ପ୍ରମୂଖ ଖବର
  • ମା’ ଭଟ୍ଟାରିକା ମନ୍ଦିର ବେଢ଼ା ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ
  • ||
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ବିଶ୍ଵ ପୁଲିସ କ୍ରୀଡା ଦୌଡ ପ୍ରତିଯୋଗିତାରେ ଚମକିଲେ ଓଡ଼ିଆ ପୁଅ; ୪ଟି ସ୍ବର୍ଣ୍ଣ ପଦକ ଜିତି ଦେଶ ପାଇଁ ଆଣିଲେ ଗୌରବ

Published By : Bijay Swain | July 5, 2025 11:38 PM

ଭଞ୍ଜନଗର,୫/୭: ଭଞ୍ଜନଗର ତନରଡାସ୍ଥିତ ଅଷ୍ଟମ ସ୍ବତନ୍ତ୍ର ଭାରତ ସଂରକ୍ଷିତ ବାହିନୀର ଜଣେ ଜବାନ ଅଶୋକ କୁମାର ଦଣ୍ଡସେନା ବିଶ୍ଵ ପୁଲିସ କ୍ରୀଡା ଦୌଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ମୋଟ ୪ଟି ସ୍ବର୍ଣ୍ଣ ପଦକ ଜିତି ଦେଶ ତଥା ଆମ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। 

ଆମେରିକାର ବର୍ମିହାମ୍ ଠାରେ ଆୟୋଜିତ ହେଉଥିବା ଆର୍ନ୍ତଜାତୀୟ ପୁଲିସ ଆଣ୍ଡ ଫାୟାର କ୍ରୀଡା ପ୍ରତିଯୋଗିତା- ୨୦୨୫ ରେ ପୁରୁଷ ବର୍ଗରେ ଦେଶ ପାଇଁ ପ୍ରତିନିଧିତ୍ୱ କରି ୧୦ ହଜାର, ୫ହଜାର, ୧୫ଶହ ଓ ୮ଶହ ମିଟର ଦୌଡକୁଦ ପ୍ରତିଯୋଗିତାରେ ସେ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ଏଭଳି ଖବର ପ୍ରଚାରିତ ହେବାପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତୁରନ୍ତ ଟୁଇଟ୍ କରି ଏଭଳି ବିରଳ ସଫଳତା ପାଇଁ ଶ୍ରୀ ଦଣ୍ଡସେନାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। 

ସେହିପରି ତନରଡା ଅଷ୍ଟମ ବଟାଲିୟନ୍ ଦୁର୍ଗପତି ସୁଧାକର ମିଶ୍ର ମଧ୍ୟ ଶ୍ରୀ ଦଣ୍ଡସେନାଙ୍କ ଏଭଳି କୃତୀତ୍ଵ ପାଇଁ ପ୍ରଶଂସା କରିବା ସହ ଏହା ଆମ ବଟାଲିୟନ୍ ପାଇଁ ଏକ ବିରଳ ମୁହୂର୍ତ୍ତ ଥିଲା ବୋଲି ଉଲ୍ଲେଖ କରିଛନ୍ତି। ଏଭଳି ବିଜୟ ସହ ସେ କେବଳ ୮ମ ଆଇଆରବି ବଟାଲିୟନ୍ ପାଇଁ ନୁହଁ ସାରା ରାଜ୍ୟ ତଥା ଦେଶ ପାଇଁ ଏକ ଉଦାହରଣ ପାଲଟି ଯାଇଛନ୍ତି ବୋଲି ଆଇଆରବି କମାଣ୍ଡେଣ୍ଟ ସୁଧାକର ମିଶ୍ର ନିଜ ପ୍ରତିକ୍ରିୟାରେ ଉଲ୍ଲେଖ କରିଛନ୍ତି। ଅପରପକ୍ଷରେ ଏଭଳି ଖୁସି ଖବର ପ୍ରଚାରିତ ହେବାମାତ୍ରେ ତନରଡାସ୍ଥିତ ଆଇଆରବି ବଟାଲିୟନ ପରିସରରେ ଖୁସିର ମାହୋଲ ଖେଳିଯାଇଛି। ପରସ୍ପର ପରସ୍ପରକୁ ମିଠା ଖୁଆଇ ଜବାନ ମାନେ ଖୁସି ମନାଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.