ପ୍ରମୂଖ ଖବର
  • ସମ୍ବଲପୁର : ଯୁବକଙ୍କୁ ଛୁରୀ ଭୁସି ହତ୍ୟା
  • ||
  • ବାହାରିଲା ନିଟ୍ ୟୁଜି ୨୦୨୫ ରେଜଲ୍ଟ; ସ୍ନେହାଶିଷ ଦାସ ଓଡ଼ିଶା ଟପ୍ପର
  • ||
  • ପାରାଦୀପ ପୁରୁଣା ରେଲୱେ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିଗଲା ୪ଟି ବଗି
  • ||
  • ବାହାରିଲା ନିଟ୍ ୟୁଜି ୨୦୨୫ ପରୀକ୍ଷା ଫଳ; neet.nta.nic.inରେ ରେଜଲ୍ଟ
  • ||
  • କୋଣାର୍କ ଯାତ୍ରୀ ନିବାସରେ ରଜ ପିଠା ଷ୍ଟଲ୍, ଦୋଳିରେ ଝୁଲିଲେ ପର୍ଯ୍ୟଟକ
  • ||
  • ବରଗଡ଼ : ଭେଉଁରିଆ ଗାଁରେ ଅଭାବନୀୟ ଘଟଣା, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଝୁଲିପଡ଼ିଲା ସ୍ୱାମୀ
  • ||
  • ରାଜଧାନୀରେ ବୁଲିଲା ଖଣ୍ଡା, ବାଇକ୍‌ ପାର୍କିଂକୁ ନେଇ ରକ୍ତପାତ
  • ||
  • ଉଗ୍ର ହେଉଛି ଇରାନ-ଇସ୍ରାଏଲ ଲଢେଇ; ଇସ୍ରାଏଲକୁ ସମର୍ଥନ କଲେ...ଆମେରିକା ସମେତ ଅନ୍ୟ ଦେଶକୁ ଇରାନର ଚେତାବନୀ
  • ||
  • ମଞ୍ଚେଶ୍ଵରରୁ ୨ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗୀର : ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ ଥାନା ୫୭ ନଂ ଜାତୀୟ ରାଜପଥ ଖଜୁରୀପଡା ଠାରେ ଦୁର୍ଘଟଣା, ବୋଲେରୋ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ୭ ଆହତ
  • ||
  • ଆଜି ପହିଲି ରଜ; ସବୁଠି ଉତ୍ସାହ, ପୋଡ଼ପିଠା ବାସ୍ନାରେ ମହକୁଛି ଗାଁଠୁ ସହର
  • ||
  • ରଜକୁ ଭିଜାଇବ ବର୍ଷା: ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ ଜାରି
  • ||

ନାରୀ ମନର ଅକୁହା କଥା, ପୁରୁଷଙ୍କ ଆଗରେ ପ୍ରକାଶ କରିବାକୁ ପସନ୍ଦ କରି ନଥାନ୍ତି...

Published By : Prameya | June 12, 2025 2:05 PM

ପର୍‌ଦେ ମୈ ରେହେନେ ଦୋ  ପରଦା ନା ହଟାଓ, ପରଦା ଯୋ ଖୁଲ୍‌  ଗୟା ତୋ ଭେଦ୍‌ ଖୁଲ୍‌ ଯାଏଗା...ଏ  ଗୀତ ମହିଳାମାନଙ୍କ ପାଇଁ ହିଁ ଉଦ୍ଦିଷ୍ଟ ।  କାରଣ ମହିଳାମାନଙ୍କର ଏମିତି ବହୁ କଥା  ରହିଛି, ଯାହାକୁ ସେ କେବେ ପ୍ରକାଶ  କରିବାକୁ ଭଲ ପାଇ ନଥାନ୍ତି । ଏମିତି  ଅନେକ କଥା ରହିଥାଏ, ଯାହା ସେମାନେ  ପୁରୁଷଙ୍କ ଆଗରେ ପ୍ରକାଶ କରିବାକୁ  ପସନ୍ଦ କରି ନଥାନ୍ତି ।


ଚାଲନ୍ତୁ ଜାଣିବା ମହିଳାମାନେ କେଉଁ ସବୁ କଥାକୁ ପୁରୁଷଙ୍କଠାରୁ ଲୁଚାଇବାକୁ ପସନ୍ଦ କରିଥାନ୍ତି । ଅବଶ୍ୟ କେବଳ ପୁରୁଷ ନୁହନ୍ତି ସମସ୍ତଙ୍କଠାରୁ ମଧ୍ୟ ଦୂରେଇ  ରଖିବାକୁ ଚାହାନ୍ତି ।  

