ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

କରେଣ୍ଟ ଲାଗି ୫ମ ଶ୍ରେଣୀ ଛାତ୍ରୀ ଆହତ, ଗାଁରେ ଉତ୍ତେଜନା

Published By : Gurupada Nath | July 4, 2025 8:28 PM

ମାଲକାନଗିରି, ୪/୭ : ମଧ୍ୟାହ୍ନ ଭୋଜନ ଖାଇ ନଳକୂଅ ନିକଟରେ ହାତ ଧୋଉଥିବାବେଳେ କରେଣ୍ଟ ଲାଗି ଜଣେ ୫ମ ଶ୍ରେଣୀ ଛାତ୍ରୀ ଆହତ ହୋଇଛନ୍ତି । ଏହି ଘଟଣା ପରେ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଘଟଣାସ୍ଥଳରେ ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ଓ ଅନ୍ୟାନ୍ୟ ଶିକ୍ଷା ବିଭାଗ କର୍ମଚାରୀ ପହଁଚି ପରିସ୍ଥିତି ଅନୁଧ୍ୟାନ କରିବା ସହିତ ଗ୍ରାମବାସୀଙ୍କୁ ବୁଝାଇବା ସହ ପରବର୍ତ୍ତୀ ସମୟରେ ଏପରି ଘଟଣା ଯେପରି ନ ଘଟେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ତାଗିଦ କରିଛନ୍ତି। 

ସୂଚନାଯୋଗ୍ୟ ଯେ, ମାଲକାନଗିରି ବ୍ଲକସ୍ଥ ଚଲାଣଗୁଡା ପଞ୍ଚାୟତ ପ୍ରଧାଣିଗୁଡା ଗ୍ରାମର କମଲ ଲୋଚନ ହରିଜନଙ୍କ ଝିଅ ରଞ୍ଜିତା ହରିଜନ (୧୦)ମୁଣ୍ଡଗୁଡା ପ୍ରାଥମିକ ବିଦ୍ୟାଳୟରେ ୫ମ ଶ୍ରେଣିରେ ପାଠ ପଢେ ।  ଆଜି ମଧ୍ୟାହ୍ନ ଭୋଜନ ଖାଇ ସାରି ହାତ ଧୋଇବା ପାଇଁ ବିଦ୍ୟାଳୟ ପାଚେରୀ ବାହାରେ ଥିବା ଏକ ନଳକୂପ ନିକଟକୁ ଯାଇଥିଲା । ଉକ୍ତ ନଳକୂପରେ ମୋଟର ଫିଟିଂ ହୋଇଥିଲା । ବିଦ୍ୟୁତ ତାର ଖୋଲାଥିବାରୁ ହାତ ବାଜି କରେଣ୍ଟ ଲାଗି ଯାଇ ନଳକୂପ ନିକଟରେ ଲଟକି ରହିଥିଲା । ସେ ଚିତ୍କାର କରିବାରୁ ସେହି ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତି ଏହା ଦେଖି ଉକ୍ତ ଛାତ୍ରୀକୁ ଉଦ୍ଧାର କରିଥିଲେ । ସଙ୍ଗେ ସଙ୍ଗେ ପରିବାର ଲୋକେ ଓ ଗ୍ରାମବାସୀ ମାଲକାନଗିରି ହସ୍ପିଟାଲକୁ ନେଇ ଚିକିତ୍ସା କରିଥିଲେ । ଛାତ୍ରୀଟିର ହାତରେ ସାମନ୍ୟ ଆଘାତ ଲାଗିଛି । ସେ ସୁସ୍ଥ ଅଛି, ଏହି ଘଟଣାରେ ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଏହା ଜାଣିପାରି ସଙ୍ଗେ ସଙ୍ଗେ ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ଘଟଣା ସ୍ଥଳରେ ପହଁଚି ପରିସ୍ଥିତି ଅନୁଧ୍ୟାନ କରି ଛାତ୍ରୀର ଚିକିତ୍ସା ବ୍ୟବସ୍ଥା କରିଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.