ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ସ୍ଲୋ ପଏଜନ୍‌ର କାମ କରେ ଏନର୍ଜି ଡ୍ରିଙ୍କ୍ସ, ପିଇଲେ ମାରାତ୍ମକ ରୋଗର ଆଶଙ୍କା...

Published By : Swapna Ray | July 5, 2025 4:24 PM

ନୂଆଦିଲ୍ଲୀ, ୫।୭: ଆପଣ ଏନର୍ଜି ଡ୍ରିଙ୍କ୍ସ ପିଉଛନ୍ତି କି ? ଯଦି ପିଉଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ । ଶରୀରକୁ ଆକ୍ଟିଭ୍ ରଖିବାକୁ ଆପଣ ଯେଉଁ ଏନର୍ଜି ଡ୍ରିଙ୍କ୍ସ, ପ୍ରୋଟିନ୍ ସେକ୍ ଏବଂ ସ୍ପୋର୍ଟସ୍ ଡ୍ରିଙ୍କ୍ସ ପିଉଛନ୍ତି, ଥରେ ସେହି କେନ୍‌ରେ ଲେଖାଥିବା ଇନଗ୍ରେଡିଏଣ୍ଟ୍ସ ଉପରେ ନଜର ପକାନ୍ତୁ । ଏଥିରେ ଥିବା ଇନଗ୍ରେଡିଏଣ୍ଟ ସ୍ଲୋ ପଏଜନ୍ ଭଳି କାମ କରେ । ଏହା ଶରୀରକୁ କେତେ ମାତ୍ରାରେ କ୍ଷତି ପହଞ୍ଚାଇପାରେ ଏହା ଜାଣିବା ପରେ ଆପଣ କଦାପି ଏନର୍ଜି ଡ୍ରିଙ୍କ୍ସ ପିଇବା ତ ଦୂରର କଥା ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବେନି । 

ଆଜିକାଲିର ଯୁବପିଢ଼ି ବଜାରରେ ଉପଲବ୍ଧ ଏନର୍ଜି ଡ୍ରିଙ୍କ୍ସକୁ ଅଧିକ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି । ଘରେ ତିଆରି ଜୁସ୍ କିମ୍ବା ସରବତ୍ ପିଇବା ଅପେକ୍ଷା ବଜାରରୁ ମହଙ୍ଗା ମୂଲ୍ୟରେ ଏନର୍ଜି ଡ୍ରିଙ୍କ୍ସ କିଣିବାକୁ ପସନ୍ଦ କରନ୍ତି । ଯଦିଓ ଏହା ପିଇବା ଦ୍ୱାରା ଆପଣଙ୍କୁ ତୁରନ୍ତ ଶକ୍ତି ମିଳିବ ବୋଲି ଏହି କେନ୍‌ ଉପରେ ଲେଖାଯାଇଛି, କିନ୍ତୁ ଏହାକୁ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ବିବେଚନା କରାଯାଏ । ଏହା ଶରୀରର ଓଜନ ବୃଦ୍ଧି କରିପାରେ । ଏପରିକି ଏହାକୁ ପିଇବା ଦ୍ୱାରା କିଛି ବିପଦପୂର୍ଣ୍ଣ ରୋଗ ମଧ୍ୟ ହୋଇପାରେ । ପାଟିକୁ ସୁଆଦିଆ ଲାଗୁଥିବା ଏହି ଏନର୍ଜି ଡ୍ରିଙ୍କ୍ସ ଶରୀର ପାଇଁ ଆଦୌ ହିତକର ନୁହେଁ । ସବୁଠୁ ବିପଦପୂର୍ଣ୍ଣ କଥା ହେଉଛି ଏହି ଏନର୍ଜି ଡ୍ରିଙ୍କ୍ସ ପିଇବା ଦ୍ୱାରା ରକ୍ତ କର୍କଟ ହେବାର ଆଶଙ୍କା ଅଧିକ ରହିଛି । ଏକଥା ଆମେ କହୁନୁ ଏନେଇ ନେଚର ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି ଏକ ରିପୋର୍ଟ । କେତେକ ନିର୍ଦ୍ଦିଷ୍ଟ ଏନର୍ଜି ଡ୍ରିଙ୍କ୍ସରେ ପ୍ରଚୁର ମାତ୍ରାର କେଫିନ୍, କୃତ୍ରିମ ଚିନି ଏବଂ ଆମିନୋ ଏସିଡ୍ ଟରିନ୍ ଥାଏ । ତେବେ ଯେଉଁମାନଙ୍କର ଆଗରୁ ଶରୀରରେ ଲ୍ୟୁକେମିଆ ଥାଏ, ସେମାନେ ଏହି ଏନର୍ଜି ଡ୍ରିଙ୍କ୍ସ ନେବା ଦ୍ୱାରା ଏଥିରେ ମିଳୁଥିବା ଟରିନ୍ ଲ୍ୟୁକୋମିଆକୁ ବଢ଼ାଇ କର୍କଟ ଆଶଙ୍କାକୁ ବଢ଼ାଇଥାଏ । 

