ପ୍ରମୂଖ ଖବର
  • ପିପିଲି ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ‘ଆମ ବସ୍‘ ଧକ୍କାରେ ୩ ଯୁବତୀ ମୃତ
  • ||
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

୨୫ ବର୍ଷରେ କାହିଁକି ହେଉଛି ୫୦ ବର୍ଷୀୟଙ୍କ ରୋଗ, ଜାଣନ୍ତୁ କାରଣ..

Published By : Prameya | June 27, 2025 2:13 PM

ଭୁବନେଶ୍ୱର ୨୭/୦୬: ଏବେକାର ଜୀବନଶୈଳୀ ଯେତେକି ସୁବିଧା ଦେଉଛି, ସେତିକି  ନିରବ ସମସ୍ୟା ମଧ୍ୟ ସୃଷ୍ଟି କରୁଛି । କିଛି ବର୍ଷ ପୂର୍ବେ ଯେଉଁ ରୋଗ  ୫୦ ବର୍ଷ ବୟସ୍କଙ୍କୁ ହେଉଥିଲା, ସେହି ସମସ୍ୟା ଏବେ ୨୫- ୩୦ ବର୍ଷର ଯୁବବର୍ଗଙ୍କଠାରେ ଦେଖିବାକୁ ମିଳୁଛି । ମଧୁମେହ, ଉଚ୍ଚ ରକ୍ତଚାପ, ମୋଟାପଣ ଓ ହୃଦ୍‌ଘାତଜନିତ ସମସ୍ୟା ଏବେ  କେବଳ ବୟସ୍କଙ୍କ ସମସ୍ୟା ହୋଇ ରହିନାହିଁ, ବରଂ ଯୁବବର୍ଗଙ୍କୁ  ମଧ୍ୟ କରାଗ୍ରତ କରିଚାଲିଛି । ଯୁବବର୍ଗ ଏବେ ବୟସ୍କଙ୍କ ରୋଗରେ  ଆକ୍ରାନ୍ତ । ତେବେ କ'ଣ ପାଇଁ ହେଉଛି ଏହି ସମସ୍ୟା ଚାଲନ୍ତୁ ଜାଣିବା ବିଶେଷଜ୍ଞଙ୍କଠାରୁ । ଏଣ୍ଡୋକ୍ରୋନୋଲୋଜି ଏବଂ ମଧୁମେହ ବିଭାଗର  ବରିଷ୍ଠ ବିଶେଷଜ୍ଞ ଡାକ୍ତର ଅପରାଜିତା ପ୍ରଧାନ କଣ କହୁଛନ୍ତି ।  

ବସି ବସି ରୋଗଣା ହେଉଛି ଶରୀର 

ବିଶେଷଜ୍ଞଙ୍କ ମତରେ ଏବେକାର ଯୁବବର୍ଗ ସାରାଦିନ ଲାପଟପ୍‌,  ମୋବାଇଲ୍‌, ଏବଂ ଅଫିସ୍‌ ଡେକ୍ସରେ ବସି କାମ କରୁଛନ୍ତି ।  ଫଳରେ ଶାରୀରିକ ସକ୍ରିୟତା କମିଚାଲିଛି । ଏହାବ୍ୟତୀତ  ଲୋକଙ୍କ ପାଖରେ ବ୍ୟାୟାମ ଏବଂ ଯୋଗ କରିବା ପାଇଁ ସମୟ  ନାହିଁ । ସେହିପରି ଲୋକମାନଙ୍କର ଚାଲିବା-ବୁଲିବା ଅଭ୍ୟାସ  ମଧ୍ୟ କମିଚାଲିଛି । ଏହାସହିତ ସେମାନେ ଘଣ୍ଟା ଘଣ୍ଟା ସ୍କ୍ରିନ୍‌  ଆଗରେ ବିତାଇ ଚାଲିଛନ୍ତି, ଯାହା ଧୀରେ ଧୀରେ ଶରୀରକୁ  ଭିତରୁ ଦୁର୍ବଳ କରିଚାଲିଛି ।  

ଫାଷ୍ଟଫୁଡ୍‌ ସାଜୁଛି ନିରବ ଘାତକ

ଅଧିକାଂଶ ଯୁବବର୍ଗ ପ୍ୟାକେଜ୍‌ଡ ଫୁଡ୍‌ ଓ ଉଚ୍ଚ ଶର୍କରାଯୁକ୍ତ  ପାନୀୟ ଉପରେ ବେଶୀ ନିର୍ଭରଶୀଳ ରହୁଛନ୍ତି । ଘର  ଖାଦ୍ୟକୁ ଛାଡି ବାହାର ଖାଦ୍ୟକୁ ଗୁରୁତ୍ୱ ଦେବା ଖୁବ୍‌ ସାଧାରଣ  ହୋଇପଡିଲାଣି । ଫଳରେ ଶରୀରରେ ଫ୍ୟାଟ୍‌, ଶର୍କରା ଓ  ଖରାପ କୋଲେଷ୍ଟେରଲ୍‌ର ସ୍ତର ବଢିବାରେ ଲାଗିଛି, ଯାହା ମଧୁମେହ ଓ ହୃଦ୍‌ଘାତ ପରି ରୋଗର କାରଣ ସାଜୁଛି ।  

