ପ୍ରମୂଖ ଖବର
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

Published By : Rasmita Pradhan | June 28, 2025 9:23 AM

ଭୁବନେଶ୍ଵର, ୨୮/୬ : ଭିଜିଲାନ୍ସ ଜାଲରେ ଆଉ ଜଣେ ବାବୁ। ଗଞ୍ଜାମ ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଶିଲ କୁମାର ପଣ୍ଡାଙ୍କ ଘରେ ରେଡ୍। ସୁଶିଲଙ୍କ ଅଙ୍କୁଲିସ୍ଥିତ ବାସଭବନ ଓ ଗଞ୍ଜାମ ବ୍ଲକ ଅଫିସରେ ଚଢାଉ ଚାଲିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରୁଛି। ଗଞ୍ଜାମର ୭ଟି ସ୍ଥାନ ସମେତ ପୁରୀରେ ଚଢାଉ ଚାଲିଛି। ଏହି ରେଡ୍‌ରେ ୬ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି। 

ସୂଚନାନୁଯାୟୀ, ଭିଜିଲାନ୍ସ ଟିମ୍ ସୁଶିଲଙ୍କ ବ୍ରହ୍ମପୁର ରାମ ହରି ନଗରରେ ଥିବା ଏକ ତିନି ମହଲା ଘର, ଅଙ୍କୁଲିରେ ଏକ ଫ୍ଲାଟ୍ ଏବଂ ତାଙ୍କ ଭାଇଙ୍କ ନାମରେ ଥିବା ଫ୍ଲାଟ୍, କବିସୂର୍ଯ୍ୟନଗରରେ ଥିବା ପୈତୃକ ଘର, ପୁରୀ ଚୁଡ଼ଙ୍ଗ ସାହିରେ ଥିବା ଫ୍ଲାଟ୍, ପୁରୁଷୋତ୍ତମପୁରରେ ଥିବା ଶ୍ଵଶୁର ଘର, ଏବଂ ଗଞ୍ଜାମ ବ୍ଲକ ଅଫିସରେ ଚଢାଉ କରୁଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.