ଗର୍ଲ୍ସ ଟକ୍‌:  ମହିଳାମାନେ ମଧ୍ୟ ବାନ୍ଧବୀମାନଙ୍କ ସହ ଗପସପ ହେବା ସମୟରେ ବେଡରୁମ୍‌ କଥା ସେୟାର୍‌ କରିଥାନ୍ତି । କିନ୍ତୁ  ଏହାକୁ ନିଜ ସ୍ୱାମୀଙ୍କ ପାଖରେ ପହଞ୍ଚିବାକୁ ଦେଇ ନଥାନ୍ତି । ଏହି ସମୟରେ ସେମାନେ ଖୁବ୍‌ ସତର୍କ ମଧ୍ୟ ରହିଥାନ୍ତି ।  ଯଦି ସେମାନଙ୍କର ଏସବୁ କଥା କେହି ଶୁଣି ନିଅନ୍ତି,  ଆଉ ସେ ବିଷୟରେ କିଛି ପଚାରନ୍ତି, ତେବେ ସେମାନେ  ହଠାତ୍‌ କଥାକୁ ବଦଳାଇ ଦେଇଥାନ୍ତି, ଯାହାକୁ ବୁଝିବା  ଆଦୌ ସମ୍ଭବ ହୁଏନା ।  

ପ୍ରେମ ସମ୍ପର୍କ: ମହିଳାମାନେ ନିଜ ପ୍ରେମକୁ ସବୁବେଳେ ଲୁଚାଇ ରଖିଥାନ୍ତି । ଏପରିକି ବିବାହ ପୂର୍ବରୁ ପ୍ରେମ ବିଷୟରେ ବାନ୍ଧବୀଙ୍କୁ  ମଧ୍ୟ ଜଣାଇ ନଥାନ୍ତି । ସେମାନଙ୍କୁ ଲାଗେ ଯେ କଥା ଆଗକୁ ବଢିଲେ ସାଙ୍ଗମାନଙ୍କୁ ଜଣାଇବେ । ସେମାନେ ନିଜର ଛବିକୁ ନେଇ ଖୁବ୍‌ ସତର୍କ ରହିଥାନ୍ତି । ସେମାନେ ଚାହାନ୍ତିନି ଯେ  ଅନ୍ୟ କେହି ତାଙ୍କୁ ଭୁଲ୍‌ରେ ବି ଭୁଲ୍‌ ବୁଝନ୍ତୁ । ସେଥିପାଇଁ  ପ୍ରେମ ସମ୍ପର୍କକୁ ଲୁଚାଇଥାନ୍ତି ।  

ନିଜର କିଛି ଅଭ୍ୟାସ: କିଛି ମହିଳା ରହିଥାନ୍ତି, ଯେଉଁମାନେ ଅନ୍ୟମାନଙ୍କ ସାମ୍‌ନାରେ ଖାଇବାକୁ ପସନ୍ଦ କରି ନଥାନ୍ତି । କିନ୍ତୁ ଏକା ବସିଲେ ବହୁ ମାତ୍ରାରେ ଖାଦ୍ୟ ଖାଇଥାନ୍ତି । ମହିଳାମାନେ ଯାହାକୁ ଅଧିକ ସମାଲୋଚନା କରିଥାନ୍ତି, ସେମାନଙ୍କ କଥା ବେଶି ମାନିଥାନ୍ତି । ଏମାନେ ଅଧିକ ଖାଇବାକୁ ପସନ୍ଦ କରୁଥିଲେ ମଧ୍ୟ ଅନ୍ୟକୁ ଜାଣିବାକୁ ଦେଇ ନଥାନ୍ତି । ବରଂ ଲୁଚାଇ ରଖିଥାନ୍ତି । ନିଜକୁ ମଜଭୁତ ଦେଖାଇଥାନ୍ତି, କିନ୍ତୁ ଭିତରେ ଖୁବ୍‌ ନରମ ସ୍ୱଭାବର ହୋଇଥାନ୍ତି । ଏପରି ଅନେକ  କିଛି ଗୁଣ ରହିଛି, ଯାହାକୁ ସେ ଅନ୍ୟମାନଙ୍କ ଆଗରେ ନିୟନ୍ତ୍ରଣରେ ରଖିବାକୁ ଭଲ ପାଇଥାନ୍ତି ।  

