ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ମହଙ୍ଗା ହେବ ମଦ, ୫୦ ପ୍ରତିଶତ ବଢିବ କୋଲ୍ଡ ଡ୍ରିଙ୍କ୍ସ ଦାମ୍‌; ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବଡ଼ ପଦକ୍ଷେପ

Published By : Ankita S | July 5, 2025 2:13 PM

ନୂଆଦିଲ୍ଲୀ,୦୫/୦୭: ମହଙ୍ଗା ହେବ ମଦ । ୫୦ ପ୍ରତିଶତ ବଢିବ କୋଲ୍ଡ ଡ୍ରିଙ୍କ୍ସ  ଦାମ୍‌ । ଆଇସିଏମ୍‌ଆର-ଏମଆଇଏନ ନେତୃତ୍ୱରେ ଏକ ରାଷ୍ଟ୍ରୀୟ ସମୂହ ଅତ୍ୟଧିକ ଚିନି ଓ ଲୁଣ ଥିବା ଖାଦ୍ୟ ପଦାର୍ଥ ଉପରେ ସ୍ୱାସ୍ଥ୍ୟ କର ଲଗାଇବାକୁ ଦାବି କରିଛି । ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ହୁ) ବିଶ୍ୱର ସବୁ ଦେଶରେ ତମ୍ବାକୁ, ମଦ ଓ ମିଠା ପାନୀୟ ପଦାର୍ଥ ଉପରେ କର ବଢାଇ ଏହାକୁ ୫୦ ପ୍ରତିଶତ ବଢାଇବାକୁ ଆଗ୍ରାହ୍ୟ କରିଛି । ନିକଟରେ ସ୍ପେନରେ ଆୟୋଜିତ ୟୁଏନ୍ ଫାଇନାନ୍ସ  ଫର୍‌ ଡ଼େବଲପମେଣ୍ଟ ସମ୍ମିଳନୀରେ ଏହି ସୁପାରିଶ୍ ହୋଇଥିଲା । ଏହାର ଉଦ୍ଦେଶ୍ୟ କେବଳ ଗମ୍ଭୀର ରୋଗକୁ ରୋକିବା । ସ୍ୱାସ୍ଥ୍ୟ ପ୍ରଣାଳୀ ପାଇଁ ଆର୍ଥିକ ସ୍ଥିତିକୁ ମଜବୁତ କରିବା । 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁତାବିକ,ଏହି ପଦକ୍ଷେପ ମଧୁମେହ, ମୋଟାପଣ ଓ କ୍ୟାନ୍ସର ପରି ରୋଗକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ । ସଂଗଠନ ଏହାକୁ ଥ୍ରୀ ବାଏ ୩୫ ରଣନୈତିକ ଯୋଜନାର ଅଂଶ ବୋଲି କହିଛି । ଏହାର ଲକ୍ଷ୍ୟ ହେଉଛି ୨୦୨୫ ଯାଏ ଏକ ଟ୍ରିଲିୟନ ଡଲାରର ରାଜସ୍ୱ ସ୍ୱାସ୍ଥ୍ୟ ଟ୍ୟାକ୍ସ ଏକାଠୀ କରିବା । 'ହୁ' ର ଏହି ନୀତିକୁ ଉଦ୍ୟୋଗ ସଂଗଠନ ବିରୋଧ କରିଥିଲେ । ଏହି ନୀତି ଆଧାରରେ କୌଣସି ଉତ୍ପାଦର ଦର ଆଜି ଏକ ମଧ୍ୟ ଆୟ ଦେଶରେ ୪ ଡାଲର ଅଛି । ୨୦୩୫ ସୁଦ୍ଧା ୧୦ ଡଲାର ହୋଇପାରେ । ଯେଉଁଥିରେ ଦାରଦାମ ବୃଦ୍ଧି ସାମିଲ ଅଛି । କୋଲୋମ୍ବିଆ ଓ ଦକ୍ଷିଣ ଆଫ୍ରିକା ପରି ଦେଶରେ ଏମିତି ଟ୍ୟାକ୍ସ ଲଗାଇବା ପରେ ଉପଭୋକ୍ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଥିବା ଦେଖିବାକୁ ମିଳିଛି ।

ଭାରତର ପଦକ୍ଷେପ- ଏହି ବୈଶ୍ୱିକ ପଦକ୍ଷେପ ପୂର୍ବରୁ ଗତ ଏପ୍ରିଲରେ ଭାରତରେ ଏମିତି ପଦକ୍ଷେପ ଉଠାଇବା କଥା ସାମ୍ନାକୁ ଆସିଥିଲା । ଇଣ୍ଡିଆନ୍ କାଉନସିଲ ଅଫ ମେଡିକାଲ ରିସର୍ଜ-ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ନ୍ୟୁଟ୍ରିସନ୍‌ ନେତୃତ୍ୱରେ ଚିନି ଓ ଲୁଣ ଅଧିକ ଥିବା ଖାଦ୍ୟ ପଦାର୍ଥରେ ସ୍ୱାସ୍ଥ୍ୟ କର ଲଗାଇବାକୁ ଦାବି କରିଥିଲା । ସ୍କୁଲ କ୍ୟାଣ୍ଟିନ ଓ ଶିକ୍ଷା ଅନୁଷ୍ଠାନ ଉପରେ ପ୍ରତିବନ୍ଧକ ଲଗାଯିବାକୁ ପରାମର୍ଶ ଦିଆଯାଇଥିଲା  ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.