ନୂଆଦିଲ୍ଲୀ,୫।୭: ସାଇବର କ୍ରାଇମ୍କୁ ନେଇ ଚିନ୍ତା ପ୍ରକାଶ କଲେ ପଞ୍ଜାବ ଓ ହରିୟାଣା କୋର୍ଟ। କହିଲେ ଏହା ଡିଜିଟାଲ ଭାରତ ପାଇଁ ବଡ଼ ବିପଦ। ଏଭଳି ଠକେଇରେ ସମ୍ପୃକ୍ତ ଲୋକଙ୍କ ଡିଜିଟାଲ ସେବା ଓ ଟ୍ରାଞ୍ଜାକସନ୍ ଉପରେ ଭରସା ଉଠିଯିବ। ଏହା କେବଳ କାହାର ବ୍ୟକ୍ତିଗତ କ୍ଷତି ନୁହେଁ, ବଂର ଡିଜିଟାଲ ଭାରତର ପୁରା ସଂରଞ୍ଚନାକୁ କ୍ଷତି ପହଁଞ୍ଚାଇ ପାରେ।
ହାଇକୋର୍ଟ ସାଇବର କ୍ରାଇମ୍କୁ ଏକ ସାଇଲେଣ୍ଟ ଭାଇରସ୍ ବୋଲି କହିଛନ୍ତି। ଜଷ୍ଟିସ୍ ସୁମିତ ଗୋୟଲ କହିଛନ୍ତି ପେମେଣ୍ଟ ଗେଟଓ୍ବେ, ଅନଲାଇନ୍ ବ୍ୟାଙ୍କିଙ୍ଗ ଓ ଇ ଓ୍ବାଲେଟ୍ ଜରିଆରେ ଲୋକ ଲେଣଦେଣ କରୁଛନ୍ତି। କାରଣ ତାଙ୍କୁ ଲାଗୁଛି ତାଙ୍କର ଟଙ୍କା ସୁରକ୍ଷିତ ଅଛନ୍ତି। କିନ୍ତୁ ତାଙ୍କ ସହ ସାଇବର ଫ୍ରଡ୍ ହେଉଛି। ଏହି କାରଣରୁ ଡିଜିଟାଲ ସେବାର ବ୍ୟବହାର କମ୍ କରୁଛନ୍ତି ଲୋକେ। ଏହାଦ୍ବାରା ଡିଜିଟାଲ ଗ୍ରୋମ୍ କମ୍ ହୋଇଯାଉଛି। ତେଣୁ କୋର୍ଟ ସାଇବର କ୍ରାଇମକକୁ ବିପଦଜନକ ଅପରାଧ ବୋଲି ମାନୁଛନ୍ତି। କୋର୍ଟ କହିଛନ୍ତି ଏହା ସାଇଲେଣ୍ଟ ଭାଇରସ୍ ଏଥିପାଇଁ କହିହେବ ଯେ, କାରଣ ଏହା ଧିରେ ଧିରେ ଲୋକଙ୍କ ବିଶ୍ବାସକୁ ଭାଙ୍ଗୁଛି। ଲୋକଙ୍କର ଡିଜିଟାଲ ଫାଇନାନ୍ସିଆଲ ସିଷ୍ଟମ ଉପରେ ଭରସା ଉଠି ଯାଇଛି। ସାଇବର କ୍ରାଇମ୍ ଏକ ଭାଇରସ୍ ଭଳି କାମ କରୁଛି। ଯାହାକି ଚୁପଚାପ୍ ସିଷ୍ଟମରେ ପଶି ଶତାଧିକ ଓ ହଜାର ହଜାର ଲୋକଙ୍କୁ ପ୍ରଭାବିତ କରୁଛି।
ନାରନୌଲ ସାଇବର ପୋଲିସ ଥାନାରେ ରୁଜୁ ଏକ ମାମଲାର ଶୁଣାଣି କରି କୋର୍ଟ ଏହା କହିଛନ୍ତି। ଏହି ମାମଲାରେ ଅଭିଯୁକ୍ତ ଆଣ୍ଟିସିପେଟରୀ ବେଲ୍ ପାଇଁ ଆବେଦନ ଦାଖଲ କରିଥିଲା। ଅଭିଯୁକ୍ତ ୨୦ ଲକ୍ଷର ସାଇବର ଠକେଇ କରିଛି। କୋର୍ଟ ଅପରାଧର ଗମ୍ଭୀରତାକୁ ଦେଖି ଅଭିଯୁକ୍ତର ବେଲ୍ ଆବେଦନକୁ ଗ୍ରହଣ କରିନାହାନ୍ତି।