ପ୍ରମୂଖ ଖବର
  • ମା’ ଭଟ୍ଟାରିକା ମନ୍ଦିର ବେଢ଼ା ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ
  • ||
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

୨୦ ଟଙ୍କିଆ ପାଣି ବୋତଲରେ ମିନେରାଲ ଓ୍ବାଟର ଅଛି ନା ଟ୍ୟାପ୍ ପାଣି ? ଜାଣନ୍ତୁ ଏଭଳି ...

Published By : Harapriya Biswal | June 25, 2025 6:09 PM

ନୂଆଦିଲ୍ଲୀ,୨୫।୬:  ଘରୁ ବାହାରକୁ ଯିବା ବେଳେ ଯଦି ପାଣି ନେବାକୁ ଭୁଲିଯାଆନ୍ତି ତେବେ ପାଣି ବୋତଲଟିଏ କିଣିବାକୁ ପଡେ। ହେଲେ ଆମେ କିଣୁଥିବା ୨୦ ଟଙ୍କିଆ ପାଣି ବୋତଲରେ ମିନେରାଲ ଓ୍ବାଟର ଅଛି କି ଟ୍ୟାପ୍‌ ପାଣି ତାହା କ’ଣ ଜାଣନ୍ତି କି ? ଯଦି ଜାଣି ନାହାନ୍ତି ତେବେ ବୋତଲ ଉପରେ ଲେଖାଥିବା କିଛି ଶବ୍ଦରୁ ବୁଝିପାରିବେ।

ଦୋକାନ, ରେଲଓ୍ବେ ଷ୍ଟେସନ୍ ହେଉ କିମ୍ବା ବସଷ୍ଟାଣ୍ଡ ଆଜିକାଲି ସବୁଠି ମିଳୁଛି ବୋତଲ ବନ୍ଦ  ଥଣ୍ଡା ପାଣି। ଏହା ନିଶ୍ଚିତ ପକ୍ଷେ ଆପଣଙ୍କ ଶୋଷ ତ ମେଣ୍ଟାଇବ। ତେବେ ଏହି ବୋତଲ ଭିତର ପାଣି କେତେ ସ୍ବଚ୍ଛ ? ତା ଭିତରେ ମିନେରାଲ ଓ୍ବାଟର ଅଛି କି ନାହିଁ କେବେ ଚେକ୍ କରିଛନ୍ତି କି ? ଯଦି ନା ତେବେ ଆସନ୍ତୁ ଜାଣିନେବା କିଛି ଟିପ୍ପ, ଯାହାକି ଆପଣଙ୍କ ପାଇଁ ଖୁବ୍ ଜରୁରୀ। କାରଣ ଆଜିର ସମୟରେ କୌଣସି ଜିନିଷ କିଣିବା ବେଳେ ତାହାର ଗୁଣବତ୍ତା ଆମେ ଚେକ୍ କରିଥାଉ। ତେବେ ପାଣିକୁ ନେଇକି କାହିଁକି ନୁହେଁ, କାରଣ ଜଳ ହିଁ ଜୀବନ। ବିଶୁଦ୍ଧ ପାଣି ଶରୀରକୁ ସୁସ୍ଥ ରଖିଥାଏ।  ଖରାପ ପାଣି ବିଭିନ୍ନ ରୋଗର କାରଣ। ଏହାକୁ ଜାଣିବାକୁ ବୋତଲ ଉପରେ ଲେଖାଥିବା କିଛି ଶବ୍ଦକୁ ବୁଝିବାକୁ ହେବ। 

ଯଦି ବୋତଲ ଉପରେ PWS ଲେଖାଅଛି, ତେବେ ଏହା ମିନେରାଲ ଓ୍ବାଟର ନୁହେଁ। ତାହା ସାଧାରଣ ଟ୍ୟାପ୍ ପାଣି। ଆମେରିକାର ‘ଆକ୍ବାଫିନା’ କମ୍ପାନୀ ମଧ୍ୟ ଏହି କଥାକୁ ସ୍ବୀକାର କରିଥିଲା ସେ ବୋତଲରେ ମିନେରାଲ ଓ୍ବାଟର ନୁହେଁ ବଂର ଟ୍ୟାପ୍ ପାଣି ପୁରାଉଛି। ଏଥିପାଇଁ କମ୍ପାନୀ ନିଜର ପାଣି ବୋତଲରେ PWS ବା ପବ୍ଲିକ ଓ୍ବାଟର ସୋର୍ସ ଲେଖିଥିଲା। ଏଥିପାଇଁ ଏବେ ଯେବେ ବି ଆପଣ ପାଣି ବୋତଲ କିଣୁଛନ୍ତି ତା ଉପରେ PWS ଲେଖାଅଛି କି ନାହିଁ ତାହା ଚେକ୍ କରି ନିଅନ୍ତୁ। ପ୍ରତ୍ୟେକ ପାଣି ବୋତଲରେ ଏହାର ସୋର୍ସ ନିଶ୍ଚିତ ଭାବରେ ଲେଖା ରହିଥାଏ। ବୋତଲ ଉପରେ ମିନେରାଲ ଓ୍ବାଟର ଓ ସ୍ପ୍ରିଙ୍ଗ ଓ୍ବାଟର ଭଳି ଶବ୍ଦ ମଧ୍ୟ ଲେଖାଯାଇଥାଏ। ପାଣି ପିଇବା ପୂର୍ବରୁ ଏସବୁକୁ ନିଶ୍ଚିତ ଭାବରେ ଦେଖିନେବା ଉଚିତ୍। ଏହାଛଡା ISI ଓ  FSSAI ମାର୍କ ଅଛି କି ନାହିଁ ତାହା ମଧ୍ୟ ନିଶ୍ଚିତ ଭାବରେ ଦେଖିନିଅନ୍ତୁ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.