ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ; ଟସ୍ ଜିତି ଘରୋଇ ଦଳର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରୁଛି ଭାରତ

Published By : Manash Sahoo | July 2, 2025 3:45 PM

ନୂଆଦିଲ୍ଲୀ: ଆଜିଠୁ ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ । ଏଜବାଷ୍ଟନରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଘରୋଇ ଦଳ । ତେଣୁ ଭ୍ରମଣକାରୀ ଟିମ୍ ପ୍ରଥମେ ବ୍ୟାଟିଂ କରୁଛି । ବର୍ମିଂହାମରେ ନୂଆ ରଣନୀତି ସହିତ ପଡ଼ିଆକୁ ଓହ୍ଲାଇଛି ଦଳ । ଶୁବମନ ସେନା ଲିଡ୍ସ ଟେଷ୍ଟର ଭୁଲକୁ ଏଠାରେ ସୁଧାରିବାକୁ ଚେଷ୍ଟା କରିବ । ଏହାସହିତ ଦ୍ୱିତୀୟ ମ୍ୟାଚକୁ ଜିତି ସିରିଜକୁ ଫେରିବା ଲକ୍ଷ୍ୟରେ ରହିଛି ଭାରତୀୟ ଦଳ । କେଏଲ ରାହୁଲ ଏବଂ ଯଶସ୍ବୀ ଜୈସ୍ବାର ପ୍ରଥମ ଇନିଂସ ଆରମ୍ଭ କରିଛନ୍ତି । 

ଦ୍ବିତୀୟ ଟେଷ୍ଟରେ ଭାରତ ପକ୍ଷରୁ ତିନୋଟି ପରିବର୍ତ୍ତନ କରାଯାଇଛି । ଫାଷ୍ଟ୍ ବୋଲର ଯଶପ୍ରୀତ୍ ବୁମରାଙ୍କୁ ରେଷ୍ଟ ଦିଆଯାଇଥିବା ବେଳେ ସର୍ଦୁଲ ଠାକୁର ଓ ସାଇ ସୁଦର୍ଶନ ଦଳରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଦୁଇ ଜଣ ଅଲରାଉଣ୍ଡର ଏବଂ ଜଣେ ବୋଲରଙ୍କୁ ସାମିଲ୍ କରାଯାଇଛି । ସାଇ ସୁଦର୍ଶନ ଓ ସର୍ଦୁଲ ଠାକୁରଙ୍କ ସ୍ଥାନରେ ନିତିଶ ରେଡ୍ଡୀ ଏବଂ ଓ୍ବାଶିଂଟନ ସୁନ୍ଦର ଚୂଡ଼ାନ୍ତ ଏକାଦଶରେ ସୁଯୋଗ ପାଇଛନ୍ତି । ସେହିପରି ବୁମରାଙ୍କ ସ୍ଥାନରେ ଆକାଶ ଦୀପ ସୁଯୋଗ ପାଇଛନ୍ତି । 

ଭାରତୀୟ ଦଳ ଚୂଡ଼ାନ୍ତ ଏକାଦଶ: ଶୁବମନ ଗିଲ୍ (ଅଧିନାୟକ), ଯଶସ୍ବୀ ଜୈସ୍ବାଲ, କେଏଲ ରାହୁଲ, କରୁନ ନାୟର, ରିଷଭ ପନ୍ତ( ଉପ-ଅଧିନାୟକ), ରବିନ୍ଦ୍ର ଜାଡେଜା, ନିତିଶ ରେଡ୍ଡୀ, ଓ୍ବାଶିଂଟନ ସୁନ୍ଦର, ମହମ୍ମଦ ସିରାଜ, ପ୍ରସିଦ କ୍ରୀଷ୍ଣା, ଆକାଶ ଦୀପ

ସେପଟେ ଘରୋଇ ଇଂଲଣ୍ଡ ଦଳ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ । ପ୍ରଥମ ଟେଷ୍ଟର ବିଜୟ ରଣନୀତି ନେଇ ଦ୍ୱିତୀୟ ଟେଷ୍ଟକୁ ଓହ୍ଲାଇଛି ବେନ୍ ସେନା । ଲିଡ୍ସ ଭଳି ବର୍ମିଂହମ କବଜା ଲକ୍ଷ୍ୟରେ ରହିଛି ଘରୋଇ ଦଳ ।

ଚୂଡ଼ାନ୍ତ ଇଂଲଣ୍ଡ ଏକାଦଶ: ଜ୍ୟାକ୍‌ କ୍ରଲି, ବେନ ଡକେଟ୍‌, ଓଲି ପୋପ, ଜୋ ରୁଟ୍‌, ହ୍ୟାରୀ ବ୍ରୁକ୍‌,  ବେନ ଷ୍ଟୋକ୍ସ (ଅଧିନାୟକ), ଜାମି ସ୍ମିଥ, କ୍ରିସ ୱକ୍ସ,  ବ୍ରାଇଡନ କାର୍ସ, ଜୋସ ଟଙ୍ଗ, ସୋହେବ ବସିର ।     

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.