ରାଉରକେଲା,୨୮/୦୬: ଘରୋଇ କଳହକୁ ନେଇ ପତ୍ନୀକୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ । ଟାଙ୍ଗରପାଲି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀ ରାଇସିଂ ମୁଣ୍ଡାଙ୍କୁ ଅଟକ ରଖିଛି । ସୁନ୍ଦରଗଡ଼ ଜିଲ୍ଲା ଦକ୍ଷିଣ ରାଉକେଲାର ହାଟିଙ୍ଗଟୋଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ସୂଚନା ମୁତାବକ, ଶୁକ୍ରବାର ସ୍ୱାମୀ ସ୍ତ୍ରୀ ଦୁହେଁ ରଥଯାତ୍ରା ଦେଖିବାକୁ ଯାଇଥିଲେ । ରାତିରେ ଘରକୁ ଫେରିବା ପରେ କୌଣସି କଥାକୁ ନେଇ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା । ପରେ ସ୍ୱାମୀ ରାଇସିଂ ଉତକ୍ଷିପ୍ତ ହୋଇ ଏକ ବାଡ଼ିରେ ପତ୍ନୀଙ୍କୁ ପିଟି ଚାଲିଥିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଶନିବାର ସକାଳେ ପଡୋଶୀ ଘର ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଟାଙ୍ଗରପାଲି ପୁଲିସ ପହଞ୍ଚି ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖିଛି ।