ପ୍ରମୂଖ ଖବର
  • ୨୧ରେ ଛତିଶା ନିଯୋଗ ବୈଠକ, ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ନୀତିକାନ୍ତିରେ ଲାଗିବ ମୋହର
  • ||
  • ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତ: ଆସନ୍ତା୨୩ରେ ହୋଇପାରେ ଦଳ ଘୋଷଣା
  • ||
  • ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ ସ୍ଥାନରେ ଚଢାଉ
  • ||
  • ଲକ୍ଷ୍ନୌ: ଚଳନ୍ତା ସ୍ଲିପର୍‌ ବସ୍ ଭୟଙ୍କର ଅଗ୍ନିକାଣ୍ଡ, ୫ ଯାତ୍ରୀଙ୍କ ଚାଲିଗଲା ଜୀବନ,ଏକାଧିକ ଗୁରୁତର, ଦିଲ୍ଳୀରୁ ବିହାରକୁ ୬୦ ଯାତ୍ରୀଙ୍କୁ ନେଇ ଯାଉଥିଲା
  • ||
  • ଘଟଗାଁରେ ବନ ବିଭାଗର ଚଢ଼ାଉ ଜାରି, ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ
  • ||
  • ପ୍ରକାଶ ପାଇଲା ପ୍ରାଥମିକ, ମାଧ୍ୟମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର: ଆଜିଠୁ ଆବେଦନ, ଜୁନ୍‌ରେ ବଦଳି ନିର୍ଦ୍ଦେଶ
  • ||
  • ଜଳେଶ୍ୱର : ଚଢାଉ ବେଳେ ପୋଲିସ ଗାଡ଼ିକୁ ପିଟିଲା ବାଲି ବୋଝେଇ ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ୩ ପୋଲିସ କର୍ମଚାରୀ
  • ||
  • କାଶ୍ମୀର ପୁଲୱାମାରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିପାତ
  • ||
  • ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,୧୦ ଉଗ୍ରବାଦୀ ନିପାତ
  • ||
  • ଓୟୋରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ରାସ୍ତାରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି ପୁଲିସ
  • ||
  • ଆଜିଠୁ ବଢ଼ିବ କାଳବୈଶାଖୀ, ୭ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ: ୨୧ରୁ କମିପାରେ ତାତି
  • ||

ଭାରତ - ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ନେଇ ଚିନ୍ତାରେ ଜାହ୍ନବୀ କପୁର, ପିଏମ୍ ମୋଦିଙ୍କୁ କହିଲେ ...

Published By : Prameya | May 9, 2025 10:20 PM

ମୁମ୍ୱାଇ : ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ଶୁକ୍ରବାର ନିଜର ଇନଷ୍ଟଗ୍ରାମ୍‌ରେ ଏକ ପୋଷ୍ଟ ଲେଖିଛନ୍ତି। ଭାରତ ଓ ପାକିସ୍ତାନ ଉତ୍ତେଜନା ମଧ୍ୟରେ ଜାହ୍ନବୀର ଏହି ପୋଷ୍ଟ ଆସିଛି। ସେ ଏହି ପୋଷ୍ଟରେ ଲେଖିଛନ୍ତି ଯେ, କାଲି ରାତିରେ ନ୍ୟୁଜ୍‌ ଚ୍ୟାନେଲ୍‌ ଓ ସୋସିଆଲ ମିଡ଼ିଆରେ ଯେଉଁ ଦୃଶ୍ୟ ସାମନାକୁ ଆସିଛି, ତାହା କୌଣସି ଫିଲ୍ମ ପରି ଲାଗୁଥିଲା। ଏମିତି କିଛି ଯାହାର ମୁଁ କେବେ କଳ୍ପନା ମଧ୍ୟ କରି ନଥିଲି ଯେ , ମୁଁ ନିଜ ଜୀବନରେ ଭାରତ ମାଟିରେ ଏମିତି ହେବାର ଦେଖିବି। ଜାହ୍ନବୀ ଏହି ପୋଷ୍ଟରେ ପିଏମ ମୋଦିଙ୍କ କଥା ମଧ୍ୟ କହିଛନ୍ତି। ସେ ପିଏମ୍‌ ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି। 

ଜାହ୍ନବୀ ନିଜର ପୋଷ୍ଟରେ ଆହୁରି ଲେଖିଛନ୍ତି – କିଛି ଏମିତି ଚିନ୍ତାରେ ଥିଲେ , ଯାହା ମୁଁ ପୂର୍ବରୁ କେବେ ଅନୁଭବ କରି ନାହିଁ ଏବଂ ଏହା ମୋତେ ସେହି ସମୟରେ ଭାବିବାକୁ ବାଧ୍ୟ କରିଛି ,ଯେବେ ଆମେ ବିଦେଶୀ ମାଟିରେ ହେଉଥିବା ବିବାଦକୁ ନେଇ ଦୂରରୁ ଟିପ୍ପଣୀ କରୁଥିଲେ ଏବଂ ଶାନ୍ତିର ଆଶା କରୁଥିଲେ। କିନ୍ତୁ ଏହିଥର ଏହା ଆମର ଡୋର୍‌ ପାଖରେ ହୋଇଛି। 

ଜାହ୍ନବୀ ନିଜର ପୋଷ୍ଟରେ ଏହା ମଧ୍ୟ ଲେଖିଛନ୍ତି – କାଲି ଦୀର୍ଘ ଦଶନ୍ଧି ଧରି କାପୁରୁଷତାପୂର୍ଣ୍ଣ ହମଲାର ସାମ୍ନା କରିବା ପରେ , ଆମେ ଜବାବୀ ହମଲା କରିବାକୁ ନିଷ୍ପତ୍ତି ନେଲୁ। ଆମର ସଶସ୍ତ୍ର ବାହିନୀର ଶକ୍ତି ଓ କ୍ଷମତା କେବେ ବି କାହାକୁ ଅଛପା ରହି ନାହିଁ। କିନ୍ତୁ ଆତଙ୍କ ଓ ଅନିଶ୍ଚିତତା ସତ୍ତ୍ୱେ , ସୁରକ୍ଷାର ଭାବନା ଥିଲା। 

ଜାହ୍ନବୀ ଏହି ପୋଷ୍ଟରେ ପିଏମ୍‌ ମୋଦିଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି। ଜାହ୍ନବୀ ଲେଖିଛନ୍ତି- ଥ୍ୟାଙ୍କୟୁ ଶ୍ରୀ ନରେନ୍ଦ୍ର ମୋଦି । ଆମକୁ ଏହା ଦେଖାଇବା ପାଇଁ ଧନ୍ୟବାଦ ଯେ,  କେବେ କେବେ ଜଣେ ଭାରତୀୟ ହେବା ଅର୍ଥ ନିଜ ପାଇଁ ଏକ ପକ୍ଷ ରଖିବା ଓ ଆପଣଙ୍କ ପ୍ରତି ହେବାକୁ ଥିବା ଅନ୍ୟାୟକୁ ରୋକିବା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.