ପ୍ରମୂଖ ଖବର
  • ମା’ ଭଟ୍ଟାରିକା ମନ୍ଦିର ବେଢ଼ା ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ
  • ||
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ପିଏମ ମୋଦୀଙ୍କ ୮ ଦିନିଆ ବିଦେଶ ଗସ୍ତ, ୩୦ ବର୍ଷ ପରେ ଘାନା ଯିବେ ଭାରତୀୟ ପ୍ରଧାନମନ୍ତ୍ରୀ

Published By : Tapas Panda | June 30, 2025 5:50 PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୨ ରୁ ୫ଟି ଦେଶ ଗସ୍ତ କରିବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ଘାନାରୁ ଆରମ୍ଭ ହେବ । ୩୦ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଘାନା ଗସ୍ତ କରୁଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଘାନାର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ । ସେ ଘାନାର ସଂସଦକୁ ସମ୍ବୋଧିତ କରିବେ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଘାନାରେ ଥିବା ଭାରତୀୟ ସମ୍ପ୍ରଦାୟକୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଘାନା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ତ୍ରିନିଦାଦ-ଟୋବାଗୋ, ଆର୍ଜେଣ୍ଟିନା, ବ୍ରାଜିଲ ଏବଂ ନାମିବିଆ ମଧ୍ୟ ଗସ୍ତ କରିବେ ।

 ପ୍ରଧାନମନ୍ତ୍ରୀ ମୋଦୀ ବ୍ରାଜିଲରେ ଆୟୋଜିତ ହେବାକୁ ଥିବା ୧୭ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ । ବ୍ରାଜିଲରେ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଏବଂ ଏହି ଦେଶଗୁଡ଼ିକ ସହିତ ଭାରତର ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ପ୍ରଧାନମନ୍ତ୍ରୀଙ୍କ ଏହି ୮ ଦିନିଆ ବିଦେଶ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ  ।

 ଘାନା (ଜୁଲାଇ -): ପ୍ରଧାନମନ୍ତ୍ରୀ ମୋଦୀ ଘାନାରୁ ତାଙ୍କର ବିଦେଶ ଗସ୍ତ ଆରମ୍ଭ କରିବେ। ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ଘାନା ଗସ୍ତ ଏବଂ ୩୦ ବର୍ଷ ମଧ୍ୟରେ କୌଣସି ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହେବ। ସେ ଘାନାର ରାଷ୍ଟ୍ରପତିଙ୍କୁ ଭେଟି ଅର୍ଥନୈତିକ, ଶକ୍ତି, ପ୍ରତିରକ୍ଷା ଏବଂ ବିକାଶ ସହଯୋଗ ବିଷୟରେ ଆଲୋଚନା କରିବେ । ECOWAS ଏବଂ ଆଫ୍ରିକୀୟ ସଂଘ ସହିତ ଭାରତର ସହଭାଗୀତାକୁ ମଜଭୁତ କରିବେ ।

 ତ୍ରିନିଦାଦ ଏବଂ ଟୋବାଗୋ (- ଜୁଲାଇ): ପ୍ରଧାନମନ୍ତ୍ରୀ ଭାବରେ ଏହା ମୋଦୀଙ୍କ ପ୍ରଥମ ଗସ୍ତ ହେବ । ସେ ରାଷ୍ଟ୍ରପତି କ୍ରିଷ୍ଟିନ କାର୍ଲା କାଙ୍ଗାଲୁ ଏବଂ ପ୍ରଧାନମନ୍ତ୍ରୀ କମଳା ପ୍ରସାଦ-ବିସେସାରଙ୍କୁ ଭେଟିବେ ଏବଂ ସଂସଦର ଏକ ମିଳିତ ଅଧିବେଶନକୁ ସମ୍ବୋଧନ କରିପାରନ୍ତି । ସାଂସ୍କୃତିକ ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଘନିଷ୍ଠ କରିବାକୁ ଚେଷ୍ଟା କରିବେ ମୋଦୀ ।

 ଆର୍ଜେଣ୍ଟିନା (ଜୁଲାଇ ୪-୫): ପ୍ରଧାନମନ୍ତ୍ରୀ ମୋଦୀ ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିୟର ମାଇଲିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହି ଆଲୋଚନାରେ ପ୍ରତିରକ୍ଷା, କୃଷି, ଖଣି, ତୈଳ ଏବଂ ଗ୍ୟାସ, ନବୀକରଣ ଯୋଗ୍ୟ ଶକ୍ତି ଏବଂ ବାଣିଜ୍ୟ ଭଳି ପ୍ରସଙ୍ଗ ଉପରେ ଗୁରୁତ୍ବରୋପ କରାଯିବ ।

 ବ୍ରାଜିଲ (୫-୮ ଜୁଲାଇ): ପ୍ରଧାନମନ୍ତ୍ରୀ ମୋଦୀ ୧୭ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ। ସେ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲଭାଙ୍କ ସହ ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି, ମହାକାଶ ଏବଂ ସ୍ୱାସ୍ଥ୍ୟ ଭଳି କ୍ଷେତ୍ରରେ ରଣନୈତିକ ସହଭାଗୀତା ବିଷୟରେ ମଧ୍ୟ ଆଲୋଚନା କରିବେ। ଏହା ତାଙ୍କର ଚତୁର୍ଥ ବ୍ରାଜିଲ ଗସ୍ତ ହେବ ।

 ନାମିବ୍ୟା (ଜୁଲାଇ): ପ୍ରଧାନମନ୍ତ୍ରୀ ମୋଦୀ ଜୁଲାଇ  ୯ରେ ନାମିବ୍ୟା ଗସ୍ତରେ ଯିବେ। ଏହି ସମୟରେ ସେ ଦେଶର ରାଷ୍ଟ୍ରପତି ନେତୁମ୍ବୋ ନନ୍ଦୀ-ନଦାଇଟ୍ୱଙ୍କୁ ଭେଟିବେ ଏବଂ ନାମିବ୍ୟାର ପ୍ରଥମ ରାଷ୍ଟ୍ରପତି ଡକ୍ଟର ସାମ ନୁଜୋମାଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ । ସେ ସଂସଦକୁ ମଧ୍ୟ ସମ୍ବୋଧିତ କରିପାରନ୍ତି। ଏହା ତାଙ୍କର ପ୍ରଥମ ନାମିବ୍ୟା ଗସ୍ତ ହେବ । ନାମିବ୍ୟାରେ ଅନେକ ଖଣିଜ ପଦାର୍ଥର ବିଶାଳ ଭଣ୍ଡାର ଅଛି। ତେବେ ଭାରତ ଚିତାବାଘ ନାମିବ୍ୟାରୁ ଆରିଥିଲା । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.