ଗବେଷକଙ୍କ ମୁତାବକ, ଲ୍ୟୁକେମିଆ କୋଷ ଗ୍ଲାଇକୋଲାଇସିସ୍ ନାମକ ପ୍ରକ୍ରିୟା ମାଧ୍ୟମରେ ନିଜର ବୃତ୍ତି ପ୍ରକ୍ରିୟାକୁ ଇନ୍ଧନ ଦେବା ପାଇଁ ଟରିନ୍‌ର ଉପଯୋଗ କରିଥାଏ । ଏହି ପ୍ରକ୍ରିୟାରେ କୋଷଗୁଡ଼ିକ ଶକ୍ତି ଉତ୍ପନ୍ନ କରିବାକୁ ଗ୍ଲୁକୋଜକୁ ଭାଙ୍ଗି କର୍କଟ କୋଷିକାକୁ ବୃଦ୍ଧି କରନ୍ତି । ଟରିନ୍ ମଣିଷ ଶରୀରରେ ପ୍ରାକୃତିକ ଉପାୟରେ ତିଆରି ହୋଇଥାଏ । ମାଂସ ଏବଂ ମାଛରେ ମଧ୍ୟ ଟରିନ୍ ମିଳିଥାଏ । କିଛି ନିର୍ଦ୍ଦିଷ୍ଟ ଏନର୍ଜି ଡ୍ରିଙ୍କ୍ସରେ ଟରିନ୍ ମିଶାଯାଉଥିବାରୁ ଶରୀରରେ ଟରିନ୍ ଲ୍ୟୁକେମିଆକୁ କିପରି ବଢ଼ାଇବାରେ ସାହାଯ୍ୟ କରୁଛି ତାହା ଜାଣିବାକୁ ଗବେଷକମାନେ ଏକ ସ୍ୱତନ୍ତ୍ର ଜିନ୍ SLC6A6 ସହିତ ମୂଷା ଉପରେ ଗବେଷଣା କରିଥିଲେ । ସେହି ମୂଷାଙ୍କୁ ମଣିଷ ଲ୍ୟୁକେମିଆ କୋଷ ଦିଆଯାଇଥିଲା । ଏହି ଗବେଷଣାରୁ ମୂଷାଙ୍କ ଶରୀରର ଅସ୍ଥିମଜ୍ଜାର ସୁସ୍ଥ କୋଷଗୁଡ଼ିକ ଟରିନ୍ ଉତ୍ପାଦନ କରି ଏହାକୁ SLC6A6 ଜିନ୍ କର୍କଟ କୋଷ ଯାଏଁ ପହଞ୍ଚାଉଥିବା ଦେଖିବାକୁ ମିଳିଥିଲା । ଏହାଦ୍ୱାରା ରକ୍ତ କର୍କଟ ହେବାର ଆଶଙ୍କା ବଢ଼ିଯାଏ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.