ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ସବୁବେଳେ ପେନ୍‌ କିଲର୍ ଖାଉଛନ୍ତି କି? ସାବଧାନ, କିଡ୍‌ନୀକୁ କରିପାରେ ପ୍ରଭାବିତ

Published By : Krishna Priya | July 5, 2025 9:33 AM

ଭୁବନେଶ୍ୱର ୦୫/୦୭: ଏବେ ପ୍ରାୟ ଲୋକଙ୍କର ପସନ୍ଦର ଔଷଧ ସାଜିଛି ପେନ୍‌ କିଲର୍‌ । ସାମାନ୍ୟ  ଯନ୍ତ୍ରଣା ହେଲେ ପେନ୍‌ କିଲର୍‌ ନେଉଛନ୍ତି । କିନ୍ତୁ ଜାଣନ୍ତି କି ଏହା କେତେ  ସୁରକ୍ଷିତ? ଏହା ଏମିତି ଏକ ଔଷଧ, ଯାହା ହଠାତ୍‌ ଯନ୍ତ୍ରଣା ବା ପ୍ରଦାହକୁ କମ୍‌  କରିଦେଇଥାଏ । ଏହାହିଁ ପ୍ରମାଣିତ କରୁଛି ଯେ ଏଥିରେ କେତେ ମାତ୍ରାରେ  କେମିକାଲ୍‌ ବ୍ୟବହାର ହେଉଛି । କେବେ କେବେ ଯନ୍ତ୍ରଣା ସମ୍ଭାଳି ନ ପାରିଲେ ପେନ୍‌ କିଲର୍‌ ଖାଇବା ଉଚିତ୍‌ । କାରଣ ଏହାର ଅନେକ ପାର୍ଶ୍ୱପ୍ରତିକ୍ରିୟା  ରହିଥାଏ । ଯେପରିକି ଏହା କିଡ୍‌ନୀକୁ ପ୍ରଭାବିତ କରିଥାଏ । 

ପ୍ରଭାବିତ ହୁଏ କିଡ୍‌ନୀ :

ବିଶେଷଜ୍ଞଙ୍କ ମତରେ ଏହା କିଡ୍‌ନୀକୁ କ୍ଷତି ପହଞ୍ଚାଇପାରେ । ପେନ୍‌କିଲର୍‌   ଭୁଲ୍‌ ଉପାୟରେ କିମ୍ବା ଲଗାତାର ଖାଇବା ଦ୍ୱାରା କିଡ୍‌ନୀ ଉପରେ  ନକାରାତ୍ମକ ପ୍ରଭାବ ପଡିଥାଏ । କିଡ୍‌ନୀ ରକ୍ତରୁ ଖରାପ ଓ ଭଲ ଜିନିଷ  ଅଲଗା କରିଥାଏ । ଫ୍ଲୁଇଡ୍‌ ସନ୍ତୁଳନ ଓ ରକ୍ତଚାପ ନିୟନ୍ତ୍ରଣ କରିଥାଏ । କିନ୍ତୁ   ପେନ୍‌ କିଲର୍‌ ଖାଇବା ଦ୍ୱାରା ଶରୀରର ବ୍ୟବସ୍ଥା ଅସନ୍ତୁଳିତ ହୋଇପଡେ ।  ଏହାର ଗମ୍ଭୀର ଓ ସ୍ଥାୟୀ ପରିଣାମ ଶରୀର ଉପରେ ପଡିଥାଏ । ପେନ୍‌କିଲର୍‌  ଶରୀରର ତାପମାତ୍ରା, ପ୍ରଦାହ କମ୍‌ କରିବା ଓ ଯନ୍ତ୍ରଣାରୁ ମୁକ୍ତି ପାଇଁ   ଖିଆଯାଏ । କିନ୍ତୁ ଏହା ସାଇକୋଅକ୍ସିଜେନେଜ୍‌କୁ ମଧ୍ୟ ବ୍ଲକ୍‌ କରିଥାଏ,  ଯାହା ପ୍ରୋଷ୍ଟେଗ୍ଲାଡିନ୍‌ କେମିକାଲ୍‌କୁ ଉତ୍ପାଦନ କରୁଥିବା ଏନ୍‌ଜାଇମ୍‌ । ଏହି  କେମିକାଲ୍‌ ରକ୍ତ ପ୍ରବାହକୁ ନିୟନ୍ତ୍ରିତ କରିଥାଏ । ବିଶେଷକରି ବୟସ୍କ ଲୋକ  ଓ କିଡ୍‌ନୀ ସମସ୍ୟା ଥିବା ଲୋକ ବେଶୀ ପ୍ରଭାବିତ ହୋଇଥାନ୍ତି ।

ଦୀର୍ଘଦିନ ପେନ୍‌ କିଲର୍‌ ଆଦୌ ନୁହେଁ :

କିଡ୍‌ନୀ ଡ୍ୟାମେଜ୍‌ କିମ୍ବା ଫଙ୍କସନ୍‌ରେ କୌଣସି ବାଧା ଆସିବା ହେଉଛି ପେନ୍‌   କିଲର୍‌ ଖାଇବା କୁପ୍ରଭାବ । କିଡ୍‌ନୀକୁ ରକ୍ତ ପ୍ରବାହ କମିବା କାରଣରୁ ସମସ୍ୟା  ହୋଇଥାଏ । ଏହି ସ୍ଥିତିରେ ରୋଗୀକୁ ତୁରନ୍ତ ହସ୍ପିଟାଲ୍‌ ନେବାକୁ ପଡିଥାଏ ।  ଦୀର୍ଘଦିନ ପେନ୍‌ କିଲର୍‌ ନେବା ଦ୍ୱାରା କିଡ୍‌ନୀର ଟିସୁଗୁଡିକ କ୍ଷତିଗ୍ରସ୍ତ   ହୋଇଥାନ୍ତି । ବିଶେଷକରି ଜଳଶୁଷ୍କତା, ଉଚ୍ଚ ରକ୍ତଚାପ ଓ ହୃଦ୍‌ଘାତ ରୋଗୀଙ୍କ  କ୍ଷେତ୍ରରେ ଏହାର ଆଶଙ୍କା ଖୁବ୍‌ ବଢିଯାଇଥାଏ । ଡାକ୍ତରଙ୍କ ପରାମର୍ଶ କ୍ରମେ   ପେନ୍‌କିଲର୍‌ ନେବା ଉଚିତ୍‌ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.