ପ୍ରମୂଖ ଖବର
  • ମା’ ଭଟ୍ଟାରିକା ମନ୍ଦିର ବେଢ଼ା ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ
  • ||
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ମିନି ନିଲାମ ପୂର୍ବରୁ ଖେଳାଳି ଅଦଳବଦଳ, ସାମସନ-ଜାଡ଼େଜାଙ୍କ ମଧ୍ୟରେ ହୋଇପାରେ ଏକ୍ସଚେଞ୍ଜ

Published By : Prameya | July 5, 2025 1:55 PM

ଚେନ୍ନାଇ,୦୫/୦୭: ଆଗାମୀ ଆଇପିଏଲ୍‌ ଡ୍ରାଫ୍ଟ ପାଇଁ ସବୁ ଫ୍ରାଞ୍ଚାଇଜ୍‌ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ମିନି ନିଲାମ ପୂର୍ବରୁ ଖେଳାଳି ଅଦଳ ବଦଳ ହେବ ।  ବର୍ତ୍ତମାନ ସବୁ ଫ୍ରାଞ୍ଚାଇଜଙ୍କ ନଜର ରାଜସ୍ଥାନ  ରୟାଲ୍ସ ଉପରେ ରହିଛି । ଅତି କମ୍‌ରେ  ୬ଜଣ ରାଜସ୍ଥାନ ରୟାଲ୍ସ ଖେଳାଳିଙ୍କ ପ୍ରତି  ବାକି ଫ୍ରାଞ୍ଚାଇଜ ଆଗ୍ରହ ଦେଖାଇଛନ୍ତି ।  ଅଧିନାୟକ ସଞ୍ଜୁ ସାମସନଙ୍କୁ ନେବା ପାଇଁ  ଚେନ୍ନାଇ ସୁପରକିଙ୍ଗ୍‌ସ ଆଗ୍ରହୀ ଥିବା ପୂର୍ବରୁ ପ୍ରକାଶ କରିସାରିଛି । ପ୍ରାଥମିକ  ପର୍ଯ୍ୟାୟରୁ ଯାହା ଜଣା ପଡ଼ୁଛି, ରାଜସ୍ଥାନ  ରୟାଲ୍ସ ମଧ୍ୟ ଚେନ୍ନାଇ ସୁପରକିଙ୍ଗ୍‌ସ  ଖେଳାଳି ରବିନ୍ଦ୍ର ଜାଡ଼େଜାଙ୍କ  ପ୍ରତି ଆଗ୍ରହୀ ରହିଛି । ଉଭୟ  ଫ୍ରାଞ୍ଚାଇଜ ଆପୋଶ ବୁଝାମଣା  କରି ଉଭୟ ଖେଳାଳିଙ୍କୁ ଅଦଳ  ବଦଳ କରିପାରନ୍ତି । ମାତ୍ର ଏ ପ୍ରସଙ୍ଗରେ ଉଭୟ ଫ୍ରାଞ୍ଚାଇଜ୍‌  ଚୁପ୍‌ ରହିଛନ୍ତି । 

ସୂଚନାଯୋଗ୍ୟ,  ମହେନ୍ଦ୍ର ସିଂହ ଧୋନିଙ୍କ  ବଦଳରେ ସୁପରକିଙ୍ଗ୍‌ସ ଜଣେ  ଦକ୍ଷ ୱିକେଟ୍‌ କିପର ଓ ବ୍ୟାଟର ଚାହୁଁଛି ।  ଯିଏକି ଦଳର ନେତୃତ୍ୱ ନେଇ ପାରିବେ ।  ସାମସନ ଏଥିପାଇଁ ଉପଯୁକ୍ତ ପ୍ରାର୍ଥୀ ।  କୋଲକାତା ନାଇଟ ରାଇଡର୍ସ ମଧ୍ୟ  ସାମସନଙ୍କୁ ନେବା ପାଇଁ ଯୋଜନା ଚଳାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.