 ଘର ଖର୍ଚ୍ଚରୁ କରୁଥିବା ସଞ୍ଚୟକୁ ଲୁଚାନ୍ତି

ମହିଳାମାନେ ସ୍ୱାମୀଙ୍କଠାରୁ ଘର ଖର୍ଚ୍ଚ ପାଇଁ ଟଙ୍କା ନେଇ ସବୁ ଖର୍ଚ୍ଚ କରି ଦେଇ ନଥାନ୍ତି । ସେଥିରୁ ମଧ୍ୟ ସଞ୍ଚୟ କରିଥାନ୍ତି ।  ଏହା ସେମାନଙ୍କର ଅଧିକାର ବୋଲି ଧରି ନେଇଥାନ୍ତି ।  ପ୍ରତ୍ୟେକ ମହିଳା ସ୍ୱାମୀଙ୍କ ଦ୍ୱାରା ଦିଆଯାଉଥିବା ଘର ଖର୍ଚ୍ଚ ଟଙ୍କାରୁ କିଛି ନା କିଛି ନିଶ୍ଚୟ ସଞ୍ଚୟ କରିଥାନ୍ତି । କିନ୍ତୁ ସେହି ଟଙ୍କାକୁ ସେମାନେ ନିଜ ପାଇଁ ଖର୍ଚ୍ଚ କରି ନଥାନ୍ତି, ବରଂ ଘରର ଅସୁବିଧା କିମ୍ବା ଜରୁରି ସମୟରେ  ହିଁ ଖର୍ଚ୍ଚ କରିଥାନ୍ତି । କିନ୍ତୁ ଘର ଖର୍ଚ୍ଚରୁ କେତେ ଟଙ୍କା ସଞ୍ଚୟ କରିଥାନ୍ତି କେବେ ସ୍ୱାମୀଙ୍କୁ ଜଣାଇ ନଥାନ୍ତି ।  

ମେକଅପ୍‌ ରହସ୍ୟ: ମହିଳାମାନେ ସବୁବେଳେ ଚାହାନ୍ତି, ସେମାନେ ମେକ୍‌ଅପ୍‌ ହେବା ପରେ ସ୍ୱାମୀ ହୁଅନ୍ତୁ ଅବା ବୟଫ୍ରେଣ୍ଡ୍‌ ତାଙ୍କର ତାରିଫ୍‌ କରନ୍ତୁ । କିନ୍ତୁ ଚାହାନ୍ତିନି ତାଙ୍କ ସୁନ୍ଦର ଚେହେରାର ରହସ୍ୟ ସ୍ୱାମୀ ବା ବୟଫ୍ରେଣ୍ଡ୍‌କୁ  ଜଣାପଡୁ । ତେଣୁ ସେମାନେ ନିଜ ମେକ୍‌ଅପ୍‌ର ରହସ୍ୟ ଜଣାଇ ନଥାନ୍ତି । ଏପରିକି ମହିଳାମାନେ ନିଜ ମେକ୍‌ଅପ୍‌ ବିଷୟରେ କେବଳ ଖାସ୍‌ ବାନ୍ଧବୀଙ୍କୁ ଛାଡିଦେଲେ ଅନ୍ୟମାନଙ୍କୁ ଜଣାଇବାକୁ ପସନ୍ଦ  କରି ନଥାନ୍ତି ।

ରୋଗ ସହ ଏକା ଲଢନ୍ତି: ମହିଳାମାନେ ଯଦି କୌଣସି ଛୋଟମୋଟ ରୋଗରେ ପୀଡିତ ହୋଇଥାନ୍ତ । ତେବେ ସେ ଏ ବିଷୟରେ ସ୍ୱାମୀଙ୍କୁ ଜଣାଇ ନଥାନ୍ତି । କାରଣ ସେମାନେ ଛୋଟ ଛୋଟ କଥା ପାଇଁ  ଅନ୍ୟକୁ ସମସ୍ୟାରେ ପକାଇବାକୁ ଚାହାନ୍ତିନି । ଏପରିକି  କୌଣସି ବଡ଼ ରୋଗ ହେଲେ ମଧ୍ୟ ସେମାନେ ପ୍ରଥମେ  ଘରୋଇ ଉପାୟରେ ଭଲ କରିବାର ପ୍ରୟାସ କରିଥାନ୍ତି ।  ଯଦି ସମାଧାନ ନ ହୁଏ, ତେବେ ସ୍ୱାମୀଙ୍କ ଆଗରେ  ପ୍ରକାଶ କରିଥାନ୍ତି ।  

