ପ୍ରମୂଖ ଖବର
  • ପିପିଲି ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ବସ୍ ଧକ୍କାରେ ୩ ଯୁବତୀ ମୃତ
  • ||
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ଚକା ଆଖି ସବୁ ଦେଖୁଛି.. ମହାପ୍ରଭୁ ସଦ୍‌ବୁଦ୍ଧି ଦିଅନ୍ତୁ: ନନ୍ଦିଘୋଷ ରଥ ଟଣା ବିଭ୍ରାଟକୁ ନେଇ କ୍ଷୋଭ ପ୍ରକାଶ କଲେ ନବୀନ

Published By : Prameya | June 28, 2025 1:55 PM

ଭୁବନେଶ୍ୱର ୨୮/୦୬: ଶ୍ରୀଗୁଣ୍ଡିଚାରେ ବିଳମ୍ବରେ ନନ୍ଦିଘୋଷ ରଥ ଟଣା ଏବଂ ବିଭ୍ରାଟ ଘଟଣା। ଏକ୍ସରେ କ୍ଷୋଭ ପ୍ରକାଶ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସୋସିଆଲ ମିଡିଆ ‘ଏକ୍ସ’ ଆକାଉଣ୍ଟରେ ପୋଷ୍ଟ କରି ସେ ଉଦବେଗ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ଯେ, ଚକା ଆଖି ସବୁ ଦେଖୁଛି। 'ମହାପ୍ରଭୁ ସଦ୍‌ବୁଦ୍ଧି ଦିଅନ୍ତୁ'।




ସେ ଲେଖିଛନ୍ତି ଯେ,‘ଶୁକ୍ରବାର ନନ୍ଦିଘୋଷ ରଥ ଟଣାରେ ଅଯଥା ବିଳମ୍ବ ହେବା ପାଇଁ ଆମେ ଏଠାରେ କାହା ଉପରକୁ ଅଙ୍ଗୁଳି ଉଠାଇବାକୁ କିମ୍ବା ପ୍ରଶାସନକୁ ଦୋଷ ଦେବା ପାଇଁ ଚାହୁଁନାହୁଁ। କିନ୍ତୁ ରାଜ୍ୟର ଏହି ପବିତ୍ର ଉତ୍ସବ ସମୟରେ ଯେଉଁ ଘଟଣା ଘଟିଲା, ତାହା ଉପରେ ଗଭୀର ଚିନ୍ତା ଓ ଦୁଃଖ ପ୍ରକାଶ ନକରି ରହିହେଉ ନାହିଁ। 

ଗତ ବର୍ଷ ଶ୍ରୀ ବଳଭଦ୍ରଙ୍କ ମୂର୍ତ୍ତି ଆଡ଼ପ ବିଜେ ପହାଣ୍ଡି ସମୟରେ ଖସି ପଡ଼ିଥିବା ଘଟଣା ଭୁଲିବା କଷ୍ଟକର, ଯାହା ଅସଂଖ୍ୟ ଭକ୍ତଙ୍କୁ ମର୍ମାହତ କରିଥିଲା। ଏ ବର୍ଷ ନନ୍ଦିଘୋଷ ରଥ ସିଂହଦ୍ୱାରରେ ସନ୍ଧ୍ୟା ୭:୪୫ ପର୍ଯ୍ୟନ୍ତ ଅଟକି ରହିବା ଏବଂ ଦିନ ଶେଷ ହେବା ପୂର୍ବରୁ ମାତ୍ର ୧୦ ହାତ ଗଡ଼ିବା ଆମେ ଦେଖିଲୁ। ଏହା ସ୍ୱାଭାବିକ ଭାବେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଏହି ଅନନ୍ୟ ଉତ୍ସବ ଦେଖିବାକୁ ଆସିଥିବା ଲକ୍ଷ ଲକ୍ଷ ଭକ୍ତଙ୍କୁ ନିରାଶ ଓ ହତାଶ କରିଛି। ଖରାପ ଭିଡ଼ ନିୟନ୍ତ୍ରଣ ହେତୁ ଶତାଧିକ ଭକ୍ତ ମଧ୍ୟ ଆହତ ହୋଇଛନ୍ତି।

ଏସବୁ ଭିତରେ ଆମେ କେବଳ ପ୍ରାର୍ଥନା କରିପାରିବା ବୋଲି ନବୀନ କହିଛନ୍ତି । ସେ ପୁଣି ଲେଖିଛନ୍ତି ଯେ,ଚଳିତ ବର୍ଷ ମହାପ୍ରଭୁ ଜଗନ୍ନାଥ ଏହି ବର୍ଷ ଏହି ଦିବ୍ୟ ଉତ୍ସବରେ ହୋଇଥିବା ଭୟଙ୍କର ଅବ୍ୟବସ୍ଥା ପାଇଁ ଦାୟୀ ସମସ୍ତଙ୍କୁ କ୍ଷମା କରନ୍ତୁ। ମୁଁ ଆଶା କରୁଛି ଏହା ସରକାରର ସମସ୍ତଙ୍କ ପାଇଁ ଗଭୀର ଆତ୍ମନିରୀକ୍ଷଣର କାରଣ ହେବ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.