ପ୍ରମୂଖ ଖବର
  • ମା’ ଭଟ୍ଟାରିକା ମନ୍ଦିର ବେଢ଼ା ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ
  • ||
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ସ୍ପେସ୍‌ ଷ୍ଟେସନରୁ ପୃଥିବୀକୁ କିପରି ହେଉଛି ଭିଡିଓ କଲ୍ , ସେଠାରେ କେଉଁ ନେଟୱାର୍କ କାମ କରେ?

Published By : Harapriya Biswal | June 29, 2025 7:11 PM

ନୂଆଦିଲ୍ଲୀ,୨୯।୬: ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ପହଞ୍ଚି ଇତିହାସ ରଚିଛନ୍ତି। ତାଙ୍କ ସହିତ ଏହି ଦଳରେ ଆଉ ଚାରି ଜଣ ମଧ୍ୟ ସାମିଲ ଅଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ମୋଦି ଶୁଭାଂଶୁ ଶୁକ୍ଳାଙ୍କ ସହ କଥା ହୋଇଥିଲେ ଏବଂ ଶୁଭାଂଶୁ ମହାକାଶରେ ପହଞ୍ଚିବାର ତାଙ୍କର ଅଭିଜ୍ଞତା ଜଣାଇଥିଲେ। ସେ କହିଥିଲେ, ପୃଥିବୀ ଏବଂ ମହାକାଶ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି ଏବଂ ସେଠାରେ ଶୋଇବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ।  ତେବେ ମଣିଷ ମହାକାଶରେ ପହଞ୍ଚିବା ମାତ୍ରେ ଲୋକଙ୍କ ମନରେ ଅନେକ ପ୍ରକାରର ଚିନ୍ତାଧାରା ଆସେ। ପ୍ରଥମ ପ୍ରଶ୍ନ ହେଉଛି ପୃଥିବୀରେ କୌଣସି ମୋବାଇଲ୍ ଟାୱାର ବିନା ଏତେ ଦୂରରୁ ସେମାନେ କିପରି ଯୋଗାଯୋଗ କରନ୍ତି। ଆସନ୍ତୁ ଜାଣିବା କିଭଳି ଏହା ସମ୍ଭବ ହୁଏ ? 

ମହାକାଶରେ ବାୟୁ ନାହିଁ ଏବଂ ଶୂନ୍ୟ ସ୍ଥାନରେ କୌଣସି ପ୍ରକାରର ଯୋଗାଯୋଗ କଷ୍ଟକର। ସେଠାରେ କୌଣସି ଇଣ୍ଟରନେଟ୍ ତାର ନାହିଁ ଏବଂ କୌଣସି କେବୁଲ୍ ବିଛାଯାଇ ନାହିଁ, ତେଣୁ ବଡ଼ ପ୍ରଶ୍ନ ହେଉଛି ମହାକାଶଚାରୀମାନେ ମହାକାଶରେ ଥିବା ସ୍ପେସ୍ ଷ୍ଟେସନରୁ ପୃଥିବୀକୁ କଲ୍ କିମ୍ବା ଭିଡିଓ କଲ୍ କିପରି କରନ୍ତି। ବୈଜ୍ଞାନିକଙ୍କ ମତରେ, ମହାକାଶରେ ଯୋଗାଯୋଗ  ସହଜ କାମ ନୁହେଁ। ନାସାର ସ୍ପେସ୍ କମ୍ୟୁକେସନ୍ ଆଣ୍ଡ ନାଭିଗେସନ୍ ସିଷ୍ଟମ୍ (SCaN) ଚନ୍ଦ୍ରରେ ଥିବା ସମସ୍ତ ରୋଭର, ଆର୍ଟେମିସ୍ ମିଶନ କିମ୍ବା ISS ସହିତ ଯୋଗାଯୋଗ କରିବା ପାଇଁ କାମ କରେ। ଯେକୌଣସି ଯୋଗାଯୋଗ ନେଟୱାର୍କ ଟ୍ରାନ୍ସମିଟର-ନେଟୱାର୍କ-ରିସିଭର ସାହାଯ୍ୟରେ କାମ କରେ। ଟ୍ରାନ୍ସମିଟର ବାର୍ତ୍ତାକୁ କୋଡରେ ରୂପାନ୍ତରିତ କରି ନେଟୱାର୍କ ମାଧ୍ୟମରେ ପଠାଏ ଏବଂ ରିସିଭର ସେଠାରୁ ଏହାକୁ ଗ୍ରହଣ କରି ଡିକୋଡ୍ କରେ। ଏହି ପଦ୍ଧତି ପୃଥିବୀରେ କାମ କରେ, କିନ୍ତୁ ମହାକାଶରେ ସମସ୍ୟା ହେଉଛି ଯେ ଏୟାରକ୍ରାଫ୍ଟ ଘଣ୍ଟା ପ୍ରତି ଶହ ଶହ କିଲୋମିଟର ବେଗରେ ଉଡ଼େ ଏବଂ ଏପରି ପରିସ୍ଥିତିରେ ତାଙ୍କ ସହିତ ଯୋଗାଯୋଗ କରିବା ସହଜ ନୁହେଁ।

ଏହି ସମସ୍ୟା ପାଇଁ ନାସା ସମ୍ପୂର୍ଣ୍ଣ ଭାବରେ ପୃଥିବୀର ୭ଟି ମହାଦ୍ବୀପରେ ବଡ ବଡ ଆଣ୍ଟିନା ଲଗାଇଛି। ଏହା ଜାଗା ଏହି ହିସାବରେ ଚୟନ କରାଯାଇଛି ଯେ, ସ୍ପେସ୍‌କ୍ରାଫ୍ଟ ଓ ଗ୍ରାଉଣ୍ଟ ଷ୍ଟେସନ୍ ଭିତରେ କମ୍ୟୁନିକେସନ୍‌ର ମୁଖ୍ୟ କକ୍ଷ ଭାବରେ କାମ କରିଥାଏ। ଏହି ଆଣ୍ଟେନାଗୁଡ଼ିକ ପ୍ରାୟ ୨୩୦ ଫୁଟ ହୋଇଥାଏ। ଏହାର ଏତେ ବଡ଼ ଆକାର ଏବଂ ଉଚ୍ଚ ଫ୍ରିକ୍ୱେନ୍ସି ଯୋଗୁଁ, ଏଗୁଡ଼ିକୁ ୨୦୦ କୋଟି ମାଇଲ ପର୍ଯ୍ୟନ୍ତ ଯୋଗାଯୋଗ ପାଇଁ ବ୍ୟବହାର କରାଯାଇପାରିବ। ଏହା ବ୍ୟତୀତ, NASA ପାଖରେ ଅନେକ ରିଲେ ଉପଗ୍ରହ ମଧ୍ୟ ଅଛି, ଯାହା ସାହାଯ୍ୟରେ ଯୋଗାଯୋଗ ସ୍ଥାପନ କରାଯାଇପାରିବ। ବର୍ତ୍ତମାନ, NASA ରେଡିଓ ତରଙ୍ଗ ବ୍ୟବହାର କରେ। ତଥାପି, NASA ଇନଫ୍ରାରେଡ୍ ଲେଜର ବ୍ୟବହାର କରିବାର ଚେଷ୍ଟାରେ ଅଛି। ଯାହା ମାଧ୍ୟମରେ ଭବିଷ୍ୟତରେ ମହାକାଶରୁ ପୃଥିବୀ ସହିତ ଯୋଗାଯୋଗ କରିବା ସହଜ ହୋଇଯିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.