ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଧୋନିଙ୍କୁ ରିପ୍ଲେସ୍ କରିବେ ସଞ୍ଜୁ; ୟେଲୋ ଆର୍ମିରେ ସାମିଲ୍ ହୋଇପାରନ୍ତି ସାମସନ୍

Published By : Prameya | July 2, 2025 3:05 PM

ନୂଆଦିଲ୍ଲୀ, ୦୨/୦୭: ଆଗାମୀ  ଆଇପିଏଲ୍‌-୨୦୨୬ ପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍‌ସ ଭାରତୀୟ ୱିକେଟ୍‌ କିପର ବ୍ୟାଟର ସଞ୍ଜୁ ସାମସନଙ୍କୁ ଦଳରେ ସାମିଲ  କରିବାକୁ ଚାହୁଁଥିବା ନେଇ ସ୍ପଷ୍ଟ କରିଛି ।  ସାମସନ ଗତ ସଂସ୍କରଣରେ ରାଜସ୍ଥାନ  ରୟାଲ୍ସ ଦଳର ନେତୃତ୍ୱ ନେଇଥିଲେ । ଦଳ ମେଗା ନିଲାମ୍‌ ପୂର୍ବରୁ ତାଙ୍କୁ ୧୮କୋଟି  ଟଙ୍କାରେ ରଖିଥିଲା । ଆଗାମୀ ଆଇପିଏଲ୍‌ ଟ୍ରେଡ୍‌ ସମୟରେ ସୁପରକିଙ୍ଗ୍‌ସ ପକ୍ଷରୁ  ରାଜସ୍ଥାନ ରୟାଲ୍ସକୁ ଏନେଇ ପ୍ରସ୍ତାବ  ଦିଆଯିବ । 

ସୁପରକିଙ୍ଗ୍‌ସର ଜଣେ ବରିଷ୍ଠ  ଅଧିକାରୀଙ୍କ କହିବା ମୁତାବକ, ଆମେ ସାମସନଙ୍କୁ ଦଳରେ ସାମିଲ କରିବାକୁ  ଯୋଜନା କରୁଛୁ । ସେ ପ୍ରସିଦ୍ଧ ୱିକେଟ୍‌ କିପର ବ୍ୟାଟର ମହେନ୍ଦ୍ର ସିଂହ ଧୋନିଙ୍କ  ସ୍ଥାନ ନେଇପାରିବେ । ସାମସନ ଜଣେ ଭାରତୀୟ ୱିକେଟ୍‌ କିପର ଓ ବ୍ୟାଟର ।  ତାଙ୍କ ପାଇଁ ଆମେ ରାଜସ୍ଥାନ ରୟାଲ୍ସଙ୍କୁ  ଜଣେ ଖେଳାଳିଙ୍କୁ ଟ୍ରେଡ୍‌ କରିବୁ । ଯଦି  ରାଜସ୍ଥାନ ସହମତି ପ୍ରକାଶ କରେ,  ତା’ହେଲେ ଆମେ ସାମସନଙ୍କୁ ଦଳରେ  ସାମିଲ କରିପାରିବୁ । ଆମ ଯୋଜନା  ସମ୍ପର୍କରେ ରାଜସ୍ଥାନ ରୟାଲ୍ସକୁ ଏପର୍ଯ୍ୟନ୍ତ  କୌଣସି ସୂଚନା ଦିଆଯାଇନାହିଁ ।’ ସୁପରକିଙ୍ଗ୍‌ସର ଅଧିନାୟକ ଋତୁରାଜ  ଗାଏକୱାଡ୍‌ଙ୍କୁ ଦଳ ଟ୍ରେଡ୍‌ କରିପାରିବ । ମାତ୍ର ତାଙ୍କୁ ଦଳର ଦୀର୍ଘ ସ୍ଥାୟୀ ଅଧିନାୟକ  ଭାବେ ଦେଖାଯାଉଥିବା ମୁଖ୍ୟ କୋଚ୍‌  ଷ୍ଟିଫେନ୍‌ ଫ୍ଲେମିଙ୍ଗ୍‌ ପ୍ରକାଶ କରିଥିଲେ ।  ତେଣୁ ସାମସନଙ୍କୁ ଆଣିବା ପାଇଁ  ସୁପରକିଙ୍ଗ୍‌ସ କେଉଁ ଖେଳାଳିଙ୍କୁ ଟ୍ରେଡ୍‌  କରିବା ତାହା ଦେଖିବା ବାକି ରହିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.