ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଅମରନାଥ ଯାତ୍ରା ଦୁର୍ଘଟଣା: ଜମ୍ମୁ-ଶ୍ରୀନଗର ରାଜପଥରେ ୪ଟି ବସ୍ ଧକ୍କା, ୩୬ ଯାତ୍ରୀ ଆହତ

Published By : Bijay Swain | July 5, 2025 5:39 PM

Image courtesy: indiatoday

ଶ୍ରୀନଗର: ଜମ୍ମୁ କାଶ୍ମୀରର ରମ୍ବାନ ଜିଲ୍ଲାରେ ଶନିବାର ସକାଳେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଅମରନାଥ ଯାତ୍ରୀଙ୍କୁ ନେଇ ଯାଉଥିବା ୪ଟି ବସ୍ ଜମ୍ମୁ-ଶ୍ରୀନଗର ରାଜପଥର ଚନ୍ଦ୍ରକୋଟ ନିକଟରେ ପରସ୍ପର ସହ ଧକ୍କା ହେବାରୁ ୩୬ ଜଣ ଯାତ୍ରୀ ଆହତ ହୋଇଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, କାଫିଲାର ଶେଷ ବସ୍‌ର ବ୍ରେକ୍ ଫେଲ୍ ହେବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ଏହି ବସ୍‌ଟି ପାର୍କି ସ୍ଥାନରେ ରହିଥିବା ଅନ୍ୟ ତିନୋଟି ବସ୍‌କୁ ଧକ୍କା ଦେଇଥିଲା।

ଆହତ ଯାତ୍ରୀମାନଙ୍କୁ ତୁରନ୍ତ ରମ୍ବାନ ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛଡ଼ାଯାଇଥିଲା। ରମ୍ବାନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମହମ୍ମଦ ରଫି କହିଛନ୍ତି ଯେ, ଆହତଙ୍କ ମଧ୍ୟରୁ ଅଧିକାଂଶଙ୍କର ଆଘାତ ସାମାନ୍ୟ ଥିଲା ଏବଂ ସେମାନଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି।

ଜିଲ୍ଲା ପ୍ରଶାସନ ଓ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତ ଯାତ୍ରୀମାନଙ୍କୁ ଅନ୍ୟ ବସ୍‌ରେ ସ୍ଥାନାନ୍ତର କରାଯାଇ ସେମାନଙ୍କ ଯାତ୍ରା ଜାରି ରଖିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ରମ୍ବାନ ଡେପୁଟି କମିଶନର ମହମ୍ମଦ ଅଲୟାସ ଖାନ କହିଛନ୍ତି, "କାଫିଲାର ଶେଷ ବସ୍‌ଟି ନିୟନ୍ତ୍ରଣ ହରାଇ ଚନ୍ଦ୍ରକୋଟ ପାର୍କିଂ ନିକଟରେ ଅନ୍ୟ ବସ୍‌ଗୁଡ଼ିକୁ ଧକ୍କା ଦେଇଥିଲା। ଯାହା ଫଳରେ ୪ଟି ବସ୍ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ୩୬ ଜଣ ଯାତ୍ରୀ ଆହତ ହୋଇଥିଲେ।"

ଏହି ଦୁର୍ଘଟଣା ସତ୍ତ୍ୱେ ଅମରନାଥ ଯାତ୍ରା ନିରବଚ୍ଛିନ୍ନ ଭାବେ ଜାରି ରହିଛି। ଶନିବାର ସକାଳେ ଚତୁର୍ଥ ବ୍ୟାଚରେ ୬,୯୭୯ ଜଣ ଯାତ୍ରୀ ଜମ୍ମୁର ଭାଗବତୀ ନଗର ବେସ୍‌ କ୍ୟାମ୍ପରୁ ଦୁଇଟି କାଫିଲାରେ ପହଲଗାମ ଓ ବାଲଟାଲ ରୁଟ ଦେଇ ଯାତ୍ରା ଆରମ୍ଭ କରିଥିଲେ। ପହଲଗାମ ଆକ୍ରମଣ ପରେ ଏହି ଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଘଟଣା ସମ୍ପର୍କରେ ରମ୍ବାନ ଡେପୁଟି କମିଶନରଙ୍କ ସହ ଆଲୋଚନା କରି ଆହତଙ୍କ ପାଇଁ ସମସ୍ତ ଆବଶ୍ୟକୀୟ ସାହାଯ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲେଫ୍ଟେନାଣ୍ଟ ଗଭର୍ଣ୍ଣର ମନୋଜ ସିନ୍ହା ମଧ୍ୟ ଯାତ୍ରୀଙ୍କ ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅମରନାଥ ଯାତ୍ରା ଜୁଲାଇ ୩ରୁ ଆରମ୍ଭ ହୋଇଥିବା ବେଳେ ଏହା ଆଗଷ୍ଟ ୯ରେ ରକ୍ଷାବନ୍ଧନ ଅବସରରେ ସମାପ୍ତ ହେବ। ଏହି ୩୮ ଦିନିଆ ଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁ ୩,୮୮୦ ମିଟର ଉଚ୍ଚତାରେ ଥିବା ଅମରନାଥ ଗୁମ୍ଫାରେ ବାବା ଅମରନାଥଙ୍କ ଦର୍ଶନ ପାଇଁ ଆସୁଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.