ପ୍ରମୂଖ ଖବର
  • ପିପିଲି ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ‘ଆମ ବସ୍‘ ଧକ୍କାରେ ୩ ଯୁବତୀ ମୃତ
  • ||
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ରେସିପ୍ରୋକାଲ ଟାରିଫ୍‌ ଡେଡ୍‌ଲାଇନ୍‌ ନେଇ ଟ୍ରମ୍ପଙ୍କ ଧମକ; କହିଲେ 'ଆମ ମନ, ଆମେ ଯାହା ଚାହିଁବୁ କରିବୁ'

Published By : Ankita S | June 28, 2025 8:48 AM

ନୂଆଦିଲ୍ଲୀ,୨୮/୦୬: ରେସିପ୍ରୋକାଲ ଟାରିଫ୍‌ ଡେଡ୍‌ଲାଇନ୍ ନେଇ ଖୋଲା ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ସଫା ସଫା କହିଛନ୍ତି କି ଜୁଲାଇ ୯ର ରେସିପ୍ରୋକାଲ ବା ପାରସ୍ପରିକ ଶୁଳ୍କ ଶେଷ କୌଣସି ଫାଇନାଲ ତାରିଖ ନୁହେଁ । ତାହା ଆଗକୁ ବଢିପାରେ ।

'ଆମ ମନ, ଆମେ ଯାହା ଚାହିଁବୁ କରିବୁ'-ଯେବେଠୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିଲେଣି ତାଙ୍କ ବୟାନ ଓ ନିଷ୍ପତ୍ତିକୁ ଚର୍ଚ୍ଚାରେ ରହିଛନ୍ତି । ଆଜି ଗୋଟିଏ କଥା କହିଲେ କାଲି ଗୋଟିଏ କଥା କହୁଛନ୍ତି । ଏବେ ଟ୍ରମ୍ପଙ୍କର ଆଉ ଏକ ସଦ୍ୟ ବୟାନ ସାମ୍ନାକୁ ଆସିଛି । ଜୁଲାଇ ୯ ଯାଏ ରେସିପ୍ରୋକାଲ ଟାରିଫ ଡେଡ୍‌ଲାଇନ୍‌ ନେଇ ଟ୍ରମ୍ପ କହିଛନ୍ତି, ଆମେ ଯେବେ ଚାହିଁବୁ ନିଷ୍ପତ୍ତି ବଦଳାଇବୁ । ଏହାକୁ ଆଗକୁ ବି ବଢାଇପାରୁ । ମୁଁ ଚାହୁଁଛି କି ଶୀଘ୍ର କରିବାକୁ ଏବଂ  ସମସ୍ତଙ୍କୁ ସିଧା ଚିଠି ଲେଖି ଶୁଭେଚ୍ଛା ଜଣାଇବାକୁ । ଏବେ ୨୫ ପ୍ରତିଶତ କର ଦେଉଛନ୍ତି । ୯ ଜୁଲାଇ ଯାଏ ରେସିପ୍ରୋକାଲ ଟାରିଫ୍ ପୁଣି ଲାଗୁ କରିବାର ଶେଷ ତାରିଖ ନେଇ ଟ୍ରମ୍ପ କହିଛନ୍ତି, ଆମ ମନ ଆମେ ଯାହା କରିବୁ । ଆମେ ଏହି ସମୟସୀମାକୁ ବଢାଇପାରୁ କମ୍ ବି କରିପାରୁ । ମୁଁ ଚାହୁଁଛି କି ଏହାକୁ କମାଯାଉ ।

ଜୁଲାଇ ୮ରେ ସରୁଛି ୯୦ ଦିନର ଶୁଳ୍କ ଛାଡ଼-  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତବର୍ଷ ଏପ୍ରିଲରେ ବିଦେଶୀରୁ ଆସୁଥିବା ପ୍ରାୟ ସମସ୍ତ  ଜିନିଷ ଉପରେ ରେସିପ୍ରୋକାଲ ଟାରିଫ୍ ସିଷ୍ଟମ ଲାଗୁ କରିବାକୁ ଘୋଷଣା କରିଥିଲେ । ଏହି ଆଧାରରେ ସବୁ ଜିନିଷରେ ୧୦ ପ୍ରତିଶତରୁ ଅଧିକ ଟାରିଫ୍ ଲଗାଯିବାର ଥିଲା । ସେଥିରେ ୯୦ ଦିନରେ ଛାଡ ଦିଆଯାଇଥିଲା । କାରଣ ଦେଶ ମଧ୍ୟରେ ଆଲୋଚନା ଜରିଆରେ ବୁଝାମଣା ହୋଇଥାନ୍ତା । ଏହି ଛାଡ଼ ଜୁଲାଇ ୮ରେ ଶେଷ ହେବ । ମେ ଶେଷ ସୁଦ୍ଧା ଟ୍ରମ୍ପ କଠୋର ହୋଇଥିଲେ । ସେ ୟୁରୋପିୟ ୟୁନିୟନରୁ ଆସୁଥିବା ଜିନିଷରୁ ୫୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଚେତାବନୀ ଦେଇଥିଲେ । 

ଅଧିକ ପଢନ୍ତୁ...ଚୀନ୍ ପରେ ଭାରତ ସହ ବଡ଼ ବାଣିଜ୍ୟିକ ଚୁକ୍ତି କରିବ ଆମେରିକା, ଡୋନାଲ୍ଡ ଟ୍ରମ୍ପଙ୍କ ସଙ୍କେତ

ସେପଟେ ଟ୍ରେଡ୍‌କୁ ନେଇ ବଡ଼ ବୟାନ ଦେଇ ଟ୍ରମ୍ପ । ଭାରତ-ଆମେରିକା ବାଣିଜ୍ୟିକ ଚୁକ୍ତି ନେଇ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ସମସ୍ତ ପ୍ରତିବନ୍ଧକ ହଟାଇ ଭାରତ ସହ ଟ୍ରେଡ୍ ପାଇଁ ଆଶାବାଦୀ । ଏହା ଅକଳ୍ପନୀୟ ହେଲେ ବି ଜରୁରୀ । ଜୁଲାଇ ୮ରେ ସରୁଛି ରେସିପ୍ରୋକାଲ ଶୁଳ୍କ ଛାଡ଼ । ଏବେ ବି ରେସିପ୍ରୋକାଲ ବା ପାରସ୍ପରିକ ଟାରିଫ୍ ଲାଗୁ ତାରିଖ ଅସ୍ପଷ୍ଟ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.