ପ୍ରମୂଖ ଖବର
  • ପିପିଲି ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ବସ୍ ଧକ୍କାରେ ୩ ଯୁବତୀ ମୃତ
  • ||
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ହଜିଯାଉଛି ପିଲାଙ୍କ ଚପଳାମୀ... ଆଧୁନିକତା ଛାପରେ ହରାଇ ଦେଲେଣି ନୀରିହପଣ

Published By : Rasmita Pradhan | June 26, 2025 2:53 PM

ଆଜିକାଲି ଛୋଟ ପିଲାଙ୍କ ଭିତରେ ଚପଳାମୀ ଏକପ୍ରକାର ହଜିଗଲାଣି କହିଲେ ଭୁଲ୍‌ ହେବନି । ସେମାନେ ନିଜକୁ ଛୋଟ ପିଲା ଭାବୁନାହାନ୍ତି କିମ୍ବା ଅନ୍ୟକୁ ଭାବିବାକୁ ମଧ୍ୟ ଦେଉନାହାନ୍ତି । ଆଧୁନିକତାର ଛାପ ସେମାନଙ୍କ ନିରୀହପଣ ଓ ଚପଳାମୀକୁ ହଜାଇ ଚାଲିଛି । ବାପାମା' ସାମାନ୍ୟ ସତର୍କ ରହିଲେ ହୁଏତ କିଛିଟା ପରିବର୍ତ୍ତନ ଆଣିପାରିବେ । ଚାଲନ୍ତୁ ଜାଣିବା କାହିଁକି ହଜୁଛି ପିଲାଙ୍କର ଏହି ଚପଳାମୀ?

ଦିନଥିଲା ପିଲା ସ୍କୁଲରୁ ଆସିବା ପରେ ହୋମୱାର୍କ ସାରିବା ପରେ ସାଙ୍ଗମାନଙ୍କ ସହ ଖେଳିବାକୁ ବାହାରି ଯାଉଥିଲେ । ବିଭିନ୍ନ ଖେଳ ଖେଳିବା ପରେ ଥକିଯିବା ସହ ଘରକୁ ଫେରୁଥିଲେ । ଘରକୁ ଆସିବା ପରେ ଖାଇପିଇ ସାରି ବାପାମା’ କିମ୍ବା ଜେଜେ-ଜେଜେମା’ଙ୍କ ପାଖରେ ଗପ ଶୁଣିବା ବେଳେ ଅନେକ ପ୍ରଶ୍ନ ପଚାରୁ ପଚାରୁ ଧୀରେ ଧୀରେ ନିଦରେ ଶୋଇପଡୁଥିଲେ। କିନ୍ତୁ ଏବେ ପିଲାଙ୍କ ଛୋଟ ବେଳ ହାଇଟେକ୍‌ ବା ସ୍ମାର୍ଟ ହୋଇପଡିଛି । କେତେକ କ୍ଷେତ୍ରରେ ପିଲା ଅପରାଧୀ ମଧ୍ୟ ହୋଇପଡୁଛନ୍ତି । ଏମାନଙ୍କୁ ସାଙ୍ଗ ଖେଳକୁଦ ଓ ବାହାରେ ଖେଳାଖେଳି କରିବା ପସନ୍ଦ ହେଉନି । ସବୁବେଳେ ସ୍କ୍ରିନ୍‌ ଆଗରେ ବସି ରହିବା ସହ ଟେକ୍ନୋ ଅଭ୍ୟସ୍ତ ହେବା ଦ୍ୱାରା ଚପଳାମୀ ହଜିଯାଉନି ତ! ଚାଲନ୍ତୁ ଜାଣିବା କାରଣ କ'ଣ ହୋଇପାରେ । 

