ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ହାଇପରସୋନିକ୍‌ ମିସାଇଲ୍‌ K-6 ତିଆରି କଲା ଭାରତ, ଲକ୍ଷ୍ୟଭେଦ କ୍ଷମତା ୮ ହଜାର କି.ମି.

Published By : Tapas Panda | June 30, 2025 10:52 PM

Image Courtesy: abplive

ନୂଆଦିଲ୍ଲୀ: ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଏକ ପରମାଣୁ ବୁଡ଼ାଜାହାଜରୁ ନିକ୍ଷେପ କରାଯିବା ପାଇଁ ପ୍ରଥମ ହାଇପରସୋନିକ୍ କ୍ଷେପଣାସ୍ତ୍ର K-6 ନିର୍ମାଣ କରିଛି। ଏହି ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର (ICBM)ର ଲକ୍ଷ୍ୟଭେଦ କ୍ଷମତା ପ୍ରାୟ ୮୦୦୦ କିଲୋମିଟର । ଏହାକୁ ଶୀଘ୍ର ପରୀକ୍ଷଣ କରାଯିବ । ଡିଆରଡଓ ଦ୍ୱାରା ଆୟୋଜିତ ଏକ ସେମିନାରରେ K-6 କ୍ଷେପଣାସ୍ତ୍ରର ବୈଶିଷ୍ଟ୍ୟ ବିଷୟରେ ସୂଚନା ପ୍ରଦାନ କରାଯାଇଛି । ଏହି K-6 କ୍ଷେପଣାସ୍ତ୍ରର ଗତି ଘଣ୍ଟା ପ୍ରତି ୯,୨୦୦ କିଲୋମିଟର।

 K-6 ହେଉଛି ଭାରତର ପ୍ରଥମ ହାଇପରସୋନିକ୍ ମିସାଇଲ୍ । ଏହାକୁ ବୁଡ଼ାଜାହାଜରୁ ନିକ୍ଷେପ କରାଯାଇପାରିବ । ଏହି ମିସାଇଲ୍ ନିକଟ ଭବିଷ୍ୟତରେ ନିର୍ମିତ ହେବାକୁ ଥିବା ପରମାଣୁ ବୁଡ଼ାଜାହାଜରୁ ନିକ୍ଷେପ କରାଯିବ । ଭାରତରେ ବର୍ତ୍ତମାନ ଦୁଇଟି ପରମାଣୁ ବୁଡ଼ାଜାହାଜ, INS ଆରିହାଣ୍ଟ ଏବଂ INS ଆରିଘାଟ ରହିଛି ।

 K-15 (୭୫୦ କିଲୋମିଟର ରେଞ୍ଜ), K-4 (୩୫୦୦ କିଲୋମିଟର ରେଞ୍ଜ) ଏବଂ K-5 (୫୦୦୦ କିଲୋମିଟର) ରଣନୈତିକ ବାଲିଷ୍ଟିକ୍ ମିସାଇଲ୍ ଆଇଏନଏସ୍‌ ଆରିହାଣ୍ଟ ଏବଂ INS ଆରିଘାଟ ପରମାଣୁ ବୁଡ଼ାଜାହାଜରୁ ନିକ୍ଷେପ କରାଯାଇପାରିବ। ଏଗୁଡ଼ିକ ସବୁ K-6 ପରି ସବମରିନ୍ରୁ ଲଞ୍ଚ ହେଉଥିବା ବାଲିଷ୍ଟିକ୍ ମିସାଇଲ୍ ଅର୍ଥାତ୍ SBLM । ଏହା ବ୍ୟତୀତ, ତୃତୀୟ ପରମାଣୁ କ୍ଷମତା ସଂପନ୍ନ ବୁଡ଼ାଜାହାଜ INS ଅରିଦମନ ମଧ୍ୟ ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରସ୍ତୁତ ହୋଇପାରେ ବୋଲି କୁହାଯାଉଛି ।

ଚୀନ୍‌ ପାଖରେ 'DF-17' ହାଇପରସୋନିକ୍ କ୍ଷେପଣାସ୍ତ୍ର ଅଛି, ଯାହା ପରମାଣୁ ଅସ୍ତ୍ର ବହନ କରିବାକୁ ସକ୍ଷମ। ଏହି କ୍ଷେପଣାସ୍ତ୍ରର ଗତି ମାକ୍-୫ ରୁ ମାକ୍-୧୦ ମଧ୍ୟରେ ରହିଛି । ଏହା ବ୍ୟତୀତ ଚୀନ୍‌ର ଯୁଦ୍ଧ ନୌବାହିନୀରେ 'YJ-21' ଆଣ୍ଟି-ସିପ୍ ହାଇପରସୋନିକ୍ କ୍ଷେପଣାସ୍ତ୍ର ମଧ୍ୟ ଅଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.