ପ୍ରମୂଖ ଖବର
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳୁଛି ବଡ଼ଦାଣ୍ଡ

Published By : Rasmita Pradhan | June 28, 2025 10:00 AM

ପୁରୀ, ୨୮/୦୬ : ଆରମ୍ଭ ହେଲା ମହାପ୍ରଭୁଙ୍କ ରଥ ଟଣା। ଦ୍ଵିତୀୟ ଦିନରେ ନିର୍ଦ୍ଧାରିତ ସମୟ ସାଢେ ୯ଟାରେ ପୁଣି ରଥ ଟଣା ଆରମ୍ଭ ହୋଇଛି। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଗଡ଼ିଛି। ଏହାପରେ ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ରଥଟଣା ଆରମ୍ଭ ହୋଇଛି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ରଥ ତ୍ରୟକୁ ଟାଣି ନେଉଛନ୍ତି। ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳି ନାଦରେ ବଡ଼ଦାଣ୍ଡ ଉଛୁଳି ପଡ଼ୁଛି। ଜୟ ଜଗନ୍ନାଥ ଧ୍ଵନିରେ ଗଗନ ପବନ ପ୍ରକମ୍ପିତ ହେଉଛନ୍ତି।  

ଶ୍ରୀଗୁଣ୍ଡିଚାରେ ରଥଟଣାରେ ଅହେତୁକ ବିଳମ୍ଵ ହୋଇଥିଲା। ଶରଧାବାଲିରେ ୩ ରଥ ପହଞ୍ଚି ପାରି ନଥିଲା। ମାଉସୀ ମା’ଙ୍କ ମନ୍ଦିର ନିକଟରେ ବଡ଼ଠାକୁର ଅଟକିଥିଲେ। ସେହିପରି ମରିଚିକୋଟ ପାଖରେ ସୁଭଦ୍ରାଙ୍କ ରଥ ଅଟକିଥିଲା। ସିଂହଦ୍ଵାର ନିକଟରେ ନନ୍ଦିଘୋଷ ରଥ ଅଟକିଥିଲା। କେବଳ ବିଧି ରକ୍ଷା ପାଇଁ ମାତ୍ର ୧୦ ହାତ ଯାଇ ଶ୍ରୀମନ୍ଦିର ସମ୍ମୁଖରେ ରଥଚକଡ଼ାରେ ଅଟକିଲା ନନ୍ଦିଘୋଷ । ରାତି ୭ଟା ୫୦ ମିନିଟ୍‌ରେ ରଥଟଣା ବନ୍ଦ ଘୋଷଣା କରିଥିଲା ପ୍ରଶାସନ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.