ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

କାର୍ ଦୁର୍ଘଟଣାରେ ଫୁଟ୍‌ବଲ ପ୍ଲେୟାର ଡିଓଗୋ ଜୋଟାଙ୍କ ଦେହାନ୍ତ; ୧୦ ଦିନ ତଳେ ହୋଇଥିଲା ବିବାହ

Published By : Ankita S | July 3, 2025 2:50 PM

ନୂଆଦିଲ୍ଲୀ,୦୩/୦୭: କ୍ରୀଡ଼ା ଜଗତରୁ ଦୁଃଖଦ ଖବର ଆସିଛି । ଲିବରପୁଲ ପାଇଁ ଖେଳୁଥିବା ପର୍ତ୍ତୁଗାଲର ଫୁଟବଲ ପ୍ଲେୟାର ଡିଓଗୋ ଜୋଟାଙ୍କର ପରଲୋକ ହୋଇଛି । ସଡ଼କ ଦୁର୍ଘଟଣାରେ ମାତ୍ର ୨୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଡିଓଗୋଙ୍କ ଭାଇ ଆନ୍ଧ୍ରେ ସିଲଭା ମଧ୍ୟ ଏହି ଦୁର୍ଘଟଣାରେ ଆଖି ବୁଜିଛନ୍ତି । ୧୦ ଦିନ ତଳେ ତାଙ୍କର ବିବାହ ହୋଇଥିଲା । ପର୍ତ୍ତୁଗାଲ ଫୁଟବଲ ମହାସଂଘ ସୋସିଆଲ ମିଡ଼ିଆରେ ଘଟଣା ନେଇ ପୃଷ୍ଟି କରି ଡିଓଗୋଙ୍କ ବିୟୋଗରେ ଶୋକ ପ୍ରକାଶ କରିଛି ।

୨୦୨୪-୨୫ ସିଜିନରେ ଜୋଟାଙ୍କ କ୍ୟାରିୟର ନୂଆ ଶିଖର ଛୁଇଁଥଲା । ଜୁରଗେନ୍‌ କ୍ଲୋପଙ୍କ ନେତୃତ୍ୱରେ ସେ  ଏଫଏ କପ୍‌ ଓ ଲିଗ୍‌ କପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଲିଭରପୁଲର ଆଟାକିଙ୍କ ସେଟ୍ଅପ୍‌ରେ ନିଜକୁ ପ୍ରମାଣିତ କରିଥିଲେ । ୨୦୨୯ ଓ ୨୦୨୫ରେ ୟୁଇଏଫଏ ନେସନ୍ସ ଲିଗରେ ପର୍ତ୍ତୁଗାଲ ବିଜୟୀ ଦଳରେ ସାମିଲ ହୋଇଥିଲେ ।  ଜୋଟା ତାଙ୍କର ଉପସ୍ଥିତ ବୁଦ୍ଧି, ବିପକ୍ଷ ଦଳ ଉପରେ ଚାପ ପକାଇବା ଏବଂ ଗୁରୁତ୍ୱପୂର୍ଣ୍ଣ ଗୋଲ୍ ସ୍କୋର କରିବାରେ ଦକ୍ଷତା ପାଇଁ ଜଣାଶୁଣା ଥିଲେ । ୨୮ ବର୍ଷୀୟ ଖେଳାଳି ପର୍ତ୍ତୁଗାଲର ସବୁଠାରୁ ନିର୍ଭରଯୋଗ୍ୟ ଫରୱାର୍ଡ ମଧ୍ୟରେ ଜଣେ ଖ୍ୟାତି ଅର୍ଜନ କରିଥିଲେ ।

ଡିଓଗୋ ଜୋଟାଙ୍କ ଦେହାନ୍ତ ନେଇ ଶୋକ ପ୍ରକାଶ କରିଛି ପର୍ତ୍ତୁଗାଲ ଫୁଟବଲ ମହାସଂଘ । ସେ ଲେଖିଛନ୍ତି, ଡିଓଗୋ ଜୋଟା ଓ ତାଙ୍କ ଭାଇ ଆନ୍ଧ୍ରେ ସିଲଭାଙ୍କ ଦେହାନ୍ତ ହୋଇଛି । ଏହି ଖବର ଆମକୁ ମର୍ମାହତ କରିଛି । ନ୍ୟାସନାଲ ଟିମ୍‌ ପାଇଁ ସେ ପ୍ରାୟ ୫୦ ମ୍ୟାଚ ଖେଳିଛନ୍ତି । ସେ ଜଣେ ଅସାଧାରଣ ବ୍ୟକ୍ତିତ୍ୱ ଥିଲେ । ତାଙ୍କର ସବୁ ସାଥୀ ଖେଳାଳି ଏବଂ ବିପକ୍ଷ ଟିମ୍‌ର ଖେଳାଳି ସମ୍ମାନ କରୁଥିଲେ । ସେ ଖୁସି ମିଜାଜର ବ୍ୟକ୍ତିତ୍ୱ ଥିଲେ ।''




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.