ନୂଆଦିଲ୍ଲୀ ୨୮ /୦୬:ଭୂକମ୍ପ ଝଟକାରେ ଥରିଲା ଫିଲିପାଇନ୍ସ । ଫିଲିପାଇନ୍ସରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୬.୦ ରେକର୍ଡ଼ କରାଯାଇଛି। ଏନେଇ ନ୍ୟାସନାଲ ସେଣ୍ଟର ଅଫ୍ ସିସମୋଲୋଜି ପକ୍ଷରୁ ସୂଚନା ମିଳିଛି। ତେବେ ଏହି ଭୂମିକମ୍ପ ଶନିବାର ଭୋର ୪.୩୭ ଭାରତୀୟ ସମୟରେ ଥିଲା। ଯାହାକି ପୁରା ଦେଶକୁ ଥରାଇ ଦେଇଥିଲା।
ଫିଲିପାଇନ୍ସର ମିଣ୍ଡାନାଓରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଓ ଗଭୀରତା ଭୂମିକମ୍ପର ୧୦୫ କିଲୋମିଟର ତଳେ ହୋଇଥିବା ଅନୁମାନ କରାଯାଉଛି।ଏନସିଏସ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ କହିଛି ଯେ ଏହି ଭୂମିକମ୍ପ ଅକ୍ଷାଂଶ- ୫.୨୮ ଉତ୍ତର, ଦ୍ରାଘିମା- ୨୬.୦୮ ପୂର୍ବରେ ଘଟିଛି। ତେବେ ଏହି ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ। ଆଉ ମନରେ ଭୟର ବାତାବରଣ ଖେଳିଯାଇଥିଲା।ପ୍ରକାଶ ଥାଉକି, ଏହା ପୂର୍ବରୁ ଫିଲିପାଇନ୍ସରେ ଅନେକଥର ଭୂମିକମ୍ପ ହୋଇଛି। ଏହି ଭୂମିକମ୍ପଗୁଡ଼ିକ ମଧ୍ୟରୁ ଅନେକ ବହୁତ ବିପଜ୍ଜନକ ମଧ୍ୟ ଥିଲା। ଡିସେମ୍ବର ୨, ୨୦୨୩ ରେ, ଫିଲିପାଇନ୍ସର ମିଣ୍ଡାନାଓରେ ୭.୪ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଏହି କାରଣରୁ ସୁନାମି ଚେତାବନୀ ଜାରି କରାଯାଇଥିଲା। ଏହା ସହିତ ନଭେମ୍ବର ୧୭, ୨୦୨୩ ରେ ମିଣ୍ଡାନାଓରେ ୭.୬ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଏହାପରେ ଡାଭାଓ ଏବଂ ସୁରିଗାଓ ଡେଲ୍ ସୁରର ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମି ସତର୍କତା ଜାରି କରାଯାଇଥିଲା।