ମାନସିକ ଚିନ୍ତା 

କଲେଜ୍‌ରେ ଟପ୍‌ କରିବା ଅବା କ୍ୟାରିଅରରେ ଆଗକୁ ଯିବା  ଏହାକୁ ପ୍ରାୟ ଯୁବବର୍ଗଙ୍କ ଭିତରେ ବଢିଚାଲିଛି ପ୍ରତିଯୋଗିତା,  ଯାହା ବଢାଉଛି ସେମାନଙ୍କର ମାନସିକ ଚାପ । ଏହାସହ  ପାରିବାରିକ ଦାୟିତ୍ୱ, ସୋସିଆଲ୍‌ ମିଡିଆ ଚାପ ଏବଂ ଭବିଷ୍ୟତ  ଚାପ ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ । ଏହି ଚିନ୍ତା  ବଢିବାରୁ ଧୀରେ ଧୀରେ ନିଦର ଅଭାବ, ଭାବପ୍ରବଣ ଭାବେ  ଖାଇବା ଏବଂ ହର୍ମୋନାଲ୍‌ ଅସନ୍ତୁଳନ ଯୋଗୁ ପରିବର୍ତ୍ତନ ଆଦି  ରୋଗକୁ ନିମନ୍ତ୍ରଣ ଦେଇଥାଏ ।  

ନିଶାର ଅଭ୍ୟାସ

କିଛି ଯୁବବର୍ଗ ଧୂମପାନ, ମଦ୍ୟପାନ ଓ ନିଶା ଅଭ୍ୟାସରେ  ଅଭ୍ୟସ୍ତ ହୋଇପଡିଥାନ୍ତି । ଏହି ଅଭ୍ୟାସ ଶରୀରକୁ ଭିତରୁ  ପ୍ରଭାବିତ କରିଚାଲେ। ଦୀର୍ଘଦିନ ପରେ ଏହା ହୃଦୟ, ଲିଭର୍‌  ଓ ଅନ୍ୟାନ୍ୟ ଅଙ୍ଗକୁ ଖୁବ୍‌ କ୍ଷତି ପହଞ୍ଚାଇଥାଏ ।  ସମୟ ବ୍ୟବଧାନରେ ପରୀକ୍ଷା ଜରୁରି ପ୍ରାୟ ଯୁବବର୍ଗଙ୍କୁ ଲାଗିଥାଏ ‘ଆମେ ତ ଯୁବା, ଆମକୁ କଣ  ହେବ ।’ ଏହି ଭାବନା ଯୋଗୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷାଠାରୁ  ଦୂରେଇ ରହିଥାନ୍ତି । ଶେଷରେ ଯେବେ ରୋଗ ଜଣାପଡିଥାଏ,  ସେତେବେଳକୁ ଶରୀରର ବିଭିନ୍ନ ଅଙ୍ଗ ସଂକ୍ରମିତ  ହୋଇସାରିଥାଏ । 

କେତେ ପ୍ରଭାବିତ ହୁଏ ଶରୀର

ଜୀବନ ଜୀଇଁବାର ଗୁଣବତ୍ତା କମିଚାଲେ ।  ଥକାପଣ, ଚିଡଚିଡାପଣ, ନିଦର  ଅଭାବ ଏବଂ ଆତ୍ମବିଶ୍ୱାସର ଅଭାବ  ଆସିଥାଏ । କର୍ମକ୍ଷେତ୍ରରେ ପ୍ରଦର୍ଶନ  ପ୍ରଭାବିତ ହେବା ସହ କ୍ୟାରିଅର  ବିକାଶ ଅଟକିଯାଇଥାଏ ।  ଭବିଷ୍ୟତରେ ରୋଗ ଚରମ ସ୍ଥିତିରେ ପହଞ୍ଚିସାରିଥାଏ।  

କେମିତି ଦୂରେଇବେ ରୋଗଠାରୁ 

ନିୟମିତ ବ୍ୟାୟାମ,  ସନ୍ତୁଳିତ ଡାଏଟ୍‌,  ଚିନ୍ତାକୁ ଚିହ୍ନନ୍ତୁ ଓ ଦୂରାନ୍ତୁ,  ସମୟ ବ୍ୟବଧାନରେ ସ୍ୱାସ୍ଥ୍ୟ  ଚେକ୍‌ଅପ୍‌ କରାନ୍ତୁ ଓ ନିଶାଠାରୁ ଦୂରେଇ ରୁହନ୍ତୁ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.