ପ୍ରମୂଖ ଖବର
  • ପିପିଲି ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ବସ୍ ଧକ୍କାରେ ୩ ଯୁବତୀ ମୃତ
  • ||
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ଦାମ୍ପତ୍ୟ ଜୀବନରେ ବଢୁଛି କି ଦୂରତା !

Published By : Rasmita Pradhan | June 26, 2025 12:39 PM

ଦାମ୍ପତ୍ୟ ଜୀବନରେ ଦୂରତା ଆସିବା ଓ ସାଥୀକୁ ଅନେକ କଥା ଲୁଚାଇବା ସାଧାରଣ ସମସ୍ୟା । କିନ୍ତୁ ଏହାକୁ ଅଣଦେଖା କରିବା ଦ୍ୱାରା ସମ୍ପର୍କରେ କ୍ରମଶଃ ଦୂରତା ବଢିଚାଲେ । ପରବର୍ତ୍ତୀ ମୁହୂର୍ତ୍ତରେ ସମ୍ପର୍କ ଦୁର୍ବଳ ହୋଇପଡେ । ତେଣୁ ଦୂରତା ବଢିବା ପୂର୍ବରୁ ସମ୍ପର୍କର ଡୋରକୁ ମଜଭୁତ୍‌ କରିବାର ପ୍ରୟାସ କରିବା ଆବଶ୍ୟକ । ଆପଣ ଯଦି ସମ୍ପର୍କରେ କିଛି ପରିବର୍ତ୍ତନ ଲକ୍ଷ୍ୟ କରୁଛନ୍ତି? ସାଥୀ ଆପଣଙ୍କ ଆଗରେ କୌଣସି କଥା ଲୁଚାଉଛନ୍ତି କି? ଯଦି ହଁ, ତେବେ ବ୍ୟସ୍ତ ହୁଅନ୍ତୁନାହିଁ । ସବୁ ସମ୍ପର୍କରେ ଏମିତି ମୋଡ ନିଶ୍ଚୟ ଆସିଥାଏ । ଏଭଳି ଚ୍ୟାଲେଞ୍ଜକୁ ସାମ୍‌ନା ଉଚିତ୍‌ । 

ଖୋଲାଖୋଲି ଭାବେ କଥା ହୁଅନ୍ତୁ, କିନ୍ତୁ ନମ୍ରତାର ସହ: ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି କମ୍ୟୁନିକେଶନ୍‌ । ନିଜ ସାଥୀ ସହ ସିଧାସଳଖ, ଶାନ୍ତ ଭାବେ ଓ ପ୍ରେମରେ କଥା ହୁଅନ୍ତୁ । ତାଙ୍କୁ ନିଜର ଅନୁଭବ ବିଷୟରେ ଜଣାନ୍ତୁ । କଥା ଲୁଚାଇବା ଦ୍ୱାରା ଆପଣଙ୍କୁ କିପରି ଅନୁଭବ ହେଉଛି ଜଣାନ୍ତୁ । ଆରୋପ ଲଗାଇବା ପରିବର୍ତ୍ତେ ନିଜ ଭାବନାକୁ ବ୍ୟକ୍ତ କରନ୍ତୁ । 

ଶୁଣିବା ଅଭ୍ୟାସ ବଢାନ୍ତୁ: କେବଳ ନିଜ କଥା କହିବା ଯଥେଷ୍ଟ ନୁହେଁ, ସାଥୀର କଥାକୁ ଧୈର୍ଯ୍ୟର ସହ ଶୁଣିବା ମଧ୍ୟ ଜରୁରି । ତାଙ୍କ କଥାକୁ ପୁରା କହିବାର ସୁଯୋଗ ନିଶ୍ଚୟ ଦିଅନ୍ତୁ । ତାଙ୍କ କଥାରେ ପ୍ରତିବନ୍ଧକ ନ ହୋଇ ପୁରା ସମସ୍ୟା ଓ କଥା ଲୁଚାଇବାର ସମସ୍ତ କାରଣକୁ ଧୈର୍ଯ୍ୟର ସହ ଶୁଣନ୍ତୁ । ଏପରି କରିବା ଦ୍ୱାରା ସମସ୍ୟାର ମୂଳ କାରଣ ଜାଣିପାରିବେ । 

ଭରସାର ମାହୋଲ୍‌ ସୃଷ୍ଟି କରନ୍ତୁ: ସମ୍ପର୍କରେ ଦୂରତା ଆସିବାର ସବୁଠାରୁ ବଡ କାରଣ ହେଉଛି ଭରସାର ଅଭାବ । ତେଣୁ ସାଥୀଙ୍କ ମନରେ ଭରସା ଆସିବାକୁ ଦିଅନ୍ତୁ ଯେ ଆପଣ ତାଙ୍କୁ ବୁଝୁଛନ୍ତି । ତାଙ୍କ ଭୁଲ୍‌ ଉପରେ କୌଣସି ପ୍ରତିକ୍ରିୟା ଦିଅନ୍ତୁନାହିଁ । ବରଂ ଏକ ସୁରକ୍ଷିତ ମାହୋଲ୍‌ ବଜାୟ ରଖନ୍ତୁ । ଫଳରେ ସାଥୀ ବିନା ଭୟରେ କୌଣସି କଥା କହିପାରିବେ । ଛୋଟ ଛୋଟ କଥା ବାଣ୍ଟନ୍ତୁ, ଫଳରେ ବିଶ୍ୱାସ ବଢିବ । 

ସାଙ୍ଗ ହୋଇ ସମୟ ବିତାନ୍ତୁ: ବ୍ୟସ୍ତବହୁଳ ଜୀବନ ଯୋଗୁ ପରସ୍ପର ସହ ସମୟ ବିତାଇବା କଷ୍ଟକର ହୋଇପଡୁଛି । ତଥାପି କିଛି ସମୟ ବାହାର କରି ସାଥୀଙ୍କ ସହ ସମୟ ବିତାନ୍ତୁ । ଏହାହିଁ ଦୂରତାକୁ କମାଇପାରିବା । କିଛି ସମୟ ପାଇଁ ଏକାଠି ବାହାରକୁ ବୁଲିବାକୁ କିମ୍ବା ଫିଲ୍ମ ଦେଖିବାକୁ ଯାଆନ୍ତୁ । ଏପରି କରିବା ଦ୍ୱାରା ପୁରୁଣାଦିନ କ୍ରମଶଃ ସତେଜ ହୋଇଥାଏ । 

ନିଜକୁ ତଥା ସମ୍ପର୍କକୁ ସମୟ ଦିଅନ୍ତୁ: ଯେକୌଣସି ସମସ୍ୟାକୁ ଠିକ୍‌ କରିବାକୁ ହେଲେ ସମୟ ଦେବାକୁ ପଡିଥାଏ । ଧୈର୍ଯ୍ୟ ରଖନ୍ତୁ, ସମ୍ପର୍କକୁ ଠିକ୍‌ କରିବାକୁ ହେଲେ ନିଜକୁ ତଥା ସାଥୀକୁ କିଛି ସମୟ ଦେବାକୁ ପଡିଥାଏ । କାରଣ ତୁରନ୍ତ ସବୁକିଛି ଠିକ୍‌ ହୋଇଯାଇ ନଥାଏ । ଯଦି ସମସ୍ୟା ଗମ୍ଭୀର ହୋଇଥାଏ, ତେବେ ସମ୍ପର୍କରେ ସୁଧାର ଆଣୁଥିବା ପରାମର୍ଶଦାତାଙ୍କ ସହ ପରାମର୍ଶ 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.