ପ୍ରମୂଖ ଖବର
  • ମା’ ଭଟ୍ଟାରିକା ମନ୍ଦିର ବେଢ଼ା ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ
  • ||
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଦିନକୁ ଅତି କମରେ ଶୁଅନ୍ତୁ ୭ ଘଣ୍ଟା , ନଚେତ୍ ହୋଇପାରେ ଏହି ରୋଗ...

Published By : Anindita Ratha | July 5, 2025 2:30 PM

ଆଜିକାଲି ଅନେକ ଲୋକ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ଖୁବ କମ୍ ସମୟ ଶୁଅନ୍ତି। ଯାହା ଫଳରେ ସେମାନେ ନିଦ୍ରା ହୀନତାର ଶିକାର ହୁଅନ୍ତି । ହେଲେ ଆପଣ କେବେ ଭାବିଛନ୍ତି ଏହି ନିଦ୍ରା ହୀନତା ଶରୀର ପାଇଁ କେତେ କ୍ଷତିକାରକ । ହୃଦରୋଗ,ବୃକକ୍ ରୋଗ, ଉଚ୍ଚ ରକ୍ତଚାପ, ମଧୁମେହ, ଷ୍ଟ୍ରୋକ୍, ମେଦବହୁଳତା ଏବଂ ମାନସିକ ଅବସାଦ ସମେତ ଆଦି ଦେଖା ଦେଇଥାଏ।

ସର୍ଭେ ଅନୁଯାୟୀ, ପ୍ରାୟ ୫୯ ପ୍ରତିଶତ ଭାରତୀୟ ପ୍ରତି ରାତିରେ ଛଅ ଘଣ୍ଟାରୁ କମ୍ ସମୟ ଶୋଇଥାନ୍ତି । ଯାହା ଚିନ୍ତାଜନକ ଏବଂ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଇଣ୍ଡିଆନ୍ ସ୍ଲିପ୍ ଆସୋସିଏସନ୍ ଦ୍ୱାରା ୨୦୨୪ ମସିହାରେ କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ୩୩% ରୁ ଅଧିକ ବୟସ୍କ ବ୍ୟକ୍ତି ଅନିଦ୍ରାର ଶିକାର ହୋଇଥାନ୍ତି । ଡକ୍ଟରଙ୍କ ଅନୁସାରେ, ଭାରତରେ ନିଦ ପ୍ରାୟତଃ ପ୍ରଥମେ ବଳି ପଡ଼ିଥାଏ । ଟେକ୍ନୋଲୋଜି ବୃତ୍ତିଗତଙ୍କ ଠାରୁ ଆରମ୍ଭ କରି,ବିଭିନ୍ନ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ମାନେ ପୂର୍ବ ଅପେକ୍ଷା କମ୍ ଶୋଇବା ଆରମ୍ଭ କରିଛନ୍ତି । କିନ୍ତୁ ଏହି ନିଦ ସଙ୍କଟ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଏ ।

କିପରି ଦୂର ହେବ ନିଦ୍ରା ହୀନତା ?

ଏକ ସ୍ଥିର ନିଦ୍ରା ସମୟସାରଣୀ ବଜାୟ ରଖନ୍ତୁ । ଶୋଇବା ପୂର୍ବରୁ ଅତି କମରେ ୧ ଘଣ୍ଟା ପୂର୍ବରୁ ମୋବାଇଲ ସ୍କ୍ରିନ୍ ଏଡାନ୍ତୁ ।ନିଦ୍ରା ଅନୁକୂଳ ପରିବେଶ ସୃଷ୍ଟି କରନ୍ତୁ, ମନ୍ଦ ଆଲୋକ, କୌଣସି ଶବ୍ଦ ନାହିଁ, ଆରାମଦାୟକ ବିଛଣା ବ୍ୟବହାର କରନ୍ତୁ ।ସନ୍ଧ୍ୟାରେ କ୍ୟାଫିନ୍ ଏବଂ ଅତ୍ୟଧିକ ଖାଦ୍ୟ ଖାଆନ୍ତୁ ନାହିଁ । ଶୋଇବା ପୂର୍ବରୁ ପଢ଼ିବା କିମ୍ବା ଗଭୀର ନିଶ୍ୱାସ ନେବା ପରି ଆରାମଦାୟକ କାର୍ଯ୍ୟକଳାପ ଚେଷ୍ଟା କରନ୍ତୁ।









Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.