ପ୍ରମୂଖ ଖବର
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ପୃଥିବୀ ପାଇଁ ବିପଦ ହେବ କି ଏହି ବିଶାଳ ଆଷ୍ଟ୍ରଏଡ୍‌ ? ଚଳିତ ବର୍ଷ ଏହା ନିକଟତର ହେବାର ସମ୍ଭାବନା

Published By : Prameya | May 9, 2025 5:23 PM

ନୂଆଦିଲ୍ଲୀ : ସ୍ପେସ୍ ରକ୍‌ ଅପୋଫିସ ଓ 2024 YR4 ବିପଦ ପରେ , ଆଉ ଏକ ଆଷ୍ଟ୍ରଏଡ୍‌ ଖୁବ୍‌ ଜୋରରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଏବଂ ଏହା ମଧ୍ୟ ବଡ଼ ବିପଦ ସାଜି ପାରେ। ୟୁରୋପିଆନ ସ୍ପେସ୍ ଏଜେନ୍ସି ପୃଥିବୀ ପାଇଁ ବିପଦ ସୃଷ୍ଟି କରୁଥିବା ଶୀର୍ଷ ୫ ଆଷ୍ଟ୍ରଏଡ୍‌ର ତାଲିକାରେ 2025 FA22 କୁ ସାମିଲ କରିଛି। ୬୫୬ ଫୁଟ ବ୍ୟାସ ଯୁକ୍ତ 2025 FA22 19 ସେପ୍ଟେମ୍ୱର, ୨୦୮୯ରେ ପୃଥିବୀରେ ଧକ୍କା  ହୋଇପାରେ। 

ଭଲ ଖବର ଏହା ଯେ,ଏବେ ଏହାର ଧକ୍କା ହେବାର ସମ୍ଭାବନା କେବଳ ୦.୦୧ ପ୍ରତିଶତ ଅଛି ଏବଂ ଯଦି ଏହା ଆମର ଗ୍ରହ ପୃଥିବୀ ସହ ଧକ୍କା ବି ହୁଏ , ଏହି ଘଟଣା ଭବିଷ୍ୟରେ ବହୁ ଦୂରର କଥା। ଏହି ଆଷ୍ଟ୍ରଏଡକୁ ୨୯ ମାର୍ଚ୍ଚରେ ପ୍ୟାନ-ଷ୍ଟାର୍ସ-୨ ଦ୍ୱାରା ଦେଖା ଯାଇଥିଲା ଏବଂ ଏହାକୁ ପଲେର୍ମୋ ସ୍କେଲ୍‌ରେ ୩ରୁ ଉଚ୍ଚ ରେଟିଂ ଦିଆଯାଇଛି। ଟୋରିନୋ ସ୍କେଲରେ , ଏହାକୁ ୦-୧  ସୀମାରେ ରଖାଯାଇଛି। ହେଲେ ଏହି ଛୋଟିଆ ଦେଖାଯାଏ, କିନ୍ତୁ ଏହି ରେଟିଂର ଅର୍ଥ ରିସ୍କର ପ୍ରଭାବ କମ୍‌ ହେବା ସତ୍ତ୍ୱେ ଏହାକୁ ନିଶ୍ଚିତ ରୂପେ ଅଣଦେଖା କରାଯାଇ ପାରିବ ନାହିଁ। 

୨୦୮୯ ପୂର୍ବରୁ , 2025 FA22 ସେପ୍ଟେମ୍ୱର ୧୮, ୨୦୨୫ରେ ଆମର ନିକଟତର ହେବ। ଏହି ଆଷ୍ଟ୍ରଏଡ ଆପୋଲୋ ଗ୍ରୁପ୍‌ରେ ରହିଛି ଏବଂ ଆଗାମୀ ଏନକାଉଣ୍ଟର ବୈଜ୍ଞାନିକଙ୍କୁ ଏହା ଗାଏବ ହେବା ପୂର୍ବରୁ ଏହା ବିଷୟରେ ଅଧିକ ଜାଣିବାକୁ ସାହାଯ୍ୟ କରିବ। ବିଶେଷଜ୍ଞମାନେ ପ୍ରଭାବ ପରିଦୃଶ୍ୟ ବିଷୟରେ ଅଧିକ ଅବଲୋକନ କରିବା ପାଇଁ ଛୋଟ ୱିଣ୍ଡୋର ବ୍ୟବହାର କରିବାର ଆଶା କରୁଛନ୍ତି।

ଉଲ୍ଲେଖନୀୟ ରୂପେ, ପୃଥିବୀକୁ ବିପଦରେ ପକାଇବାର ଆଶଙ୍କା ଥିବା ଆଷ୍ଟ୍ରଏଡ୍‌ ଓ ଧୂମକେତୁ ଗୁଡ଼ିକୁ ନେଇ ESA ଏକ ରିସ୍କ ଲିଷ୍ଟ ପ୍ରସ୍ତୁତ କରିଛି , ଏବେ ଏହି ତାଲିକାରେ ମୋଟ ୧,୭୮୨ ଟି ବସ୍ତୁ ଅଛି। ପୃଥିବୀର ଚାରିପଟେ ବର୍ତ୍ତମାନ ୩୮,୩୦୭ଟି ଆଷ୍ଟ୍ରଏଡ୍‌ ଓ ୧୨୩ଟି ଧୂମକେତୁ( comets) ଘୂରୁ ବୁଲୁଛନ୍ତି। ଯେଉଁ ଗୁଡ଼ିକୁ ନିୟର-ଆର୍ଥ ଅବଜେକ୍ଟସ ( NEOs) ଭାବେ ବର୍ଗିକୃତ କରାଯାଇଛି। 

ଅନ୍ୟ ଆଷ୍ଟ୍ରଏଡ୍‌ ଗୁଡ଼ିକ ପୃଥିବୀ ଆଡ଼କୁ ଦ୍ରୁତ ଗତିରେ ଆସୁଛନ୍ତି -  ନିକଟରେ ଅନ୍ୟ ଦୁଇଟି ଆଷ୍ଟ୍ରଏଡ୍‌ ଆଷ୍ଟ୍ରୋନୋମରଙ୍କର ନିଦ ହଜେଇ ଦେଇଛି। ପ୍ରଥମ ଥିଲା ଅପୋଫିସ , ଯାହା ବିଷୟରେ ପୂର୍ବାନୁମାନ ଥିଲା ଯେ , ତାହା ୨୦୨୯ରେ ପୃଥିବୀରେ ଧକ୍କା ହେବ। ୨ୟ ଓ ସବୁଠୁ ସଦ୍ୟ ଆଷ୍ଟ୍ରଏଡ୍‌  2024 YR4 , ଯାହା  ୨୦୩୨ରେ ପୃଥିବୀ ସହ ଧକ୍କା ହେବାର ଆଶଙ୍କା ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.