ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଜାପାନରେ ଆସିବ ମହା ଭୂମିକମ୍ପ : ପ୍ରକୃତିର ତାଣ୍ଡବରେ ଚାଲିଯିବ ୩ ଲକ୍ଷ ଲୋକଙ୍କ ପ୍ରାଣ, ୨ ଟ୍ରିଲିଅନ କ୍ଷତି ହେବାର ସମ୍ଭାବନା

Published By : Rasmita Pradhan | July 5, 2025 11:45 AM

ନୂଆଦିଲ୍ଲୀ, ୦୫/୦୭ : ଜାପାନରେ ଆସିବ ମହା ଭୂମିକମ୍ପ । ପ୍ରକୃତିରେ ଏହି ତାଣ୍ଡବରେ ଚାଲିଯିବ ୩ ଲକ୍ଷ ଲୋକଙ୍କ ପ୍ରାଣ। ୨ ଟ୍ରିଲିଅନ କ୍ଷତି ହେବାର ସମ୍ଭାବନା। ପ୍ରଶାନ୍ତ ମହାସାଗର ଉପକୂଳରେ ସମ୍ଭାବ୍ୟ ଭୂକମ୍ପ ଆସିବା ନେଇ ଲମ୍ବା ସମୟ ଧରି ଆଶଙ୍କା କରାଯାଉଛି। ଜାପାନ ସରକାର ଜାରି କରିଥିବା ରିପୋର୍ଟରେ ଏଭଳି କିଛି କୁହାଯାଇଛି। 

ପ୍ରଶାନ୍ତ ମହାସାଗରରେ ଥିବା ନାନକାଇ ଘାଟିରେ ଥିବା ସବଡକ୍ସନ ଜୋନରୁ ଭୂମିକମ୍ପର ଏପି ସେଣ୍ଟର ହେବ । ଅର୍ଥାତ୍ ସମୁଦ୍ର ଭିତରେ ଥିବା ଦୁଇଟି ଟାକ୍ଟୋନିକ୍ ପ୍ଲେଟର ଡାଇଭରଜେଣ୍ଟ ଯୋଗୁ  ନାନକାଇ ଘାଟି ସୃଷ୍ଟି ହୋଇଛି । ଏହି ସ୍ଥାନ ଦକ୍ଷିଣ ହୋଂଶୁ ଦ୍ବୀପର ନନକାଇଡୋ ଅଞ୍ଚଳରେ ରହିଛି । ପୂର୍ବରୁ ଏହି ସ୍ଥାନରୁ ଭୂମିକମ୍ପ ମଧ୍ୟ ଅନୁଭୂତ ହୋଇଛି । ଏଠାରୁ ମହା ଭୂମିକମ୍ପ ଆସିଲେ, ଏହାଦ୍ବାରା କୋଶୀ, ଓସାକା, ନାଗୋୟା ଭଳି ବଡ଼ ଅଞ୍ଚଳ ପ୍ରଭାବିତ ହେବ । ଭୂମିକମ୍ପ ପରେ ବିନାଶର କାରଣ ହେବ ବିଲ୍ଡିଂ ଭୁଶୁଡ଼ିବା ଏବଂ ସୁନାମୀ । ମେଗା ଭୂମିକମ୍ପ ଆସିଲେ ପ୍ରାୟ ୩ ଲକ୍ଷ ଲୋକ ଜୀବନ ହାନି ଘଟିବ ବୋଲି କୁହାଯାଇଛି । ଏହା ଜାପାନର ୧୦ ପ୍ରତିଶତ ଜନସଂଖ୍ୟା । ସେହିପରି ଭୂକମ୍ପ ଯୋଗୁ ୧.୨୩ ମିଲିୟନ ଲୋକ ଅନ୍ୟଦେଶରେ ଶରଣ ନେବା ପାଇଁ ବାଧ୍ୟ ହେବ । 

ଜାପାନ ସରକାର ଅନୁମାନ କରୁଛନ୍ତି, ନାନକାଇ ଘାଟିରେ ୮ରୁ ୯ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଆସିବାର ୭୫ ରୁ ୮୨ ପ୍ରତିଶତ ସମ୍ଭାବନା ରହିଛି। ପ୍ରତ୍ୟେକ ୧୦୦ରୁ ୧୫୦ ମଧ୍ୟରେ ଏହି ସବଡକ୍ସନ ଜୋନରୁ ମେଗା ଭୂମିକମ୍ପ ଆସିଥାଏ । ୨୦୧୧ରେ ନାନକାଇ ଘାଟିରେ ୯.୦ ତିବ୍ରତା ବିଶିଷ୍ଟ ଭୂମିକମ୍ପ ଆସିଥିଲା । ଏଥିରେ ପ୍ରାୟ ୧୫ ହାଜରଙ୍କ ଜୀବନ ଯାଇଥିଲା । ମେଗା ଭୂମିକମ୍ପ ଆସିଲେ ବହୁ ସଂଖ୍ୟାରେ ଲୋକ ପ୍ରାଣ ହରାଇବେ ବୋଲି କୁହାଯାଇଛି।






Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.