ଭବିଷ୍ୟତ ଚିନ୍ତା; କେତେକ ମହିଳା ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ ରହିଥାନ୍ତି । ସେଥିପାଇଁ କେତେକ କଥା ଲୁଚାଇ ରଖିଥାନ୍ତି । ସେମାନେ ଚାହାନ୍ତି ସ୍ୱାମୀ ଜୀବନବୀମା କରନ୍ତୁ, ଫଳରେ ପିଲାର  ଭବିଷ୍ୟତ ସୁରକ୍ଷିତ ହୋଇପାରିବ । କିନ୍ତୁ ଏହାକୁ ସ୍ୱାମୀଙ୍କ  ଆଗରେ ପ୍ରକାଶ କରିପାରି ନଥାନ୍ତି । ଯଦି କାଲି ଚାକିରି  କିମ୍ବା ବ୍ୟବସାୟ ନ ରହିବ... ତେବେ ପରିବାର କେମିତି  ଚାଲିବ? ଏମିତି ଅନେକ ପ୍ରଶ୍ନ ସେମାନଙ୍କ ମୁଣ୍ଡରେ ଘୁରି  ବୁଲୁଥାଏ, କିନ୍ତୁ ସ୍ୱାମୀଙ୍କ ଆଗରେ ପ୍ରକାଶ କରିବାକୁ ସାହସ  କରିପାରି ନଥାନ୍ତି । ସେଥିପାଇଁ ଚିନ୍ତାରେ ମଧ୍ୟ ରହିଥାନ୍ତି ।  

ସ୍ୱାମୀଙ୍କ ଖୁସି ପାଇଁ ସବୁ ନିଷ୍ପତ୍ତି  ମାନିନିଅନ୍ତି: ଅନେକ ସମୟରେ ଏପରି ହୋଇଥାଏ ଯେ ଘରେ କେତେକ  ବିଶେଷ ନିଷ୍ପତ୍ତି ନିଆଯାଇଥାଏ। ଯେଉଁଥିରେ ସ୍ୱାମୀସ୍ତ୍ରୀଙ୍କ  ମଞ୍ଜୁରୀ ଆବଶ୍ୟକ ହୋଇଥାଏ । କିନ୍ତୁ ମହିଳାଟିଏ ଅନିଚ୍ଛା  ସତ୍ତେ୍ୱ ସ୍ୱାମୀଙ୍କ ନିଷ୍ପତ୍ତିରେ ହଁ ଭରିଥାଏ । ନାରୀଟିଏ ଖୁସି  ନଥାଇ ସୁଦ୍ଧା ଖୁସି ହେବାର ନାଟକ କରିଥାଏ । କାରଣ  ସ୍ୱାମୀଙ୍କୁ କଷ୍ଟ ନ ହେଉ ବୋଲି ସେ ଚାହିଁଥାଏ । ଅବଶ୍ୟ  ଏହା ସେ କେବେ ପ୍ରକାଶ କରି ନଥାଏ ।  

ଅତୀତର କିଛି ଘଟଣା: ମହିଳାମାନେ ଅତୀତରେ ନିଜ ସହ ହୋଇଥିବା କିଛି  ଖରାପ ଘଟଣାକୁ ଅନ୍ୟ ଆଗରେ ପ୍ରକାଶ କରିବାକୁ  ପସନ୍ଦ କରି ନଥାନ୍ତି । ଏପରିକି ନିଜ ବାପାମା’ଙ୍କ  ସହ ହେଉଥିବା ଲଢେଇକୁ ମଧ୍ୟ ସ୍ୱାମୀଙ୍କଠାରୁ  ଲୁଚାଇ ରଖିଥାନ୍ତି । କାରଣ ସମ୍ମାନହାନୀ ହେବାର  ଭୟ ରହିଥାଏ ।  

ବାପଘର ଫୋନ କଲ୍‌:  ପ୍ରାୟ ଝିଅ ମା’ର ଖୁବ୍‌ ନିକଟତ୍ତର ହୋଇଥାନ୍ତି ।  ଏପରିକି ବିବାହ ପରେ ମଧ୍ୟ ପ୍ରତି କଥାରେ ମା’କୁ  ପଚାରିଥାନ୍ତି । କିନ୍ତୁ ଏପରି କାମ ଶ୍ୱଶୁର ଘର ଲୋକଙ୍କୁ  ପସନ୍ଦ ହୋଇ ନଥାଏ । ତେଣୁ ସେମାନେ ମା’ ସହ  ଫୋନ୍‌ରେ କଥା ହେବା ପରେ ଏହାକୁ ସ୍ୱାମୀଙ୍କଠାରୁ  ଲୁଚାଇ ରଖିବାକୁ ପସନ୍ଦ କରିଥାନ୍ତି । 

ନିଜର ଶାରୀରିକ ଇଚ୍ଛା: ପତ୍ନୀ ଭିତରେ ମଧ୍ୟ ଯୌନ ଇଚ୍ଛା ରହିଥାଏ, କିନ୍ତୁ ସେ  ଏହାକୁ ସ୍ୱାମୀଙ୍କ ଆଗରେ ପ୍ରକାଶ କରି ନଥାନ୍ତି । ଏହାକୁ  ସ୍ୱାମୀଙ୍କ ଆଗରେ ପ୍ରକାଶ କହିବାକୁ ସେମାନେ ଲଜ୍ଜ୍ୱାବୋଧ  କରିଥାନ୍ତି 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.