ମୁମ୍ବାଇ ୧୭/୬: ସ୍ୱାଭିମାନୀ ଓଡ଼ିଆ ମହିଳା ବିଶ୍ୱ (SOWW) ମୁମ୍ବାଇ ଦ୍ୱାରା ରଜ ମହୋତ୍ସବ ୨୦୨୫ ର ସାନବିଲ୍ ବାଂକ୍ୟୁଏଟ ମାରୋଲରେ ଧାମାଧୁମରେ ପାଳିତ ହେଲା। ଏଥିରେ ୩୦୦ ରୁ ଅଧିକ ଅତିଥି ଯୋଗ ଦେଇ ଓଡ଼ିଆ ପାରମ୍ପରିକତାକୁ ଉଦ୍ଯାପିତ କଲେ।
ଏହି ସମୟରେ ଅନେକ ପ୍ରସିଦ୍ଧ ଅତିଥି ମାନେ ମଞ୍ଚକୁ ଆଲୋକିତ କରିଥିଲେ। ଅମୃତା ନାୟକ (ସାରେଗାମାପା ଫାଇନାଲିଷ୍ଟ ଓ ଗାୟିକା), ରାଗିନୀ ସୁତ୍ରଧାର (ଅଭିନେତ୍ରୀ ଓ ସାମାଜିକ କାର୍ଯ୍ୟକର୍ତ୍ତା), ହେତାଲ୍ (ସୋସିଆଲ ମିଡ଼ିଆ ଇନ୍ଫ୍ଲୁଏନ୍ସର ଓ ମେକଅପ ଆର୍ଟିଷ୍ଟ) ଯୋଗ ଦେଇଥିଲେ।
ଏହି ଅନୁଷ୍ଠାନ ପଛରେ ଏକ ଶକ୍ତିଶାଳୀ ଟିମ୍ ରହିଛି, ଯେଉଁ ମାନେ ହେଲେ ସବିତା ପତ୍ର, ହିମାନୀ ବୋହିଦାର, ମୋନାଲିସା ପତ୍ର, ତନୁଶ୍ରୀ ଦାସ, ସ୍ୱାସ୍ତିକ ପ୍ରିୟଦର୍ଶିନୀ, ଜ୍ୟୋତ୍ସ୍ନା ନାୟକ, ସଙ୍ଗୀତା ରାଉତ, ସୁଜାତା ଅଧିକାରୀ, ସତାବ୍ଦୀ ପଣ୍ଡା, ବନାନୀ ପ୍ରହରାଜ,ଓ ଚଞ୍ଚଳ ପତ୍ର । ବିଶେଷ ଉଲ୍ଲେଖ ଯୋଗ୍ୟ ଆଙ୍କର ଓ କୋର୍ ଟିମ ସଦସ୍ୟ ଶକ୍ତି ଖଡଙ୍ଗା ଏବଂ କବୀର ବହିଦାର ପଟ୍ଟନାୟକ ।
ଏହି ଉତ୍ସବ ଅବସରରେ ମୁମ୍ବାଇ କୁର୍ଲାର ଉତ୍କଳ ଇଂଲିଶ ମିଡିଅମ୍ ସ୍କୁଲ ପାଇଁ ପୁସ୍ତକ ଏବଂ ଲାଇବ୍ରେରୀ ନିମନ୍ତେ ଅନୁଦାନ ସଂଗ୍ରହ କରାଯାଇଛି, ଯେଉଁଠି ଓଡ଼ିଆ ଭାଷା ଶିକ୍ଷା ମଧ୍ୟ ହୋଇଥାଏ।
SOWW ହେଉଛି ଗର୍ବିତ ଓଡ଼ିଆ ମହିଳା ମାନଙ୍କ ଦ୍ୱାରା ଚାଲିଥିବା ଏକ ମଞ୍ଚ, ଯେଉଁଠି ଭାଷା, ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷିତ କରିବା ଏବଂ ନାରୀ ସଶକ୍ତିକରଣ କୁ ମୁଖ୍ୟ ଲକ୍ଷ୍ୟ କରାଯାଏ। ସଦସ୍ୟ ଉଦ୍ୟମୀ ମାନଙ୍କ ପାଇଁ ସ୍ଥାନୀୟ ଷ୍ଟଲ ମାଧ୍ୟମରେ ତାଙ୍କର କୌଶଳ ଓ ଉତ୍ପାଦ ପ୍ରଦର୍ଶନ କରିବା ସୁଯୋଗ ମିଳିଥିଲା।
ରଜ ମହୋତ୍ସବ ୨୦୨୫ ହେଉଛି ପାରମ୍ପରିକ ଉତ୍ସବରେ ଏକ ସାହିତ୍ୟିକ ଓ ସାମାଜିକ ଚେତନାର ଶ୍ରେଷ୍ଠ ମିଶଣ।