ପ୍ରମୂଖ ଖବର
  • ମା’ ଭଟ୍ଟାରିକା ମନ୍ଦିର ବେଢ଼ା ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ
  • ||
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ସୁପରୟୁନାଇଟେଡ୍‌ ରାପିଡ୍‌ ଓ ବ୍ଲିଜ ଚେସ୍‌: ବିଶ୍ୱର ଏକ ନମ୍ବର ଖେଳାଳି କାର୍ଲସେନଙ୍କୁ ହରାଇଲେ ଗୁକେଶ

Published By : Prameya | July 5, 2025 9:35 AM

ନୂଆଦିଲ୍ଲୀ,୦୫/୦୭:  ବିଶ୍ୱ ଚାମ୍ପିଅନ୍‌ ଗ୍ରାଣ୍ଡମାଷ୍ଟର (ଜିଏମ୍‌) ଡି.  ଗୁକେଶ କ୍ୟାରିୟରରେ ଆଉ ଏକ ବଡ଼  ଉପଲବ୍ଧି ହାସଲ କରିଛନ୍ତି । କ୍ରୋଏସିଆରେ ଚାଲିଥିବା ସୁପରୟୁନାଇଟେଡ୍‌ ରାପିଡ୍‌  ଏବଂ ବ୍ଲିଜ୍‌ ଚେସ୍‌ ଟୁର୍ଣ୍ଣାମେଣ୍ଟର ଷଷ୍ଠ ରାଉଣ୍ଡରେ ସେ ବିଶ୍ୱର ଏକ ନମ୍ବର  ଖେଳାଳି ଜିଏମ୍‌ ମାଗନସ୍‌ କାର୍ଲସେନଙ୍କୁ ହରାଇଛନ୍ତି ।  ରାପିଡ୍‌ ଗେମ୍‌ରେ ଗୁକେଶ ପ୍ରଥମ ଥର ନରୱେ  ଖେଳାଳିଙ୍କୁ ପରାଜିତ କରିବାରେ ସଫଳ ହୋଇଛନ୍ତି ।  

ଗତ ନରୱେ ଚେସ୍‌ ଟୁର୍ଣ୍ଣାମେଣ୍ଟରେ ମଧ୍ୟ  ଗୁକେଶ ବିପର୍ଯ୍ୟୟ ଘଟାଇଥିଲେ । ସେ କ୍ଲାସିକାଲ୍‌  ଗେମ୍‌ରେ ପ୍ରଥମ ଥର କାର୍ଲସେନଙ୍କୁ ହରାଇଥିଲେ । ପରାଜୟରେ ମର୍ମାହତ କାର୍ଲସେନ ଚେସ୍‌ ବୋର୍ଡକୁ ହାତରେ ବାଡ଼େଇ ନିଜ ପରାଜୟର କ୍ରୋଧ ପ୍ରକାଶ କରିଥିଲେ । ଏହି ମୁହୂର୍ତ୍ତର ଭିଡିଓ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା ।  

ଷଷ୍ଠ ରାଉଣ୍ଡରେ କାର୍ଲସେନ ଅର୍ଦ୍ଧାଧିକ ସମୟ  ଆଗରେ ରହିଥିଲେ । ଶେଷ ଭାଗରେ ସେ ତ୍ରୁଟି କରିଥିଲେ ଏବଂ ଗୁକେଶ ଚତୁର ରଣନୀତି ସହ ବିଜୟ  ହାସଲ କରିଥିଲେ । କ୍ରମାନ୍ୱୟରେ ପଞ୍ଚମ ବିଜୟ ସହ ଗୁକେଶ ମୋଟ ୧୦ପଏଣ୍ଟ  ପାଇ ଶୀର୍ଷ ସ୍ଥାନରେ ରହିଛନ୍ତି । କାର୍ଲସେନ ୬ପଏଣ୍ଟ ସହ ଚତୁର୍ଥକୁ ଖସିଛନ୍ତି । ଅନ୍ୟ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍‌ ପ୍ରଜ୍ଞାନନ୍ଦା  ୫ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛନ୍ତି । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ କାର୍ଲସେନ  ଗ୍ରାଣ୍ଡ୍‌ମାଷ୍ଟର ଗୁକେଶଙ୍କ ବିପକ୍ଷରେ ଏକ  ଅପମାନଜନକ ମନ୍ତବ୍ୟ ଦେଇଥିଲେ ।  ସେ ଗୁକେଶଙ୍କୁ ଟୁର୍ଣ୍ଣାମେଣ୍ଟର ସବୁଠୁ ଦୁର୍ବଳ ଖେଳାଳି ବୋଲି ବିବେଚନା କରିଥିଲେ । ଜଣେ  ବିଶ୍ୱ ଚେସ୍‌ ଚାମ୍ପିଅନଙ୍କ ବିପକ୍ଷରେ ତାଙ୍କର ଏଭଳି  ମନ୍ତବ୍ୟକୁ ଅନେକ ପୂର୍ବତନ ଖେଳାଳି ନାପସନ୍ଦ  କରିଥିଲେ । ମାତ୍ର ସେତେବେଳେ ଗୁକେଶ କୌଣସି  ପ୍ରତିକ୍ରିୟା ଦେଇନଥିଲେ । ଶେଷରେ ଆଜି ସେ  ଅପମାନର ଜବାବ ଚେସ୍‌ ବୋର୍ଡରେ ଦେଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.