ପ୍ରମୂଖ ଖବର
  • ଭୁବନେଶ୍ୱର : ୪୪୦ଭୋଲ୍ଟ ତାରରୁ ଘରେ ଲାଗିଲା ନିଆଁ, ଅଳ୍ପକେ ବର୍ତିଲେ ପରିବାର ଲୋକେ
  • ||
  • ଏଥର ଆଗୁଆ ଆସିବ ମୌସୁମୀ, ଓଡ଼ିଶାକୁ ବି ଶୀଘ୍ର ଛୁଇଁପାରେ: ୫ ଦିନ ଯାଏ ପ୍ରଚଣ୍ଡ ତାତି, ଗୁଳୁଗୁଳିରୁ ମିଳିବନି ତ୍ରାହି
  • ||

ଜଣେ ସାହସୀ ତ ଆଉ ଜଣେ ବ୍ୟୁଟି କ୍ୱିନ, ସୋଫିଆ କୁରେଶୀଙ୍କ ଯମଜ ଭଉଣୀ ମଧ୍ୟ ଜଣେ 'ୱଣ୍ଡର ୱିମେନ'

Published By : Prameya | May 10, 2025 9:23 PM

ବଡୋଦରା : କର୍ଣ୍ଣଲ ସୋଫିଆ କୁରେଶୀ। ‘ଅପରେସନ ସିନ୍ଦୂର’ ପର ଠାରୁ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କୁ ନେଇ ଆଜି ପ୍ରତି ଭାରତୀୟ ଗର୍ବ ଅନୁଭବ କରୁଛନ୍ତି। ପହଲଗାମ ହମଲା ପରେ ପାକିସ୍ତାନ ବିରୋଧରେ ଭାରତର ‘ଅପରେସନ ସିନ୍ଦୂର’ ବିଷୟରେ ସୂଚନା ଦେବାକୁ ଭାରତୀୟ ସେନା ଯେଉଁ ଦୁଇ ମହିଳାଙ୍କୁ ବାଛି ଥିଲେ , ସେଥିରେ ଜଣେ ଥିଲେ କର୍ଣ୍ଣଲ ସୋଫିଆ କୁରେଶୀ। ସେ ‘ଅପରେସନ ସିନ୍ଦୂର’ ସଂପର୍କିତ ଗୋଟି ଗୋଟି ତଥ୍ୟ ସାମ୍ନାରେ ରଖିଛନ୍ତି ଏବଂ କହିଛନ୍ତି କେମିତି ପାକିସ୍ତାନରେ ଚାଲୁଥିବା ଆତଙ୍କୀର ଫ୍ୟାକ୍ଟ୍ରି ଗୁଡିକୁ ମାଟିରେ ମିଶାଇ ଦିଆଯାଇଛି। ସୋଫିଆ କୁରେଶୀ ଓ ତାଙ୍କର ଯାଆଁଳା ଭଉଣୀ ଶାୟନା ସୁନାସାରା ସେନାରେ ରହିଥିବା ନିଜର ଜେଜେବାପାଙ୍କ ଠାରୁ ସେନାକର୍ମୀଙ୍କ ବୀରତ୍ୱ ଓ ବଳିଦାନର କାହାଣୀ ଶୁଣି ବଡ଼ ହୋଇଛନ୍ତି। ଅନେକ ବର୍ଷ ପରେ , ସୋଫିଆ ସଶସ୍ତ୍ର ବାହିନୀରେ ସାମିଲ ହେବାର ଇଚ୍ଛା କରିବାରୁ ତାଙ୍କ ପରିବାର ବିନା ଦ୍ୱିଧାରେ ତାଙ୍କ ନିଷ୍ପତ୍ତିକୁ ସମର୍ଥନ କରିଥିଲେ। ଆଜି ନିଜର ଭଉଣୀକୁ ଏହି ସଫଳତାରେ ଦେଖି ଶାୟନା ସୁନସାରାଙ୍କ ଛାତି ଗର୍ବରେ ପୂରି ଯାଇଛି।