ଏକ୍ସପୋଜର୍‌: ଆଜିକାଲି ଛୋଟ-ବଡ଼ ସମସ୍ତଙ୍କ ପାଖରେ ଏକ୍ସପୋଜର୍‌ର ସୁବିଧା ରହିଛି । ତେଣୁ ସବୁକିଛି ସହଜରେ ମିଳିଯାଉଛି । ପିଲାମାନେ ଖୁବ୍‌ ସମ୍ବେଦନଶୀଳ । ତେଣୁ ସେମାନେ ସହଜରେ ମିଳୁଥିବା ଜିନିଷ ଦ୍ୱାରା ଶୀଘ୍ର ପ୍ରଭାବିତ ହୋଇପଡିଥାନ୍ତି । ତେଣିକି ତାହା ଭୁଲ୍‌ ହେଉ ଅବା ଠିକ୍‌ । 

ଟେକ୍ନୋଲୋଜି: ଏକଥା ସତ ଯେ ଟେକ୍ନୋଲୋଜି ଜୀବନକୁ ସହଜ କରିଛି । କିନ୍ତୁ ସମସ୍ୟା ମଧ୍ୟ ବଢାଇଛି । ଆଧୁନିକ ଯୁଗର ପିଲାମାନେ ଖେଳନା ସହ ନୁହେଁ, ବରଂ ଭିଡିଓ ଗେମ୍‌ ଓ ମୋବାଇଲ୍‌ ଗେମ୍‌ରେ ଖେଳିବାକୁ ପସନ୍ଦ କରୁଛନ୍ତି । ଏବେ ପାଠପଢାରୁ ଆରମ୍ଭ କରି ବିଭିନ୍ନ କାମ ପାଇଁ ସେମାନେ ଅନ୍‌ଲାଇନ୍‌ ରହୁଛନ୍ତି । ତେଣୁ ପିଲାଙ୍କ ପାଖରେ ସ୍ମାର୍ଟଫୋନ୍‌ ସବୁବେଳେ ଉପଲବ୍ଧ । ତେଣୁ ସେମାନେ ବିନା ନିୟନ୍ତ୍ରଣରେ ନିଜ ଇଚ୍ଛାରେ ଏହାର ବ୍ୟବହାର କରୁଛନ୍ତି । 

ସୋସିଆଲ୍‌ ମିଡିଆ: ଇନ୍‌ଷ୍ଟା ହେଉ ଅବା ୟୁଟ୍ୟୁବ୍‌ ପରି ପ୍ଲାଟଫର୍ମରେ ପିଲାମାନେ ସବୁବେଳେ ମହଜୁଦ୍‌ ରହୁଛନ୍ତି । କେତେବେଳେ ଚ୍ୟାଟ୍‌ ତ ଆଉ କେତେବେଳେ ରିଲ୍ସ କରିବାରେ ବ୍ୟସ୍ତ ରହୁଛନ୍ତି । ସେହିପରି ବିଭିନ୍ନ ପ୍ରକାରର ଭିଡିଓ ଅପଲୋଡ୍‌ କରିବା ସହ ଫଲୋୟର୍ସ ବଢାଇବାରେ ବ୍ୟସ୍ତ ରହୁଛନ୍ତି । 

ଶସ୍ତା ମନୋରଞ୍ଜନ: ଶସ୍ତା ମନୋରଞ୍ଜନ ପିଲାମାନଙ୍କୁ ବେଶୀ ପ୍ରଭାବିତ କରୁଛି । ଓଟିଟି ପ୍ଲାଟଫର୍ମ ବିଭିନ୍ନ ଜିନିଷକୁ ଖୋଲାଖୋଲି ଭାବେ ଲୋକଙ୍କ ପାଇଁ ପରଷିବାରେ ଲାଗିଛି । ସୃଜନଶୀଳତା ନାଁରେ ଅଶ୍ଲୀଳତା ବ୍ୟାପୁଛି । 

