ଗରମ ପାଣି ଅପେକ୍ଷା ଥଣ୍ଡା ପାଣିରେ ସ୍ନାନ କରିବା ଅଧିକ ଲାଭଦାୟକ । ଏଥିରେ ମୁଣ୍ଡରେ ରକ୍ତ ପ୍ରବାହ ଭଲ ହୁଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ। କିନ୍ତୁ ଥଣ୍ଡା ପାଣିରେ ଗାଧୋଇବା ସମସ୍ତଙ୍କ ପାଇଁ ଠିକ ନୁହଁ । କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବା ଲୋକଙ୍କ ପାଇଁ ଥଣ୍ଡା ପାଣିରେ ସ୍ନାନ କରିବା କ୍ଷତିକାରକ । ଆସନ୍ତୁ ଜାଣିବା କେଉଁ ମାନେ ଥଣ୍ଡା ପାଣିରେ ଗାଧୋଇବା ଅନୁଚିତ ।
ଆଜମା: ଯଦି ଆଜମା ରୋଗରେ ଯେଉଁମାନେ ପୀଡିତ ଅଛନ୍ତି ସେମାନେ ଥଣ୍ଡା ପାଣିରୁ ଦୂରେଇ ରହିବା ଉଚିତ । ଥାଣ୍ଡା ପାଣି ସଂସ୍ପର୍ଶରେ ଆସିବା ଦ୍ୱାରା ବ୍ରୋଙ୍କୋସ୍ପାଜମ୍ ନାମକ ଏକ ସ୍ଥିତି ହୋଇପାରେ। ଯାହା ଶ୍ୱାସନଳୀକୁ ସଙ୍କୁଚିତ କରିଦିଏ, ଯାହା ଫଳରେ ନିଶ୍ୱାସ ନେବାରେ କଷ୍ଟ ହୁଏ ।
ହୃଦରୋଗ:ଥଣ୍ଡା ପାଣି ହୃଦରୋଗରେ ପୀଡିତ ଲୋକଙ୍କ ପାଇଁ କ୍ଷତିକାରକ । ଏହା ତାଙ୍କର ରକ୍ତବାହୀ ନଳୀକୁ ସଙ୍କୁଚିତ କରିଥାଏ। ଥଣ୍ଡା ପାଣି ରକ୍ତଚାପ ଏବଂ ହୃଦସ୍ପନ୍ଦନ ମଧ୍ୟ ବୃଦ୍ଧି କରିପାରେ। ହୃଦରୋଗ ଏବଂ କରୋନାରୀ ଧମନୀ ରୋଗରେ ପୀଡିତ ଲୋକମାନେ ଥଣ୍ଡା ପାଣିରେ ଗାଧୋଇବା ସମୟରେ ସେମାନଙ୍କର ଲକ୍ଷଣରେ ବୃଦ୍ଧି ହୋଇପାରେ।
ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି: ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ମାନେ ମଧ୍ୟ ଥଣ୍ଡା ପାଣିରେ ଗାଧୋଇବା ଠାରୁ ଦୂରରେ ରହିବା ଉଚିତ । ଯେଉଁମାନେ ରୋଗରୁ ସୁସ୍ଥ ହେଉଛନ୍ତି କିମ୍ବା କେମୋଥେରାପି ଭଳି ଚିକିତ୍ସା ନେଉଛନ୍ତି, ସେମାନେ ଥଣ୍ଡା ପାଣିର ସଂସ୍ପର୍ଶରୁ ଦୂରରେ ରହିବା ଉଚିତ। ଏହା ରୋଗ ପ୍ରତିରୋଧକ ଶକ୍ତି ଉପରେ ଚାପ ପକାଇପାରେ।
ହାଇପୋଥାଇରଏଡିଜିମ: ହାଇପୋଥାଇରଏଡିଜିମରେ ପୀଡିତ ଲୋକମାନେ ଥଣ୍ଡା ପ୍ରତି ଅଧିକ ସମ୍ବେଦନଶୀଳ ହୋଇଥାନ୍ତି। ତେଣୁ, ଥଣ୍ଡା ଗାଧୋଇବା ଦ୍ୱାରା ଶରୀରର ତାପମାତ୍ରା ହ୍ରାସ ପାଇପାରେ। ଏହା ଥକାପଣ ଏବଂ ଥଣ୍ଡା ପ୍ରତି ଅସହିଷ୍ଣୁତା ମଧ୍ୟ ସୃଷ୍ଟି କରିପାରେ।