ଆସିକା,୪/୭ : ଆସିକା ବସଷ୍ଟାଣ୍ଡ ନିକଟରେ ଥିବା ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖରେ ଜଣେ ଯୁବକଙ୍କୁ ଛୁରା ମାଡ଼। ଛୁରା ମାଡ଼ରେ ବାବନପୁର ଗ୍ରାମର ହିମାଂଶୁ ଶେଖର ଦାସ ନାମକ ଜଣେ ଯୁବକ ଗୁରୁତର ହୋଇପଡ଼ିଛନ୍ତି । ତାଙ୍କ ପେଟ ଓ ହାତକୁ ହୋଇଛି ଛୁରା ମାଡ଼ ।
ପରେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଆସିକା ମେଡିକାଲ ଓ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଛୁରା ମାଡ଼ର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଜାରି ରଖିଛି ।