କେସିଙ୍ଗା,୪/୭ : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଚାରି ଦଶନ୍ଧି ଧରି ବନ୍ଦ ପଡ଼ିଥିବା କୋଣାର୍କ ସୂତାକଳ ପରିସରରୁ ଗତକାଲି ରାତିରେ କିଛି ଦୁବୃର୍ତ୍ତ ଲୁହା ଚୋରି ନେଇ ଥିବା ସୂତାକଳ କର୍ତ୍ତୃପକ୍ଷ ଜାଣିବା ପରେ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଥାନା ଅଧିକାରୀ ପ୍ରଦ୍ୟୁମ୍ନ ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍ ଗଠନ କରି ଭବାନୀପାଟଣାରୁ ସନ୍ଧାନି କୁକୁର ଆଣି ତନାଘନା ଆରମ୍ଭ କରିଥିଲେ।
ଶେଷରେ ୪ଜଣ ଅଭିଯୁକ୍ତ ଓ ଲୁହା ସାମଗ୍ରୀ କିଣିଥିବା କେସିଙ୍ଗା ବୋରିଂପଦରର ଜଣେ କବାଡି ବାଲାକୁ ଗିରଫ କରି କେସ ନ ୩୪୧/୨୫ରେ ବୁକ୍ କରି ବିଭିନ୍ନ ଧାରାରେ କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗରୁଡ଼ ସେନାପତି(୩୫), ଅନିଲ ପୁଟେଲ (୨୮), କିଶୋର ନାଏକ/ ବିକ୍କି(୩୩), ଚତୁର୍ଭୁଜ ବାରିକ (୩୨) ଏବଂ କବାଡି ବାଲା ଏମଡି ସିଧିକି ବୋଲି ପୋଲିସ ପ୍ରକାଶ କରିଛି । ପ୍ରକାଶ ଯେ, ଉକ୍ତ ବନ୍ଦ ପଡ଼ିଥିବା କୋଣାର୍କ ସୂତା କଳରୁ ଆଗରୁ ଅନେକ ମୂଲ୍ୟବାନ ଜିନିଷପତ୍ର ଚୋରି ହୋଇଥିଲେ ମଧ୍ୟ ପୋଲିସର ହାତ ଚୋର ମାନଙ୍କ ପାଖରେ ପହଞ୍ଚି ପାରୁନଥିଲା । କିନ୍ତୁ ବର୍ତ୍ତମାନ କେସିଙ୍ଗା ପୋଲିସକୁ ଚୋର ଧରିବାରେ ସଫଳତା ମିଳିଛି ।