ୍ଗଲରେ ଝିଅର କିଛି ଡ୍ରେସ୍ ଓ ଅନ୍ୟାନ୍ୟ ସାମଗ୍ରୀ ଦେଖି ସେଠାରେ ପଡିଥିବା ହାତ ଖପୁରୀ ତାଙ୍କ ଝିଅର ବୋଲି ଚିହ୍ନଟ କରିଥିଲେ। ଆଉ ତୁରନ୍ତ ପୁଲିସରେ ଖବର ଦେଇଥିଲେ। ସୂଚନାପାଇ ପୁଲିସ ଗସମା ଜଙ୍ଗଲରେ ପହଞ୍ଚି ଏହା କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଇଲାକରେ ଆସୁଥିବାରୁ ଚକାପାଦ ଥାନାକୁ ସୂଚନା ଦେଇଥିଲେ। ପରେ ଚକାପାଦ ପୁଲିସ ଘଟଣାସ୍ଥଳରେ ପହଞ୍ଚି ହାତ କଙ୍କାଳ ଓ ଖପୁରୀ ଜବତ କରିବାସହ ଏକ ଅପମୃତ୍ୟୁ ମାମଲା ୪/ ୨୦୨୫ ପ୍ରକାରେ ରୁଜୁ କରି ଏସବୁକୁ ଫୋରେନସିକ୍ ଟେଷ୍ଟ ପାଇଁ ପଠାଇଥିଲା । 

ଏପଟେ ଭଞ୍ଜନଗର ପୁଲିସ ଏହି ଘଟଣାରେ ଝରଣାକୁ ଘରୁ ଉଠାଇ ନେଇଥିବା ଲାଲକକୁ ଧରିବା ପରେ ତାଠାରୁ ସମସ୍ତ ତଥ୍ୟ ପାଇଥିଲା । ଲାଲକ ଦେଇଥିବା ସୂଚନା ପ୍ରକାରେ ଝରଣାକୁ ଧରି ସେ ଘରକୁ ଯିବା ପରେ ଏହାକୁ ଘରଲୋକେ ବିରୋଧ କରିଥିଲେ । ଆଉ ଘର ଲୋକଙ୍କ ବିରୋଧ କାରଣରୁ ଲାଲିକ ଝରଣାକୁ ଧରି ତାର ଭିଣୋଇଘର ଚକାପାଦ ଥାନା ଅନ୍ତର୍ଗତ ନିଧିଆବେଣା ଗାଁକୁ ଯାଇଥିଲା । ସେଠାରେ କୌଶଳ କରି ଉଭୟ ଲାଲକ ଓ ତାର ଭିଣୋଇ ଶିବ ଶଙ୍କର ମଳିକ ଝରଣାକୁ ଜଙ୍ଗଲକୁ ନେଇ ସେଠାରେ ହତ୍ୟା କରିବା ପରେ ଏହାକୁ ଆତ୍ମହତ୍ୟାର ରୂପ ଦେଇଥିଲେ। ଭଞ୍ଜନଗର ଥାନା କେଶ ନମ୍ବର- ୭୩୭/୨୦୨୫ ପ୍ରକାରେ ଏକ ମାମଲା ରୁଜୁ କରି ପୁଲିସ ଉଭୟ ଅଭିଯୁକ୍ତ ଲାଲକ ମଳିକ ଓ ଶିବ ଶଙ୍କର ମଳିକକୁ ଗିରଫ କରି କୋର୍ଟଚାଲଣ କରିଥିବା ଥାନା ଅଧିକାରା ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.