ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

IMS ସମ୍ ହସ୍ପିଟାଲ୍ ପରିସରରେ ପାଲିଏଟିଭ୍ କେୟାର କର୍ମଶାଳା ଆୟୋଜନ, ରୋଗୀଙ୍କୁ ଉତ୍ତମ ସେବା ଯୋଗାଇଦେବା ପ୍ରାଥମିକତା: ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ

Published By : Bijay Swain | July 5, 2025 11:17 PM

ଭୂବନେଶ୍ୱର: ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଲଗାତାର ଭାବରେ ରୋଗୀଙ୍କୁ ଉତ୍ତମ ସେବା ଯୋଗାଇ ଦେବାକୁ ଆଇଏମ୍ ଏସ୍ ସମ୍ ହସ୍ପିଟାଲର ଚେଷ୍ଟା ଜାରି ରହିଛି । ପ୍ରତି କ୍ଷେତ୍ରରେ କିଭଳି ଭାବରେ ରୋଗାଙ୍କୁ ସର୍ବୋତ୍ତମ ସେବା ଯୋଗାଇ ଦିଆଯିବ ସେନେଇ ଡାକ୍ତର ଓ ନର୍ସ ଚେଷ୍ଟିତ । ଏହି କ୍ରମରେ ଆଜି ଆଇ ଏମ୍ଏସ୍ ସମ୍ ହସ୍ପିଟାଲ୍ ପରିସରରେ ଥିବା କନଫରେନ୍ସ ହଲ୍ ଠାରେ ପାଲିଏଟିଭ୍ କେୟାରର ଏକ କର୍ମଶାଳା ଆୟୋଜନ କରାଯାଇଥିଲା । 

ଏହି କର୍ମଶାଳାରେ ସମ ହସ୍ପିଟାଲର ସମସ୍ତ ନର୍ସ ଯୋଗଦେଇଥିଲେ ।  ଏହି କର୍ମଶାଳା ସୋଆ ଓ ଅମ୍ରିତ ଧାରା ପାଲିଏଟିଭ୍ କେୟାର ଟ୍ରଷ୍ଟର ମିଳିତ ଉଦ୍ୟମରେ ସଫଳ ଭାବରେ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ଯୋଗଦେଇ ଆଇଏମ୍ ଏସ୍ ସମ୍ ହସ୍ପିଟାଲ ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ “ସମ୍ ହସ୍ପିଟାଲରେ ରୋଗୀଙ୍କୁ ଭଲ ସେବା ଯୋଗାଇଦେବା ସବୁବେଳେ ଆମର ପ୍ରଥମିକତା ରହି ଆସିଛି, ତେଣୁ ଏଭଳି ସମୟରେ ପାଲିଏଟିଭ୍ କେୟାର ଏକ ଆଡଭାନ୍ସ ସେବା । ଏହା ଦ୍ୱାରା ରୋଗୀ ଏବଂ ତାଙ୍କ ପରିବାରକୁ ସେବା ସହ ସପୋର୍ଟ ମଧ୍ୟ ଦିଆଯାଇଥାଏ।” 

ଏହି କାର୍ଯ୍ୟକ୍ରମରେ ଅମ୍ରିତ ଧାରା ପାଲିଏଟିଭ୍ କେୟାର ଟ୍ରଷ୍ଟର ମୁଖ୍ୟ ଡାକ୍ତର ମାମି ପରିଜା, ସମ୍ ହସ୍ପିଟାଲ ନର୍ସିଂ ସୁପରିଟେଣ୍ଡେଣ୍ଟ୍ ମିନତି ମିଶ୍ର ପ୍ରମୁଖ ଯୋଗ ଦେଇ ପାଲିଏଟିଭ୍ କେୟାର ବା ଉପସମ ସେବାର ଉପକାରୀତା ଓ ଏହା ଆଜିର ସମାଜ କେତେ ଜରୁରୀ ସେନେଇ ଆଲୋଚନା କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.