ପ୍ରମୂଖ ଖବର
  • ମା’ ଭଟ୍ଟାରିକା ମନ୍ଦିର ବେଢ଼ା ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ
  • ||
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଆଉ କେହି ହୋଇ ପାରିବେନି ‘କ୍ୟାପ୍ଟେନ୍‌ କୁଲ୍‌’: ବଡ଼ ଯୋଜନା କଲେ ଏମଏସ୍‌ ଧୋନୀ

Published By : Tapas Panda | June 30, 2025 6:52 PM

ନୂଆଦିଲ୍ଲୀ: କ୍ରିକେଟ୍ ପଡ଼ିଆରେ ଶାନ୍ତ ସ୍ୱଭାବ ଏବଂ ମ୍ୟାଚ୍‌ର ଉତ୍ତେଜନାପୂର୍ଣ୍ଣ ମୁହୂର୍ତ୍ତରେ ମଧ୍ୟ ସ୍ଥିରତା ବଜାୟ ରଖିବା ପାଇଁ ପ୍ରସିଦ୍ଧ ମହେନ୍ଦ୍ର ସିଂହ ଧୋଡ଼ୀଙ୍କୁ ସାରା ବିଶ୍ୱ 'କ୍ୟାପ୍ଟେନ୍ କୁଲ୍' ନାମରେ ଜାଣେ । ଧୋନୀ ଏବେ କେବଳ ତାଙ୍କ ପ୍ରଶଂସକଙ୍କ ହୃଦୟରେ ନୁହେଁ ବରଂ ଆଇନଗତ ଭାବରେ ମଧ୍ୟ ଏହି ଉପାଧି ହାସଲ କରିବାକୁ ପ୍ରସ୍ତୁତ ହୋଇଛନ୍ତି । ଏବେ 'କ୍ୟାପ୍ଟେନ୍ କୁଲ୍' ଆନୁଷ୍ଠାନିକ ଭାବରେ ମହେନ୍ଦ୍ର ସିଂହ ଧୋନୀଙ୍କ ସହିତ ଯୋଡ଼ି ହେବାକୁ ଯାଉଛି । ସେ ଏହି ନାମକୁ ନିଜ ପାଇଁ ଟ୍ରେଡମାର୍କ କରିବାକୁ ଏକ ଆବେଦନ ଦାଖଲ କରିଛନ୍ତି ।

 ଧୋନୀଙ୍କ ଆବେଦନ ଗ୍ରହଣ କରାଗଲେ କ୍ୟାପଟେନ୍ କୁଲ୍ ଆଇନଗତ ଭାବରେ ତାଙ୍କ ନାମ ସହ ଯୋଡ଼ି ହୋଇଯିବ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଧୋନୀ ଏହି ଟ୍ରେଡମାର୍କକୁ କେବଳ ତାଙ୍କର ତାଲିମ ଏବଂ ପ୍ରଶିକ୍ଷଣ କେନ୍ଦ୍ର ପାଇଁ ବ୍ୟବହାର କରିବାକୁ ଚାହୁଁଛନ୍ତି । ଧୋନୀ କ୍ୟାପଟେନ୍ କୁଲ୍ ଟ୍ରେଡମାର୍କ ପାଇବା ପରେ, କୌଣସି ବ୍ୟକ୍ତି କିମ୍ବା ସଂଗଠନ ବାଣିଜ୍ୟିକ କିମ୍ବା ବୃତ୍ତିଗତ କାର୍ଯ୍ୟ ପାଇଁ ଏହି ନାମ ବ୍ୟବହାର କରିପାରିବେ ନାହିଁ ।

 ଉଲ୍ଲେଖନୀୟ ଯେ, ମହେନ୍ଦ୍ର ସିଂହ ଧୋନୀଙ୍କୁ ତାଙ୍କ ଅଧିନାୟକତ୍ୱ ସମୟରେ 'କ୍ୟାପ୍ଟେନ୍ କୁଲ୍' ଉପାଧି ମିଳିଥିଲା । ୨୦୦୭ ଟି-୨୦ ବିଶ୍ୱକପର ଫାଇନାଲ୍ ହେଉ କିମ୍ବା ୨୦୧୧  ଦିନିକିଆ ବିଶ୍ୱକପର ଐତିହାସିକ ମ୍ୟାଚ୍, ଧୋନୀ ସର୍ବଦା କଠିନ ସମୟରେ ଧୈର୍ଯ୍ୟର ସହିତ ଦଳକୁ ବିଜୟୀ କରାଇଥିଲେ। ୱିକେଟ୍ ପଛରେ ପଡ଼ିଆର ପ୍ରତ୍ୟେକ ଅଂଶ ଉପରେ ନଜର ରଖି ପରୁଥିବା ଧୋନୀ ନିଜର ଚତୁରତା ଏବଂ ଶାନ୍ତ ସ୍ୱଭାବରେ ମ୍ୟାଚ୍‌ର ଚିତ୍ରକୁ ଅନେକ ଥର ବଦଳାଇ ଦେଇଥିଲେ । ଏହି କାରଣରୁ, ତାଙ୍କୁ 'କ୍ୟାପ୍ଟେନ୍ କୁଲ୍' ବୋଲି କୁହାଯାଉଥିଲା । ବର୍ତ୍ତମାନ ସେହି ପରିଚୟ ତାଙ୍କର ଟ୍ରେଡମାର୍କ ପାଲଟିଛି ।

 ୪୩ ବର୍ଷୀୟ ମହେନ୍ଦ୍ର ସିଂହ ଧୋନୀ ୨୦୧୯ ମସିହାରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ସେ ଏବେ ବି IPLରେ ସକ୍ରିୟ ଅଛନ୍ତି ଏବଂ ଖେଳୁଛନ୍ତି । IPL ୨୦୨୫ରେ, ଚେନ୍ନାଇ ସୁପର କିଙ୍ଗସ୍ ଧୋନୀଙ୍କ ଅଧିନାୟକତ୍ୱରେ ବିଶେଷ ଭଲ ପ୍ରଦର୍ଶନ କରିପାରି ନଥିଲା ଏବଂ ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଥିଲା । ଧୋନୀ ପରବର୍ତ୍ତୀ ସିଜିନରେ ମଧ୍ୟ ଖେଳିବେ ବୋଲି ଆଶା କରାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.