କର୍ଣ୍ଣଲ କୁରେଶୀ ଓ ସୁନସାରାଙ୍କର ଜନ୍ମ ଗୁଜରାଟର ବଡୋଦରାରେ ଏକ ସେନା ପରିବାରରେ ହୋଇଥିଲା। ଶାୟନା ସୁନସାରା ମଧ୍ୟ ନିଜର ଯମଜ ଭଉଣୀ କର୍ଣ୍ଣଲ ସୋଫିଆ କୁରେଶୀଙ୍କ ପରି ଅନେକ ବଡ଼ ବଡ଼ ଉପଲବ୍ଧି ହାସଲ କରି ସାରିଛନ୍ତି। ସେ ଜଣେ ମାଆ , ଜଣେ ଅର୍ଥଶାସ୍ତ୍ରୀ, ପୂର୍ବତନ ଆର୍ମି କ୍ୟାଡେଟ୍‌ , ଫ୍ୟାଶନ ଡିଜାଇନର ଓ ଜଣେ ପରିବେଶବିତ୍‌ ମଧ୍ୟ। ଡଃ ଶାୟନା ସୁନସାରା ବଡୋଦରାର ୱଣ୍ଡର ୱିମନ ଭାବେ ମଧ୍ୟ ଜଣାଶୁଣା । ସେ ମିସ୍ ଗୁଜରାଟ,ମିସ୍‌ ଇଣ୍ଡିଆ ଆର୍ଥ ୨୦୧୭ ଓ ମିସ୍‌ ୟୁନାଇଟେଡ୍‌ ନେସନ୍ସ ୨୦୧୮ର  ଟାଇଟଲ ମଧ୍ୟ ନିଜ ନାଁରେ କରି ସାରିଛନ୍ତି। ସୁନସାରା ରାଇଫଲ ସୁଟିଂ ଗୋଲ୍ଡ ମେଡାଲିଷ୍ଟ ମଧ୍ୟ। ଏହା ବ୍ୟତୀତ  ଭାରତୀୟ ଫ୍ୟାଶନ ଉଦ୍ୟୋଗରେ ନିଜର ଯୋଗଦାନ ପାଇଁ ୨୦୧୮ରେ ପ୍ରତିଷ୍ଠିତ ଦାଦା ସାହେବ ଫାଲକେ ପୁରସ୍କାର ମଧ୍ୟ ଜିତି ସାରିଛନ୍ତି। ସେ ଜଣେ ମଡେଲ ମଧ୍ୟ ଅଟନ୍ତି ଏବଂ ତାଙ୍କୁ ଗୁଜରାଟରେ ଏକ ଲକ୍ଷ ବୃକ୍ଷ ରୋପଣ କରିବାରେ ତାଙ୍କର ପ୍ରୟାସ ପାଇଁ ମଧ୍ୟ ଜଣାଶୁଣା।

ସୋଫିଆ କୁରେଶୀ କିଏ ? 

ସୋଫିଆ କୁରେଶୀଙ୍କର ଜନ୍ମ ୧୯୭୪ରେ ଗୁଜରାଟର ବଡୋଦରାରେ ହୋଇଥିଲା। ସେ ୧୯୯୭ରେ ମନୋନମନିୟନ ସୁନ୍ଦରନାର (ଏମଏମ) ୟୁନିଭର୍ସିଟିରୁ ବାୟୋକେମିଷ୍ଟ୍ରିରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ମହତ୍ତ୍ୱପୂର୍ଣ୍ଣ ସିଗନାଲ କୋରରେ ଅଧିକାରୀ ଭାବେ କାର୍ଯ୍ୟରତ , କୁରେଶୀଙ୍କୁ ୨୦୦୬ରେ ଗଣତାନ୍ତ୍ରିକ ଗଣରାଜ୍ୟ କାଙ୍ଗୋରେ ସେନା ପର୍ଯ୍ୟବେକ୍ଷକର ଭୂମିକା ପାଇଁ ଚୟନ କରାଯାଇ ଥିଲା ଏବଂ ସେ ପୂର୍ବୋତ୍ତର ଅଞ୍ଚଳରେ ବନ୍ୟା ରିଲିଫ୍‌ ଅଭିଯାନର ସଦସ୍ୟ ରହି ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.