ବାସ୍ତବ ଜୀବନ: ପିଲାମାନେ ସବୁବେଳେ ବଡ଼ମାନଙ୍କୁ ଅନୁକରଣ କରିଥାନ୍ତି । ସେମାନେ ନିଜ ବାପାମା’ କେମିତି ଅର୍ଥ, ସୁବିଧା ଓ ମହଙ୍ଗା ଜିନିଷକୁ ମହତ୍ତ୍ୱ ଦେଉଛନ୍ତି । ସେସବୁକୁ ମଧ୍ୟ ଅନୁକରଣ କରୁଛନ୍ତି । ପାରିବାରିକ ସମ୍ପର୍କକୁ କେତେକ ଗୁରୁତ୍ୱ ଦେଉଛନ୍ତି ତାହା ମଧ୍ୟ ଅନୁସରଣ କରୁଛନ୍ତି । ଲୋକଙ୍କୁ ଦେଖାଇ ହେବା ପାଇଁ କେମିତି ଅର୍ଥ ଉଡାଉଛନ୍ତି ଏସବୁ ଦେଖିବା ପରେ ପିଲାମାନେ ତାହା ହିଁ ଶିଖୁଛନ୍ତି । ତେଣୁ ସେମାନେ କମ୍‌ ଭାବନାତ୍ମକ ଓ ଅଧିକ ବାସ୍ତବବାଦୀ ହେବାରେ ଲାଗିଛନ୍ତି । ବରଂ ଏସବୁଠାରୁ ଦୂରେଇ ରହି ଗ୍ୟାଜେଟ୍‌ ସହ ଜୀବନ ବଞ୍ଚିବାକୁ ପସନ୍ଦ କରୁଛନ୍ତି । 

ପଢ଼ାପଢ଼ି କମିବାରେ ଲାଗିଛି : ଟେକ୍ନୋଲୋଜିରେ ବୁଡି ରହି ବହିଠାରୁ ଦୂରେଇ ଚାଲିଛନ୍ତି । ସାରାଦିନ ଗ୍ୟାଜେଟ୍‌ ଓ ଇଣ୍ଟରନେଟ୍‌ ସହ ଯୋଡ଼ି ହେଉଛନ୍ତି । ଟିଭି, ମୋବଇଲ୍‌ ଓ ଲାପଟପ୍‌ ସେମାନଙ୍କର ଖେଳନା ସାଜିଛି ।

ପିଲାଙ୍କ ଭିତରେ ବଢୁଛି ଅପରାଧିକ ପ୍ରବୃତ୍ତି; ଏବେ ନାବାଳକ ଅପରାଧୀଙ୍କ ସଂଖ୍ୟା କ୍ରମଶଃ ବଢିବାରେ ଲାଗିଛି । ଏହି ମାମଲା ପ୍ରାୟତଃ ୫୦ ପ୍ରତିଶତ ଯାଏ ବଢିଛି । କେବଳ ଯୌନ ଶୋଷଣ ନୁହେଁ, ଲୁଟ୍‌, ହତ୍ୟା ଏବଂ ଚୋରି ପରି ଘଟଣାମାନ ବଢିବାରେ ଲାଗିଛି ଅର୍ଥାତ ପିଲାଙ୍କ ଭିତରେ ଅପରାଧିକ ଓ ହିଂସ୍ରକ ମାନସିକତା ବଢିଚାଲିଛି । ପିଲାମାନଙ୍କର ଦେଖେଇ ହେବା ପ୍ରକୃତି ସେମାନଙ୍କୁ ଅପରାଧୀ ହେବାକୁ ବାଧ୍ୟ କରୁଛି । ତେଣୁ ବାପାମା’ ପିଲାର ଗତିବିଧି ଉପରେ ନଜର ରଖିବା ଖୁବ୍‌ ଜରୁରି । ଏପରିକି ସାଙ୍ଗସାଥୀମାନେ କେମିତି ତାହା ମଧ୍ୟ ଜାଣିବା ଆବଶ୍ୟକ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.